ଫେବୃଆରୀ ୧ରୁ ହେବାକୁ ଯାଉଛି ଏହି ୫ଟି ବଡ଼ ପରିବର୍ତ୍ତନ, ସାଧାରଣ ଜନତାଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ
Advertisement

ଫେବୃଆରୀ ୧ରୁ ହେବାକୁ ଯାଉଛି ଏହି ୫ଟି ବଡ଼ ପରିବର୍ତ୍ତନ, ସାଧାରଣ ଜନତାଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡର (LPG Gas cylinder) ର ମୂଲ୍ୟ ସମୀକ୍ଷା କରନ୍ତି । ଅର୍ଥାତ୍ ସେମାନେ ମୂଲ୍ୟ ବୃଦ୍ଧି ଏବଂ ହ୍ରାସ କରିବାକୁ ଚିନ୍ତା କରନ୍ତି । ଏଭଳି ପରିସ୍ଥିତିରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଫେବୃଆରୀ ୧ରେ ପରିବର୍ତ୍ତନ ହୋଇପାରେ ।

ଫେବୃଆରୀ ୧ରୁ ହେବାକୁ ଯାଉଛି ଏହି ୫ଟି ବଡ଼ ପରିବର୍ତ୍ତନ, ସାଧାରଣ ଜନତାଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ: ଫେବୃଆରୀ ୧ (1 February 2020) ରୁ ସାଧାରଣ ଜନତାଙ୍କ ଜୀବନରେ ଅନେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ପରେ ଅନେକ ଜିନିଷ ବଦଳିଯିବ । ପରିବର୍ତ୍ତନ ହେବାକୁ ଯାଉଥିବା ଜିନିଷଗୁଡ଼ିକରେ ମୁଖ୍ୟତ ଏଲପିଜି (LPG) ଓ ଏୟାରଲାଇନ୍ସ  (Airlines) ସମେତ ଅନେକ ଜିନିଷ ସାମିଲ ରହିଛି । ଏହା ଯୋଗୁଁ ଆପଣଙ୍କ ପକେଟ ଉପରେ ମଧ୍ୟ ବୋଝ ବଢ଼ିବ । ସେପଟେ  ଫେବୃଆରୀ ୧ରେ ସଂସଦରେ ସାଧାରଣ ବଜେଟ ମଧ୍ୟ ଉପସ୍ଥାପିତ ହେବ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ । ବଜେଟରେ ଅନେକ ବଡ ଘୋଷଣା ହୋଇପାରେ । ଯାହା ଆପଣଙ୍କୁ ସିଧାସଳଖ ପ୍ରଭାବିତ କରିବ । ତେଣୁ ଏହା ବିଷୟରେ ଜାଣିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।  ଆଜି ଆପଣଙ୍କୁ କହିବାକୁ ଯାଉଛୁ ଏହି ସମସ୍ତ ପରିବର୍ତ୍ତନ ବିଷୟରେ...

ଅଧିକ ପଢ଼ନ୍ତୁ:-ଟିକାକରଣ ପରେ ମଧ୍ୟ ଜାରି ରହିବ କୋରୋନା ଭୂତାଣୁର ବିସ୍ତାର: WHO

୧.ଗ୍ୟାସ ସିଲିଣ୍ଡର ମୂଲ୍ୟ ବଦଳିପାରେ

ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡର (LPG Gas cylinder) ର ମୂଲ୍ୟ ସମୀକ୍ଷା କରନ୍ତି । ଅର୍ଥାତ୍ ସେମାନେ ମୂଲ୍ୟ ବୃଦ୍ଧି ଏବଂ ହ୍ରାସ କରିବାକୁ ଚିନ୍ତା କରନ୍ତି । ଏଭଳି ପରିସ୍ଥିତିରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଫେବୃଆରୀ ୧ରେ ପରିବର୍ତ୍ତନ ହୋଇପାରେ । ଜାନୁଆରୀରେ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଅନ୍ୟପକ୍ଷେ ଡିସେମ୍ୱରରେ ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୨ ଥର ବୃଦ୍ଧି କରିଥିଲେ । କାରଣ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଥିଲା ।

ଅଧିକ ପଢ଼ନ୍ତୁ:-ଭାରତୀୟଙ୍କୁ ବହୁତ ବଡ଼ ଖୁସି ଖବର ଦେଲେ ବାଇଡେନ!

୨. ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା 

ଏୟାର ଇଣ୍ଡିଆ ଏକ୍ସପ୍ରେସ (Air India Express) ନୂତନ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାର ଘୋଷଣା କରିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ (Air India Express) ଫେବୃଆରୀରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ତ୍ରିଚି ଓ ସିଙ୍ଗାପୁର ମଧ୍ୟରେ ଦୈନିକ ବିମାନ ସେବା ଆରମ୍ଭ କରିବ । ଏହି ମାର୍ଗରେ କୁଏତରୁ ବିଜୟୱାଡା, ହାଇଦ୍ରାବାଦ, ମାଙ୍ଗାଲୋର, ତ୍ରିଚି, କୋଜିକୋଡେ, କୁନୁର ଓ କୋଚି ସଂଯୋଗ ରହିବ । ଏହା ପୂର୍ବରୁ ମଧ୍ୟ ଏୟାର ଇଣ୍ଡିଆ ଏକ୍ସପ୍ରେସ ଅନେକ ବିମାନ ଘୋଷଣା କରିଛି, ଯାହା ଜାନୁଆରୀରୁ ଆରମ୍ଭ ହୋଇସାରିଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତିକର ଖବର ଦେଲେ ମୋଦି ସରକାର!

