Electoral Bond sell, ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ବିକ୍ରି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ଅପକ୍ଷା କଲେନି କେନ୍ଦ୍ର ସରକାର। ଶୁଣାଣି କରିବାର ଦିନ ପୂର୍ବରୁ ଅର୍ଥାତ ସୋମବାର ଠାରୁ ଦେଶରେ ନିର୍ବାଚନୀ ବଣ୍ଡ ବିକ୍ରି ଆରମ୍ଭ ହୋଇଯାଇଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହା ଷ୍ଟେଟ ବ୍ୟାଙ୍କର ସ୍ୱୀକୃତିପ୍ରାପ୍ତ ୨୯ଟି ଶାଖାରେ ଉପଲବ୍ଧ ହେବ। ରାଜନୈତିକ ଦଳ ଗୁଡିକୁ ନଗଦ ଅର୍ଥ ବଦଳରେ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଚାନ୍ଦା ଦିଆଯାଏ। ଅର୍ଥ ଅଧିନିୟମ ୨୦୧୭ ଜରିଆରେ  ଏହି ଯୋଜନାକୁ କେନ୍ଦ୍ର ସରକାର ଲାଗୁ କରିଛି। 


COMMERCIAL BREAK
SCROLL TO CONTINUE READING

ନଦଗ ଅର୍ଥ ବଦଳରେ ବ୍ୟାଙ୍କ ମାଧ୍ୟମରେ ରାଜନୈତିକ ଦଳ ଗୁଡିକୁ ଦିଆଯାଉଥିବା ଚାନ୍ଦାକୁ ନିର୍ବାଚନୀ ବଣ୍ଡ କୁହାଯାଏ। କୌଣସି ଏକ ନିର୍ଦ୍ଧିଷ୍ଟ ମାସର ଏକ ତାରିଖରୁ ଦଶ ତାରିଖ ମଧ୍ୟରେ ଏହି ବଣ୍ଡର ବିକ୍ରି ହୋଇଥାଏ। ସୋମବାର ଠାରୁ ୨୪ତମ ନିର୍ବାଚନୀ ବଣ୍ଡ ବିକ୍ରି ଆରମ୍ଭ ହୋଇଛି। ୨୧ତମ ବଣ୍ଡ ଚଳିତବର୍ଷ ୧ରୁ ୧୦, ୨୨ତମ ବଣ୍ଡ ଅକ୍ଟୋବର ୧ରୁ ୧୦ ଓ ୨୩ତମ ବଣ୍ଡ ନଭେମ୍ବର ୯ରୁ ୧୨ ତାରିଖରେ ବିକ୍ରି ହୋଇଥିଲା। ପ୍ରଥମ ପର୍ଯ୍ୟାୟ ୨୦୧୮ ମାର୍ଚ୍ଚ ୧ରୁ ୧୦ ତାରିଖ ଯାଇଁ ବିକ୍ରି ହୋଇଥିଲା। ବଣ୍ଡ କିଣିବାର ୧୫ ଦିନ ମଧ୍ୟରେ ତାକୁ ବ୍ୟାଙ୍କରେ ଜମା କରିବାକୁ ପଡିଥାଏ। ଯେକୌଣସି ଭାରତୀୟ ନାଗରିକ କିମ୍ବା ସଂସ୍ଥା ନିର୍ବାଚନୀ ବଣ୍ଡ କିଣି ପାରିବେ। ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ଏକ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ଦଳ ଚାନ୍ଦା ପାଇବା ପାଇଁ ଯୋଗ୍ୟ ହେବେ।


Also Read: Padampur ByPoll: ଆଜି ୧୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ଭୋଟ ପୂର୍ବରୁ ଉଡ଼ିଲା ଟଙ୍କା!


ଅନ୍ୟପଟେ, ନିର୍ବାଚନୀ ବଣ୍ଡକୁ ନେଇ ବିବାଦ ଲାଗି ରହିଛି। ବଣ୍ଡ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ବିଜେପି ଖାତାରୁ ସର୍ବାଧିକ ଚାନ୍ଦା ଯାଉଛି। ନିର୍ବାଚନୀ ବଣ୍ଡର ସ୍ୱସ୍ଥତାକୁ ନେଇ କଂଗ୍ରେସ ଓ କିଛି ବେସରକାରୀ ସଂସ୍ଥା ପ୍ରଶ୍ନ ଉଠାଇଛନ୍ତି। ୨୦୧୭ କେନ୍ଦ୍ର ବଜେଟରେ ନିର୍ବାଚନୀ ବଣ୍ଡ ଘୋଷଣା କରା ଯାଇଥିଲା। ରାଜନୈତିକ ଦଳଗୁଡିକୁ ଅଜ୍ଞାତ ଭାବରେ ଟଙ୍କା ଦାନ କରିବା ପାଇଁ ବ୍ୟବହୃତ ଏକ ସୁଧମୁକ୍ତ ବାହକ ଉପକରଣ ହେଉଛି ନିର୍ବାଚନୀ ବଣ୍ଡ। ଏଥିରେ କ୍ରେତା କିମ୍ବା ଦେୟକାରୀଙ୍କ ବିଷୟରେ ସମସ୍ତ ସୂଚନା ଗୁପ୍ତ ରଖାଯାଏ। ନିର୍ବାଚନୀ ବଣ୍ଡ, କଳା ଟଙ୍କାକୁ ଧଳା କରିବାର ଏକ ମାଧ୍ୟମ ବୋଲି ଅଭିଯୋଗ ହୋଇଛି ଏପରି କି ନିର୍ବାଚନୀ ବଣ୍ଡକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ମଙ୍ଗଳବାର ଜଷ୍ଟିସ ବିଆର ଗବଇ ଓ ଜଷ୍ଟିସ ବିଭି ନାଗରତ୍ନଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ। 


