ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ପୂର୍ବରୁ ଲୋକସଭାରେ (Loksabha) ଉପସ୍ଥାପିତ ହୋଇଛି ୨୦୨୦-୨୧ ଆର୍ଥିକ ସର୍ଭେ ରିପୋର୍ଟ (Economic Survey Report)। କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଏହି ରିପୋର୍ଟକୁ ଉପସ୍ଥାପନ କରିଛନ୍ତି। ରିପୋର୍ଟ ଅନୁଯାୟୀ ଆର୍ଥିକ ଅଭିବୃଦ୍ଧି ହାର ୧୧ % ରହିବା ନେଇ ଅନୁମାନ କରାଯାଇଛି। ସେପଟେ ଆଜି ପାଇଁ ଲୋକସଭାର କାର୍ଯ୍ୟକାଳକୁ ସ୍ଥଗିତ ରଖାଯାଇଛି। ଅପରାହ୍ନ ୩ଟାରେ ରାଜ୍ୟସଭା ଆରମ୍ଭ ହେବ। ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆଜି ସଂସଦର ବଜେଟ୍ ଅଧିବେସନ ଆରମ୍ଭ ହୋଇଛି। ଆଜିଠାରୁ ଏହା ଫେବ୍ରୁୟାରୀ ୧୫ ତାରିଖ ଯାଏ ଚାଲିବ। ଫେବ୍ରୁୟାରୀ ୧ ତାରିଖରେ ସାଧାରଣ ବଜେଟ ଉପସ୍ଥାପନ ହେବ। ଅନ୍ୟପଟେ କୃଷି ଆଇନକୁ ନେଇ ଏଥରର ଅଧିବେଶନ ଆରମ୍ଭରୁ ସରଗରମ ହେବାରେ ଲାଗିଲାଣି। ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ୧୮ ବିରୋଧୀ ଦଳ ବର୍ଜନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: କୃଷକଙ୍କ ସମର୍ଥନରେ ବାହାରିଲେ ଆନ୍ନା ହଜାରେ, ରାଲେଗାଓଁ ସିଦ୍ଧିରେ ଆରମ୍ଭ କଲେ ଆମରଣ ଅନଶନ


ରାଷ୍ଟ୍ରପତି କହିଥିଲେ କି ଇଜ ଅଫ ଡୁଇଂ ବିଜନେସରେ ଭାରତର ଉନ୍ନତି ହୋଇଛି । ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରକୁ ନେଇ କହିଥିଲେ କି, ପୂର୍ବରୁ ଏହାକୁ ନେଇ ଅନେକ ଥଟ୍ଟା ମଜା କରାଯାଉଥିଲା । ମାତ୍ର ବର୍ତ୍ତମାନ DBT ଯୋଗୁଁ ଲୋକମାନଙ୍କ ନିକଟରେ ସମସ୍ତ ପ୍ରକାର ମୌଳିକ ସୁବିଧା ପହଞ୍ଚାଇବାକୁ ସୁବିଧା ହୋଇଥିଲା । DBT କାରଣରୁ ବିଗତ ୬ ବର୍ଷ ମଧ୍ୟରେ ୧୩ ଲକ୍ଷ କୋଟି ଟଙ୍କାର ଧନରାଶି ଉପଭୋକ୍ତାଙ୍କୁ ପଠା ଯାଇ ପାରିଛି । ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଗୋଟିଏ ସମୟ ରହିଥିଲା ଯେ, ଭାରତରେ ମାତ୍ର ୨ଟି ମୋବାଇଲ କମ୍ପାନୀ ରହିଥିଲା । ମାତ୍ର ଆଜି ବିଶ୍ୱର ଦ୍ୱିତୀୟ ମୋବାଇଲ ନିର୍ମାତା ରାଷ୍ଟ୍ର ଭାବେ ଉଭା ହୋଇଛି । 


ଦେଶର ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ମୋ ସରକାର ୧୧୦ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ଜାତୀୟ ଭିତ୍ତିଭୂମି ପାଇପଲାଇନରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଆହୁରି ମଧ୍ୟ ଭରତମାଲା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୬ଟି ନୂତନ ଏକ୍ସପ୍ରେସୱେ ଏବଂ ୧୮ଟି ନୂଆ ଆକ୍ସେସ୍ ନିୟନ୍ତ୍ରିତ କରିଡର ନିର୍ମାଣ କାର୍ଯ୍ୟ ଚାଲିଛି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ କି ଗତ ଦିନରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଅର୍ଥନୈତିକ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଇନଫ୍ରା କ୍ଷେତ୍ରରେ ଅଧିକରୁ ଅଧିକ ଖର୍ଚ୍ଚ କରିବାକୁ ପରାମର୍ଶ ଦିଆଯାଇଥିଲା। ଆରମ୍ଭରୁ ଇନଫ୍ରା କ୍ଷେତ୍ର ଉପରେ ମୋଦି ସରକାର ସର୍ବାଧିକ ଧ୍ୟାନ ଦେଇଛନ୍ତି।


ଅଧିକ ପଢନ୍ତୁ: ଫେବୃଆରୀ ୧ରୁ ହେବାକୁ ଯାଉଛି ଏହି ୫ଟି ବଡ଼ ପରିବର୍ତ୍ତନ, ସାଧାରଣ ଜନତାଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ


