ନୂଆଦିଲ୍ଲୀ: Electricity Price: ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ସାଧାରଣ ଜନତାଙ୍କୁ ପୁଣି ଥରେ ଆଉ ଏକ ଝଟକା ଲାଗିବାକୁ ଯାଉଛି । ଆଗାମୀ ଦିନରେ ଆପଣଙ୍କୁ ଅଧିକ ବିଦ୍ୟୁତ ବିଲ୍ (Electricity Bill) ଦେବାକୁ ପଡି଼ବ । ବାସ୍ତବରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୭୬ ନିୟୁତ ଟନ୍ କୋଇଲା ଆମଦାନୀ କରିବାକୁ ଯୋଜନା କରିଛନ୍ତି । ଆମଦାନୀ ହୋଇଥିବା କୋଇଲାର ଅଧିକ ମୂଲ୍ୟ ଯୋଗୁଁ ଦେଶରେ ବିଦ୍ୟୁତ୍ ୫୦ରୁ ୮୦ ପଇସା ମହଙ୍ଗା ହୋଇପାରେ, ଅର୍ଥାତ୍ ବର୍ତ୍ତମାନ ଏହି ବର୍ଦ୍ଧିତ ବିଲ୍ ଭାର ଉପଭୋକ୍ତାଙ୍କ ପକେଟ ଉପରେ ପଡ଼ିପାରେ । ଯେଉଁ ରାଜ୍ୟ ସମୁଦ୍ର ବନ୍ଦରଠାରୁ ଯେତେ ଦୂରରେ ଅଛି, ସେଠାରେ ବିଦ୍ୟୁତର ମୂଲ୍ୟ ଅଧିକ ହୋଇପାରେ । ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ଏହି ବିଷୟରେ...


COMMERCIAL BREAK
SCROLL TO CONTINUE READING

ମିଣ୍ଟ ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର (Central Govt) ପ୍ରାୟ ୭୬ ନିୟୁତ ଟନ୍ କୋଇଲା (Coal) ଆମଦାନୀ କରିବାକୁ ଯୋଜନା କରିଛନ୍ତି । ଏହି ସମୟ ମଧ୍ୟରେ କୋଲ ଇଣ୍ଡିଆ ଲିମିଟେଡ୍ (CIL) ବିଦ୍ୟୁତ୍ ଷ୍ଟେସନ୍ ଯୋଗାଣ ପାଇଁ ୧୫ ମିଲିୟନ୍ ଟନ୍ ଆମଦାନୀ କରିବ । ଏଥି ସହିତ ବୃହତ୍ତମ ଶକ୍ତି ଉତ୍ପାଦକ NTPC ଲିମିଟେଡ୍ ଓ ଦାମୋଦର ଭ୍ୟାଲି କର୍ପୋରେସନ୍ (DVC) ୨୩ ନିୟୁତ ଟନ୍ ଆମଦାନୀ କରିବ । ଏଥିସହ ରାଜ୍ୟ ଉତ୍ପାଦନକାରୀ କମ୍ପାନୀଗୁଡିକ (ଜେନକୋସ୍) ଓ ସ୍ ସ୍ୱତନ୍ତ୍ର ଶକ୍ତି ଉତ୍ପାଦକ (ଆଇପିପି) ବର୍ଷକ ମଧ୍ୟରେ ୩୮ ନିୟୁତ ଟନ୍ କୋଇଲା ଆମଦାନୀ କରିବାକୁ ଯୋଜନା କରିଛନ୍ତି । ସେହି ଅନୁଯାୟୀ, କୋଇଲା ଆମଦାନୀ ଯୋଗୁଁ ସରକାର ଓ ବିଦ୍ୟୁତ୍ କମ୍ପାନୀଗୁଡିକ ଉପରେ ଆର୍ଥିକ ବୋଝ ବୃଦ୍ଧି ପାଇବ, ଯେଉଁଥିପାଇଁ ଗ୍ରାହକଙ୍କ ଉପରେ ବିଦ୍ୟୁତ୍ ବିଲ୍ ଭାର ବଢ଼ିପାରେ ।


ଏହା ବି ପଢ଼ନ୍ତୁ:-ନିତିନ ଗଡକରୀ କାର-ବାଇକ୍-ଅଟୋ ଚାଳକଙ୍କ ପାଇଁ କଲେ ଏପରି କିଛି ଘୋଷଣା, ଶୁଣି ଚକିତ ହୋଇଯିବେ ଆପଣ


ଏହା ବି ପଢ଼ନ୍ତୁ:-ଅଖିଳେଶଙ୍କୁ ଲାଗିବ ଝଟକା, ଯୋଗୀ ସରକାରରେ ମନ୍ତ୍ରୀ ହେବେ ଓପି ରାଜଭର!


ଏହା ବି ପଢ଼ନ୍ତୁ:-ଏହି ଓଡ଼ିଆ ଚର୍ଚ୍ଚିତ ଚେହେରାକୁ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହୁଁଥିଲା TMC, କିନ୍ତୁ...


ଉଲ୍ଲେଖନୀୟ ଯେ, ଦ୍ୱିତୀୟ କୋଭିଡ୍-19 ଲହର ସମୟରେ ହ୍ରାସ ପରେ ବିଦ୍ୟୁତ୍ ଚାହିଦା ବହୁତ ବୃଦ୍ଧି ପାଇଛି । ଆମେ ଆପଣଙ୍କୁ କହି ରଖୁଛୁ ଯେ ଜୁନ ୯ରେ ବିଦ୍ୟୁତ୍ ପାଇଁ ରେକର୍ଡ ଚାହିଦା ୨୧୧ ଗିଗାୱାଟ ବା GW ଥିଲା । ମୌସୁମୀ ଆରମ୍ଭ ହେବା ପରେ ଚାହିଦା ହ୍ରାସ ପାଇଛି ଓ ଜୁଲାଇ ୨୦ରେ ସର୍ବାଧିକ ବିଦ୍ୟୁତ ଚାହିଦା ୧୮୫.୬୫ GW ଥିଲା । ସୂଚନାନୁସାରେ, କୋଲ ଇଣ୍ଡିଆର କୋଇଲା ଆସିବା ଜୁଲାଇ ଶେଷରୁ ଆରମ୍ଭ ହେବ ଓ ଏହା ଅଗଷ୍ଟ-ସେପ୍ଟେମ୍ବରରେ ବିଦ୍ୟୁତ୍ ବିଲ୍ ଉପରେ ପ୍ରଭାବ ପକାଇବ । ଅକ୍ଟୋବର ୧୫ ପର୍ଯ୍ୟନ୍ତ ଯୋଗାଣ ଅଭାବ ରହିପାରେ ବୋଲି ସୂତ୍ରରୁ ପ୍ରକାଶ ।