ଗତ ଏପ୍ରିଲରେ ଏଡିଆର, ମାକପା ଓ ଅନ୍ୟମାନଙ୍କ ଦ୍ବାରା ସୁପ୍ରିମକୋର୍ଟରେ ନିର୍ବାଚନୀ ବଣ୍ଡକୁ ଚ୍ୟାଲେଞ୍ଜ କରି ଏକାଧିକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ମଙ୍ଗଳବାର, ମାମଲା ବିସ୍ତୃତ ଖଣ୍ଡପୀଠକୁ ଯିବ କି ନାହିଁ ତାର ନିଷ୍ପତ୍ତି ନିଆଯିବ। ତତ୍କାଳୀନ ମୁଖ୍ୟ ବିଚାରପତି ଏନଭି ରମଣା କହିଥିଲେ ଯେ, ଏହି ମାମଲା ଶୁଣାଣି କରାଯିବ। ଏହା ସହ ପିଆଇଏଲର ଶୁଣାଣି ପାଇଁ ସୂଚିବଦ୍ଧ କରିବାକୁ ସେ ଅନୁମତି ଦେଇଥିଲେ। ଜଷ୍ଟିସ ବିଆର ଗବଇ ଓ ଜଷ୍ଟିସ ବିଭି ନାଗରତ୍ନଙ୍କ ଖଣ୍ଡପୀଠ ମଧ୍ୟ ଏହା ଏକ ଗୁରୁତ୍ବପୂର୍ଣ୍ଣ ମାମଲା ବୋଲି କହିଛନ୍ତି। ଆଟର୍ନି ଜେନେରାଲ ଓ ସଲିସିଟର ଜେନେରାଲଙ୍କୁ ଏହି ମାମଲାରେ ସହଯୋଗ କରିବାକୁ ଅଦାଲତ କହିଛନ୍ତି। 


Also Read: ଗୁଜୁରାଟରେ ଶେଷ ପର୍ଯ୍ୟାୟରେ ୯୩ଟି ଆସନ ପାଇଁ ମତଦାନ ଜାରି, ବାଜିରେ CM ସମେତ ୯ ମନ୍ତ୍ରୀଙ୍କ ଭାଗ୍ୟ


ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ଅଦାଲତରେ କହିଥିଲେ ଯେ, ନିର୍ବାଚନୀ ବଣ୍ଡରେ କୌଣସି ପାରଦର୍ଶୀତା ନାହିଁ। ଏହି ମାମଲା ଅତି ଗମ୍ଭୀର ଓ ଏହା ଉପରେ ତ୍ବରିତ ଶୁଣାଣି କରିବାର ଆବଶ୍ୟକତା ରହିଛି। ଏହା କଳାଧନ ସାଉଟିବାକୁ ବାଟ ଫିଟାଇ ଦେଇଛି। କୋଲକାତାସ୍ଥିତ ଏକ କମ୍ପାନୀ ଟ୍ୟାକ୍ସ ଫାଙ୍କିବା ପାଇଁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ୪୦ କୋଟି ଟଙ୍କା ଚାନ୍ଦା ପ୍ରଦାନ କରିଛି। ଏହା ଗଣତନ୍ତ୍ରକୁ ବିକୃତ କରୁଛି। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ, ସଲିସିଟର ଜନେରାଲ ତୁଷାର ମେହତା କହିଛନ୍ତି କି, ନିର୍ବାଚନୀ ବ୍ୟାଣ୍ଡ ଜରିଆରେ ଚାନ୍ଦା ପ୍ରାପ୍ତ କରିବାର ଉପାୟ ସମ୍ପୂର୍ଣ୍ଣ ରୂପେ ପାରଦର୍ଶୀ ଅଟେ। ଏହି ବ୍ୟବସ୍ଥା ରାଜନୈତିକ ଦଳଗୁଡିକକୁ ନଗଦ ଚାନ୍ଦା ଦେବାର ଏକ ବିକଳ୍ପ ଭାବେ ଅଣାଯାଇଛି। ବଣ୍ଡରେ କଳାଧନ କି ଅମାପ ଅର୍ଥ ଦେବାର କୌଣସି ବ୍ୟବସ୍ଥା ନାହିଁ।