ମ୍ୟାନୁଫ୍ୟାକଚୁରିଂ ଶିଳ୍ପ ସହିତ ଜଡ଼ିତ ୧୦ଟି କ୍ଷେତ୍ରରେ ପ୍ରଥମ ଥର ପାଇଁ ଦେଢ ଲକ୍ଷ କୋଟିର ପ୍ରଡକ୍ସନ ଲିଙ୍କଡ ଇନସେନଟିଭ ସ୍କିମ ଲାଗୁ କରାଯାଇଛି । ଏହା ସହିତ ଇଲେକ୍ଟ୍ରୋନିକସ ସହିତ ଅନେକ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ନିବେଶ କରାଯାଇଛି । ୩ ଲକ୍ଷ କୋଟି ଜରୁରୀକାଳୀନ କ୍ରେଡ଼ିଟ ଗ୍ୟାରେଣ୍ଟି ଯୋଜନା । ସମସ୍ୟାରେ ପଡ଼ିଥିବା ଏମଏସଏମଇ ପାଇଁ ୨୦ ହଜାର କୋଟି ଟଙ୍କା ବିଶେଷ ଯୋଜନା ଓ ଫଣ୍ଡ ଅଫ ଫଣ୍ଡ୍ସ ଭଳି ପ୍ରୟାସକୁ ଲକ୍ଷାଧିକ ଲଘୁ ଉଦ୍ୟମିଙ୍କ ନିକଟରେ ପହଞ୍ଚା ଯାଇ ପାରିଛି । GeM ପୋର୍ଟାଲ ମାଧ୍ୟମରେ ଦେଶର ଦେଶର ଦୂରଦୂରାନ୍ତରୁ ଆସିଥିବା ଏମଏସଏମଇଗୁଡ଼ିକ ଅଧିକ ଅଂଶଗ୍ରହଣ କରିବା ସହିତ ପୋର୍ଟାଲରୁ ସରକାରୀ କ୍ରୟରେ ସ୍ୱଚ୍ଛତା ହାସଲ କରୁଛନ୍ତି।


ଗତ ବର୍ଷ ଡିସେମ୍ବରରେ ୟୁପିଏରୁ ୪ ଲକ୍ଷ କୋଟିରୁ ଅଧିକ ଡିଜିଟାଲ ପେମେଣ୍ଟ କରାଯାଇଛି। ଆଜି ଦେଶର ୨୦୦ରୁ ଅଧିକ ବ୍ୟାଙ୍କ ୟୁପିଇ ସିଷ୍ଟମ ସହିତ ସଂଯୁକ୍ତ। ଜନ ଧନ ଆକାଉଣ୍ଟ, ଆଧାର ଏବଂ ମୋବାଇଲର ତ୍ରିଶକ୍ତି ଲୋକମାନଙ୍କୁ ସେମାନଙ୍କର ଅଧିକାର ସୁନିଶ୍ଚିତ କରିଛନ୍ତି। ଏହି JAM ତ୍ରିଶକ୍ତି ହେତୁ 1,80,000 କୋଟି ଭୁଲ ରାସ୍ତାରେ ଖର୍ଚ୍ଚ ହେବାରୁ ବଞ୍ଚି ଯାଇଛି । ଫେସଲେସ ଟ୍ୟାକସ ମୂଲ୍ୟାଙ୍କନ ଏବଂ ଆବେଦନକୁ ସହଜ କରିବା ସହିତ ମୋ ସରକାର ଦେଶରେ ଉଦ୍ୟୋଗକୁ ଉତ୍ସାହିତ କରିବା ପାଇଁ କମ୍ପାନୀ ଅଧିନିୟମର ଅନେକ ବ୍ୟବସ୍ଥା କରିଛନ୍ତି।


ଅଧିକ ପଢନ୍ତୁ: ଆଇନ ଛାତ୍ରରୁ କୃଷକ ନେତା ରାକେଶ ଟିକାୟତ, ୪୪ ଥର ଯାଇଛନ୍ତି ଜେଲ


ଅର୍ଥନୀତି ପରିଚାଳନା ପାଇଁ ଏକ ରେକର୍ଡ ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ୮୦ କୋଟି ଲୋକଙ୍କୁ ୮ ମାସ ପାଇଁ ୫ କିଲୋଗ୍ରାମ ଅତିରିକ୍ତ ଶସ୍ୟ ମାଗଣାରେ ସୁନିଶ୍ଚିତ କରାଯାଇଥିଲା। ମହାମାରୀରେ ସମୟରେ ଯେପରି କେହି ଭୋକିଲା ନ ରୁହନ୍ତି, ସେଥିପ୍ରତି ମଧ୍ୟ ସରକାର ଧ୍ୟାନ ଦେଇଛନ୍ତି । ରାଷ୍ଟ୍ରପତି ତାଙ୍କ ଭାଷଣରେ କହିଛନ୍ତି ଯେ କୋରୋନା ଆକ୍ରମଣ ଯୋଗୁଁ ଦେଶର ଅର୍ଥନୀତି ଦ୍ରୁତ ଗତିରେ ସୁସ୍ଥ ହେଉଛି। ଏହା ବ୍ୟତୀତ ସରକାର ଅଧିକରୁ ଅଧିକ ଜୀବନ ରକ୍ଷା କରିଛନ୍ତି। ଏହି କଠିନ ସମୟ ସତ୍ତ୍ୱେ ଭାରତ ସମଗ୍ର ବିଶ୍ୱରୁ ନିବେଶକଙ୍କୁ ଆକର୍ଷିତ କରୁଛି ।