PF ଆକାଉଣ୍ଟଧାରୀମାନେ ଡିସେମ୍ୱର ୩୧ ପର୍ଯ୍ୟନ୍ତ ଶେଷ କରି ନିଅନ୍ତୁ ଏହି କାମ, ନଚେତ୍ ପରେ ହେବ ବଡ଼ ସମସ୍ୟା
ଯଦି PF ଆକାଉଣ୍ଟଧାରୀମାନଙ୍କ ସହିତ କିଛି ଅଘଟଣ ଘଟେ, ତେବେ ପରିବାରର କୌଣସି ସଦସ୍ୟଙ୍କୁ ନୋମିନୀ କରିବା ଦ୍ୱାରା ତାଙ୍କୁ ବୀମା ଓ ପେନସନ୍ ଭଳି ସୁବିଧା ମିଳିବ । ଏହାକୁ ଧ୍ୟାନରେ ରଖି ଇପିଏଫଏ ନୋମିନୀ ଦେବା ଜରୁରୀ କରିଛି ।
ନୂଆଦିଲ୍ଲୀ: EPFO New Rule: ଯଦି ଆପଣଙ୍କର PF କଟା ଯାଉଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ । କାରଣ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ଏପରି ନିୟମ କରିଛି, ଯଦି ତାହା ପାଳନ ନହୁଏ, ତେବେ ଆକାଉଣ୍ଟଧାରୀମାନଙ୍କୁ କିଛି କ୍ଷତି ସହିବାକୁ ପଡିବ ।
EPFO ସମସ୍ତ ସମସ୍ତ PF ଆକାଉଣ୍ଟଧାରୀଙ୍କ ପାଇଁ ନାମାଙ୍କନପତ୍ର ବା ନମୋନୀ ଦେବା ବାଧ୍ୟତାମୂଳକ କରିଛି । ଏହି କାମ ନ କରିବାରୁ PF ଆକାଉଣ୍ଟଧାରୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ । EPFO ର ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି PF ଆକାଉଣ୍ଟଧାରୀଙ୍କ ଆଶ୍ରିତଙ୍କୁ ସୁରକ୍ଷା ଯୋଗାଇବା ।
ଯଦି PF ଆକାଉଣ୍ଟଧାରୀମାନଙ୍କ ସହିତ କିଛି ଅଘଟଣ ଘଟେ, ତେବେ ପରିବାରର କୌଣସି ସଦସ୍ୟଙ୍କୁ ନୋମିନୀ କରିବା ଦ୍ୱାରା ତାଙ୍କୁ ବୀମା ଓ ପେନସନ୍ ଭଳି ସୁବିଧା ମିଳିବ । ଏହାକୁ ଧ୍ୟାନରେ ରଖି ଇପିଏଫଏ ନୋମିନୀ ଦେବା ଜରୁରୀ କରିଛି ।
ଇପିଏଫ୍ଓ ଅନୁଯାୟୀ, ଡିସେମ୍ବର ୩୧, ୨୦୨୧ ପର୍ଯ୍ୟନ୍ତ ସମୟସୀମା ସ୍ଥିର କରାଯାଇଛି । ଇପିଏଫ୍ଓ ମଧ୍ୟ ଏହି ସୁବିଧା ଦେଇଛି ଯେ ଆକାଉଣ୍ଟଧାରୀ ଯେତେଥର ଚାହିଁବେ ନୋମିନୀ ବଦଳାଇ ପାରିବେ ।
ନୋମିନୀ କରିବାର ପ୍ରକ୍ରିୟା
୧. ସର୍ବପ୍ରଥମେ EPFO ର ଅଫିସିଆଲ୍ ୱେବସାଇଟ୍ ଖୋଲନ୍ତୁ ।
୨. ବର୍ତ୍ତମାନ ଆପଣଙ୍କୁ UAN ଓ ପାସୱାର୍ଡ ସାହାଯ୍ୟରେ ଲଗଇନ୍ କରିବାକୁ ପଡିବ ।
୩. ମ୍ୟାନେଜ୍ ସେକ୍ସନକୁ ଯାଆନ୍ତୁ ଓ ଲିଙ୍କ ଇ-ନୋମିନେସନ ଉପରେ କ୍ଲିକ୍ କରନ୍ତୁ ।
