Twitter 'Blue Tick', ନୂଆଦିଲ୍ଲୀ: ଗତ କିଛି ଦିନ ହେଲା ନୀଳ ଚଢେଇର ନୀଳ ଟିକ୍ ଟିହ୍ନକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ଏଲୋନ ମସ୍କ, microblogging website ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ ଅନେକ କଳ୍ପନା ଜଳ୍ପନା ଚାଲିଛି। ଟ୍ୱିଟରର ମାଗଣା ସେବାର ଯୁଗ ଖୁବଶୀଘ୍ର ଶେଷ ହେବାକୁ ଯାଉଥିବା ବେଳେ ଏହା କେବଳ ଧନୀକ ଶ୍ରେଣୀର ଲୋକଙ୍କ ପାଇଁ ଉପଲବ୍ଧ ହେବ। କାରଣ ଏହି ନୀଳ ଚଢେଇ ବ୍ୟବହାର ପାଇଁ ଆକାଉଣ୍ଟଧାରୀଙ୍କୁ ମାସିକ ଫି ହେବାକୁ ପଡିବ। ମଙ୍ଗଳବାର ରାତିରେ ଏକ ସିରିଜ ଟ୍ୱିଟ୍ କରି ଟ୍ୱିଟରର ନୂଆ ମାଲିକ ତଥା ସିଇଓ, ଏଲୋନ ମସ୍କ ଏହି ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଟ୍ୱିଟରର ନୂତନ ମାଲିକ ଏଲୋନ୍ ମସ୍କ ନିଶ୍ଚିତ କରିଛନ୍ତି ଯେ, ଯଦି କେହି “ବ୍ଲୁ ଟିକ୍” ଚାହାଁନ୍ତି, ତେବେ ତାଙ୍କୁ ମାସିକ ୮ ଡଲାର ବା ପ୍ରାୟ ୬୯୦ ଟଙ୍କା ଦେବାକୁ ହେବ। ମସ୍କ ଟ୍ୱିଟ୍ କରି କହିଛନ୍ତି, "ଟୁଇଟରରେ ବ୍ଲୁ ଟିକକୁ ନେଇ ବର୍ତ୍ତମାନ ଯେଉଁ ମାଲିକ ଏବଂ ଦାସ ପ୍ରଣାଳୀ ଅଥି, ତାହା ଏକ ବାଜ୍ୟ ବ୍ୟବସ୍ଥା। ମାସିକ ୮ ଡଲାର ଦେଲେ ଲୋକଙ୍କୁ ଟ୍ୱିରର କ୍ଷମତା ମିଳିବ।" କ୍ରୟ କ୍ଷମତା ସମାନତା ସହିତ ଦେଶ ଅନୁପାତରେ ମୂଲ୍ୟ ସ୍ଥିର ହୋଇଛି ବୋଲି ମସ୍କ କହିଛନ୍ତି। ଭେରିଫାଏଡ ବା ବ୍ଲୁ ଟିକ୍ ଥିବା ଆକାଉଣ୍ଟସକୁ ସେ କିଛି ସୁପର ପାୱାର୍ ଦେବାକୁ ଯୋଜନା କରିଛନ୍ତି। 


Also Read: ଭାରତର ଡିଜିଟାଲ ମୁଦ୍ରା ଓ କ୍ରିପ୍ଟୋ କରେନ୍ସି ମଧ୍ୟରେ ପାର୍ଥକ୍ୟ କଣ? ଜାଣନ୍ତୁ ଟଙ୍କାର ଭବିଷ୍ୟତ


ମସ୍କ ପୁଣି କହିଛନ୍ତି ଯେ, ସ୍ପାମ ଓ ସ୍ଲାମ ଠାରୁ ଦୂରରେ ରହିବାରୁ ହେଲେ replies, mentions ଓ searchକୁ ପ୍ରାଥମିକତା ଦେବାକୁ ହେବ। ମାସିକ ଆଠ ଡଲାର ଦେଲେ ଭେରିଫାଏଡ୍ ୟୁଜର୍ସଙ୍କୁ ଲମ୍ବା ଭିଡିଓ ଓ ଅଡିଓ ପୋଷ୍ଟ କରିବାର ସୁବିଧା ମିଳିବ। ବିଜ୍ଞାପନ ଅଧା ହେଇଯିବ। ଟ୍ୱିଟର ସହ କାମ କରିବା ପାଇଁ paywall bypass ମିଳିବ। ଏହା ସହ ୟୁଟ୍ୟୁବ, ଫେସବୁକ୍ ଓ ଇନଷ୍ଟ ଭଳି ଟ୍ୱିଟର ମାଧ୍ୟମରେ ମଧ୍ୟ କଣ୍ଟେଣ୍ଟ କ୍ରିଏଟର ଆୟ କରିପାରିବେ। ଟ୍ୱିଟରର ନୂଆ ମାଲିକଙ୍କ ଅନୁସାରେ, ଏଣିକି ଭେରିଫାଏଡ ୟୁଜର୍ସଙ୍କୁ ଏକ ସ୍ୱତନ୍ତ୍ର ଭିଭିଆଇପି ସେବା ମିଳିବ। ପବ୍ଲିକ ଫିଗର ବା ବିଶିଷ୍ଟ ରାଜନେତାଙ୍କ ଭଳି ନାମ ତଳେ secondary tag ରହିବ।



ଟ୍ୱିଟର ନୂଆ ସିଇଓ, ଏଲୋନ ମସ୍କଙ୍କ ଏହି ଘୋଷଣା ପରେ ସୋସିଆଲ ମିଡିଆରେ ମିଶ୍ରିତ ରିଆକସନ୍ ଦେଖିବାକୁ ମିଳିଛି। ଟ୍ୱିଟର ଦେୟ ମୁକ୍ତ ହେଲେ ଏହା କେବଳ ଧନୀଙ୍କ ପାଇଁ ଉଦ୍ଧିଷ୍ଟ ହେବ ଓ ନକଲି ଏକାଉଣ୍ଟ ସଂଖ୍ୟା ବୃଦ୍ଧି ପାଇବ ବୋଲି କିଛି ଲୋକ ଦାବି କରୁଛନ୍ତି। ସେମାନଙ୍କ କହିବା ହେଲା, ଟ୍ୱିଟର ଯେଉଁ ମାସିକ ୮ ଡଲାର ଫି ପାଇଁ କହୁଛି, ତାହା ଏକ ବଡ ବର୍ଗର ୟୁଜର୍ସଙ୍କ ପାଇଁ ଅଧିକ ହେଉଛି। ଲୋକ ଟଙ୍କା ଦେଇ ନକଲି ଆକାଉଣ୍ଟ ମଧ୍ୟ ଖୋଲିବାର ସମ୍ଭାବନା ଅଛି। ଅନ୍ୟପଟେ ଟ୍ୱିଟରର ଏପରି ଘୋଷଣା ପରେ ଡୋନାଲ୍ଡ ଟ୍ରମ୍ପ ଓ କଙ୍ଗନା ରଣାୱତଙ୍କ ପରି ବ୍ୟକ୍ତିଙ୍କ ଟ୍ୱିଟର ଆକାଣ୍ଟ ପୁଣିଥରେ ଚାଲୁ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।