୩. ଆପଣ PNB ଏଟିଏମରୁ ଆଉ ନଗଦ ଟଙ୍କା ଉଠାଇପାରିବେ ନାହିଁ

ଯଦି ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଗ୍ରାହକ ଅଛନ୍ତି, ତେବେ ଜାଣିରଖନ୍ତୁ ଯେ ଫେବୃଆରୀ ୧ରୁ ପିଏନବି ଏଟିଏମରୁ ଟଙ୍କା ଉଠାଇବା ପାଇଁ ନିୟମ ପରିବର୍ତ୍ତନ କରିବାକୁ ଯାଉଛି । ସାରା ଦେଶରେ ବଢ଼ୁଥିବା ଏଟିଏମ୍ ଠକେଇକୁ ରୋକିବା ପାଇଁ ପିଏନବି ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛି । ଯଦି ଆପଣଙ୍କର ପିଏନବିରେ କୌଣସି ବ୍ୟାଙ୍କ ଆକାଉଣ୍ଟ ଅଛି । ତେବେ ଏହା ଆପଣଙ୍କ ପାଇଁ ଜରୁରୀ ଖବର । ଫେବୃଆରୀ ୧ରୁ ପିଏନବି ଗ୍ରାହକମାନେ ଅଣ EMV ATM ମେସିନରୁ ଟଙ୍କା ଉଠାଇ ପାରିବେ ନାହିଁ ।

୪. କମ୍ ହୋଇପାରେ ଏହି ଦ୍ରବ୍ୟଗୁଡ଼ିକର ମୂଲ୍ୟ

ଫେବୃଆରୀ ୧ରେ ବଜେଟ୍ ଉପସ୍ଥାପନ ହେବ । ମନେ କରାଯାଉଛି ଯେ ମୋଦି ସରକାର ଅନେକ ସାମଗ୍ରୀ ଉପରେ ସୀମା ଶୁଳ୍କ (Custom duty) ହ୍ରାସ କରିପାରନ୍ତି । ଯେଉଁଥିରେ ଫର୍ନିଚରର କଞ୍ଚାମାଲ, ତମ୍ବା ଭଙ୍ଗା, କିଛି ରାସାୟନିକ ପଦାର୍ଥ, ଟେଲିକମ୍ ଉପକରଣ, ରବର ଉତ୍ପାଦ, ପଲିସ୍ ହୀରା, ରବର ସାମଗ୍ରୀ, ଚମଡ଼ା ପୋଷାକ, ଟେଲି ଯୋଗାଯୋଗ ଉପକରଣ ଓ କାର୍ପେଟ ପରି ୨୦ରୁ ଅଧିକ ସାମଗ୍ରୀ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରାଯାଇପାରେ । ଏହା ବ୍ୟତୀତ ଆସବାବପତ୍ର ତିଆରିରେ ବ୍ୟବହୃତ କେତେକ ଅନାବୃତ କାଠ ଓ ହାର୍ଡବୋର୍ଡ ଇତ୍ୟାଦି ଉପରେ କଷ୍ଟମ୍ସ ଡ୍ୟୁଟି ସମ୍ପୂର୍ଣ୍ଣ ଶେଷ କରାଯାଇପାରେ । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଅନେକ ଦ୍ରବ୍ୟ ଶସ୍ତା ହୋଇପାରେ ।

୫. PMC Bank ପାଇଁ ଦେବାକୁ ହେବ ଅଫର

ପିଏମସି ବ୍ୟାଙ୍କର ଆଡମିନିଷ୍ଟ୍ରେଟର ବ୍ୟାଙ୍କକୁ ପୁଣିଥରେ ଛିଡ଼ା କରାଇବା ପାଇଁ ନିବେଶଙ୍କୁ ନିଜ ଅଫର ଦେବା ପାଇଁ ଫେବୃଆରୀ ୧ ସୁଦ୍ଧା ନିଜ ପ୍ରସ୍ତାବ ଦେବା ଲାଗି ଏକ ସମୟସୀମା ସ୍ଥିର କରିଛି । କିଛି ନିବେଶକ ଯେପରି Centrum Group-BharatPe   ଏକାଠି ମିଶି ଅଫର୍ ଦେଇଛନ୍ତି । ଏହା ବ୍ୟତୀତ ବ୍ରିଟେନର କମ୍ପାନୀ Liberty Group ମଧ୍ୟ ନିଜର ଅଫର୍ ଦାଖଲ କରିଛି ।