Elephant in India: ଦେଶରେ ହାତୀଙ୍କ ସଂରକ୍ଷଣ ପାଇଁ କରାଯାଉଥିବ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଗତ ୮ ବର୍ଷ ମଧ୍ୟରେ ହାତୀ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏହାକୁ ଖୁସି ବ୍ୟକ୍ତ କରିଛନ୍ତି ସେ। ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ହସ୍ତୀ ଦିବସ। 


COMMERCIAL BREAK
SCROLL TO CONTINUE READING

ବିଶ୍ୱ ହସ୍ତୀ ଦିବସ ଅବସରରେ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦି (PM Modi) କହିଛନ୍ତି ଯେ ହାତୀ ସୁରକ୍ଷା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇ ବିଶ୍ୱ ହାତୀ ଦିବସରେ ଆପଣ ଏହା ଜାଣି ଖୁସି ହେବେ ଯେ ଏସୀୟ ହାତୀଙ୍କ ମୋଟ ସଂଖ୍ୟାର ପ୍ରାୟ ୬୦% ଭାରତରେ ଅଛନ୍ତି। ବିଗତ ୮ ବର୍ଷରେ ହାତୀ ସଂଖ୍ୟା ବୃଦ୍ଧି ପାଇଛି। ହାତୀ ସୁରକ୍ଷା ସହିତ ଜଡିତ ସମସ୍ତ ବ୍ୟକ୍ତି ଏବଂ ସଂସ୍ଥାର ଉଦ୍ୟମକୁ ମୁଁ ମଧ୍ୟ ପ୍ରଶଂସା କରୁଛି। ହାତୀ ସଂରକ୍ଷଣ କ୍ଷେତ୍ରରେ ମିଳିଥିବା ସଫଳତା ମାନବ-ପଶୁ ବିବାଦକୁ ହ୍ରାସ କରିବା ପାଇଁ ଭାରତର ବୃହତ ପ୍ରୟାସ ପରିପ୍ରେକ୍ଷୀରେ ଦେଖାଯିବା ଆବଶ୍ୟକ। ପରିବେଶ ଜନିତ ସଚେତନତାକୁ ଆଗକୁ ନେବାରେ ସ୍ଥାନୀୟ ସମ୍ପ୍ରଦାୟ ଏବଂ ସେମାନଙ୍କର ପାରମ୍ପାରିକ ଜ୍ଞାନକୌଶଳକୁ ଏକତ୍ରିତ କରାଯିବା ଆବଶ୍ୟକ। ଗତ ୨୦୧୦ ବର୍ଷରେ ହାତୀକୁ (Elephant) ଦେଶର ଜାତୀୟ ଐତିହ୍ୟ ପ୍ରାଣୀ (National Heritage Animal of India) ଭାବେ ଘୋଷଣା କରିଥିଲେ ଭାରତ ସରକାର (Govt of India)।


Also Read: Tiger Death in India: ଦେଶରେ ୩ ବର୍ଷରେ ପ୍ରାଣ ହରାଇଛନ୍ତି ୩୨୯ ବାଘ


ବିଶ୍ୱ ହସ୍ତୀ ଦିବସ ହାତୀଙ୍କ ଦୁଃଖ ଦୁର୍ଦ୍ଦଶା ବାବଦରେ ଲୋକଙ୍କୁ ଅବଗତ କରିବା ଲାଗି ପାଳନ କରାଯାଏ। ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ହସ୍ତୀ ଦିବସ (World Elephant Day)। ବିଶ୍ୱରେ ସର୍ବପ୍ରଥମେ ୨୦୧୨ ଅଗଷ୍ଟ ୧୨  ତାରିଖରେ ପାଳିତ ହୋଇଥିଲା ବିଶ୍ୱ ହସ୍ତୀ ଦିବସ।  ଥାଇଲ୍ୟାଣ୍ଡସ୍ଥିତ ଏକ ସଙ୍ଗଠନ (Thailand based Elephant Organisation) ଏଲିଫ୍ୟାଣ୍ଡ ରି ଇନଟ୍ରଡକସନ ଫାଉଣ୍ଡେସନ (Elephant Reintroduction Foundation) କାନାଡା ଚଳଚ୍ଚିତ୍ର ନିର୍ମାତା ପାଟ୍ରିସିଆ ସିମ୍ସଙ୍କ (Canadian filmmaker Patricia Sims) ସହ ମିଶି ହାତୀଙ୍କ ସଂରକ୍ଷଣ ଦିଗରେ କାମ କରିଥିଲା।