୪. ବର୍ତ୍ତମାନ ନୋମିନୀଙ୍କ ନାମ, ଫଟୋ ଏବଂ ଅନ୍ୟାନ୍ୟ ବିବରଣୀ ଦାଖଲ କରନ୍ତୁ ।
୫. ଏକରୁ ଅଧିକ ନାମିମୀ ଯୋଡିବାକୁ ଏଡ୍ ନ୍ୟୁ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
୬. ଆପଣ ସେଭ୍ ଫ୍ୟାମିଲି ଡିଟେଲ୍ସ ଉପରେ କ୍ଲିକ୍ କରିବା ମାତ୍ରେ ପ୍ରକ୍ରିୟା ସମାପ୍ତ ହୋଇଯିବ ।
ମିସ୍ କଲ କରି ବାଲାନ୍ସ ଜାଣନ୍ତୁ
PF ଟଙ୍କା ଯାଞ୍ଚ କରିବାକୁ, ଆପଣ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ ରେ ଏକ ମିସ୍ କଲ ଦେବାକୁ ପଡିବ । ଏହା ପରେ, ଆପଣ EPFO ର SMS ମାଧ୍ୟମରେ PF ର ବିବରଣୀ ପାଇବେ । ଏଠାରେ ମଧ୍ୟ ଆପଣଙ୍କର UAN, PAN ଓ ଆଧାର ସହ ଲିଙ୍କ୍ ହେବା ଆବଶ୍ୟକ ।
ଫର୍ଜି ବା ଫେକ୍ କଲରୁ ରୁହନ୍ତୁ ସାବଧାନ
EPFO ନିଜର ଖାତାଧାରୀମାନଙ୍କୁ କୌଣସି ଫେକ୍ କଲକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି । EPFO ନିଜର କୋଟି କୋଟି PF ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ ସୂଚନା ଓ ଯେକୌଣସି ପ୍ରକାରର ଆପ୍ ଡାଉନଲୋଡ୍ କୁ ନେଇ ଆଲର୍ଟ କରିଛି । ଟ୍ୱିଟରରେ ଏକ ଆଲର୍ଟ ଜାରି କରିବାବେଳେ ଇପିଏଫ୍ଓ କହିଛି, "ଇପିଏଫ୍ କେବେ ମଧ୍ୟ ଫୋନ୍ କଲରେ ନିଜ ଆକାଉଣ୍ଟଧାରୀଙ୍କ ଠାରୁ ୟୁଏନ୍ ନମ୍ବର, ଆଧାର ନମ୍ବର, ପାନ୍ ନମ୍ବର କିମ୍ବା ବ୍ୟାଙ୍କ ବିବରଣୀ ମାଗେ ନାହିଁ କିମ୍ବା EPFO ଏହାର ଆକାଉଣ୍ଟଧାରୀଙ୍କୁ କୌଣସି ଫୋନ୍ କଲ୍ କରେ ନାହିଁ ।"
ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍
ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ୨୬୪ ସଂକ୍ରମିତଙ୍କ ମୃତ୍ୟୁ
ଏହା ବି ପଢ଼ନ୍ତୁ:-୭ ପ୍ରତିଶତ ବଢ଼ିଯାଇଛି ଏହି କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବେତନରେ ହେବ ବମ୍ପର ବୃଦ୍ଧି
ଏହା ବି ପଢ଼ନ୍ତୁ:-କୋହଲିଙ୍କ ପ୍ରସଙ୍ଗରେ ବିସିସିଆଇ ନେଲା ଏହି ନିଷ୍ପତ୍ତି, ସାମ୍ବାଦିକ ସମ୍ମିଳନୀ ପରେ ବୋର୍ଡ ଅସନ୍ତୁଷ୍ଟ
ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ, ନୂଆ ବର୍ଷରେ ପୁଣି ବଢ଼ିବ ଦରମା!