କୃଷକଙ୍କ ସମର୍ଥନରେ ବାହାରିଲେ ଆନ୍ନା ହଜାରେ, ରାଲେଗାଓଁ ସିଦ୍ଧିରେ ଆରମ୍ଭ କରିବେ ଆମରଣ ଅନଶନ
Advertisement

କୃଷକଙ୍କ ସମର୍ଥନରେ ବାହାରିଲେ ଆନ୍ନା ହଜାରେ, ରାଲେଗାଓଁ ସିଦ୍ଧିରେ ଆରମ୍ଭ କରିବେ ଆମରଣ ଅନଶନ

ସ୍ୱାମୀନାଥନ କମିଶନର ପ୍ରସ୍ତାବକୁ ଲାଗୁ କରିବା ଦାବିରେ ଆନ୍ନା ଆରମ୍ଭ କରିବେ ଅନଶନ । 

କୃଷକଙ୍କ ସମର୍ଥନରେ ବାହାରିଲେ ଆନ୍ନା ହଜାରେ, ରାଲେଗାଓଁ ସିଦ୍ଧିରେ ଆରମ୍ଭ କରିବେ ଆମରଣ ଅନଶନ

ମୁମ୍ବାଇ: କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀର ବିଭିନ୍ନ ସୀମାରେ ଦୀର୍ଘ ୬୦ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ଜାରି ରହିଥିବା କୃଷକ ଆନ୍ଦୋଳନକୁ (Farmer Protest)  ସମର୍ଥନ ଜଣାଇଛନ୍ତି ବିଶିଷ୍ଟ ସମାଜସେବୀ (Social Worker) ଆନ୍ନା ହଜାରେ (Anna Hazare)। ଆନ୍ନା ଆସନ୍ତା ୩୦ ତାରିଖରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଆମରଣ ଅନଶନରେ ବସିବାକୁ ଯାଉଛନ୍ତି । 

ଆନ୍ନାଙ୍କ (Anna Hazare) କହିବା ମୁତାବକ ସେ ଗତ ୨୦୧୮ ମସିହାରୁ କେନ୍ଦ୍ର ସରକାରଙ୍କୁ ସ୍ୱାମୀ ନାଥନ କମିଟିର (Swami Nathan Commette) ସୁପାରିସକୁ ଲାଗୁ କରିବା ପାଇଁ ଦାବି କରିଆସୁଛି । ମାତ୍ର କେନ୍ଦ୍ର ସରକାର ଏହାକୁ ଅଣଦେଖା କରି ଆସୁଛନ୍ତି । ଏପରିକି ଏହି କଥାକୁ ଗୁରୁତ୍ୱ ମଧ୍ୟ ଦେଉନଥିବା ଆନ୍ନା (Anna Hazare) କହିଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ମନୋଭାବ ଯୋଗୁଁ ସେ ଆସନ୍ତା ୩୦ ତାରିଖରୁ ଆମରଣ ଅନଶନରେ ବସିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି। ଏହି ଅନଶନ ରାଲେଗାନ ସିଦ୍ଦି (Ralegan Siddhi) ଠାରେ ଥିବା ବାବା ମନ୍ଦିରରେ ଆରମ୍ଭ ହେବ । 

ଅଧିକ ପଢନ୍ତୁ: ଆଇନ ଛାତ୍ରରୁ କୃଷକ ନେତା ରାକେଶ ଟିକାୟତ, ୪୪ ଥର ଯାଇଛନ୍ତି ଜେଲ

ସେପଟେ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଆନ୍ନାଙ୍କୁ ମନେଇବାକୁ ସରକାରଙ୍କ ତରଫରୁ ପ୍ରୟାସ ଆରମ୍ଭ ହୋଇଛି । ଆନ୍ନାଙ୍କ ଏହି ଆମରଣ ଅନଶନକୁ ଅଟକାଇବା ପାଇଁ ସରକାର ତରଫରୁ ପ୍ରୟାସ ଆରମ୍ଭ ହୋଇଛି । ଆଜି କେନ୍ଦ୍ରୀୟ କୃଷି ରାଜ୍ୟ ମନ୍ତ୍ରୀ କୈଳାଶ ଚୌଧୂରୀ ଆଜି ରାଲେଗାନ ଗସ୍ତ କରିବା ନେଇ ସୂଚନା ରହିଛି । କୈଳାଶଙ୍କ ପୂର୍ବରୁ ଆଜି ମହାରାଷ୍ଟ୍ର ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ଭାରିଭାଉ ବାଗଡ଼େ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ, ବିଜେପି ନେତା ରାଧାକୃଷ୍ଣ ବିଖେ ପାଟିଲ ଓ ଅହମ୍ମଦନଗରର ସାଂସଦ ସୁଜୟ ବିଖେ ପାଟିଲ ପ୍ରମୁଖ ଭେଟିଛନ୍ତି । ଆନ୍ନାକୁ ଏହି ଆମରଣ ଅନଶନରୁ ଓହରିବା ପାଇଁ ବୁଝାଉଥିବା ବେଳେ ଆନ୍ନା ନ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । 

ଅଧିକ ପଢନ୍ତୁ: ହିଂସାକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ୟୁପି ସରକାର, ବର୍ଡର ଖାଲି କରିବାକୁ ନିର୍ଦ୍ଦେଶ

କୁହାଯାଉଛି ଆନ୍ନା ହଜାରେ ଆମରଣ ଅନଶନ ଦୃଷ୍ଟିରେ ରଖି ଦେବେନ୍ଦ୍ର ଫଡଭାନିସ୍ ଏବଂ ଗିରିଶ ମହାଜନ କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କ ସହ କଥା ହୋଇଛନ୍ତି ଏବଂ ଏହି ପ୍ରସଙ୍ଗରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି। ଏହି ଡ୍ରାଫ୍ଟଗୁଡିକ ଆନ୍ନା ହାଜାରେଙ୍କୁ ଦେଖାଯିବ। ଏହା ପରେ ଯଦି ଆନ୍ନା ହଜାରେରେ କିଛି ସମସ୍ୟା ଥାଏ ତେବେ ସେ ଏହାକୁ କୃଷି ମନ୍ତ୍ରୀଙ୍କ ନିକଟକୁ ପଠାଇବେ। ଏହା ପରେ ଯଦି ସରକାର ଏଥିରେ ରାଜି ହୁଅନ୍ତି, ତେବେ ବୋଧହୁଏ ଆନ୍ନା ନିଜର ଆମରଣ ଅନଶନରୁ ଓହରି ପାରନ୍ତି ।