ନୂଆଦିଲ୍ଲୀ: PF Account: ଯଦି ଆପଣଙ୍କର ମଧ୍ୟ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ଆକାଉଣ୍ଟ୍ ଅଛି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର ଅଛି । ଆପଣ ଭୁଲରେ ମଧ୍ୟ ଏହି ନମ୍ବର ବା ଡକ୍ୟୁମେଣ୍ଟଗୁଡିକୁ କାହା ସହିତ ସେୟାର କରନ୍ତୁ ନାହିଁ । EPFO ଏହାର ସମସ୍ତ ଆକାଉଣ୍ଟ୍ ଧାରକମାନଙ୍କୁ ସତର୍କ କରାଇ ଦେଇ କହିଛି ଯେ ସେମାନଙ୍କର ବ୍ୟକ୍ତିଗତ ବିବରଣୀ ଓ ନିର୍ଦ୍ଦିଷ୍ଟ ନମ୍ବର କାହା ସହିତ ସେୟାର ନ କରିବା ଉଚିତ୍ । EPF ଟ୍ୱିଟ କରି ଏ ବିଷୟରେ ସୂଚନା ଦେଇଛି ।


COMMERCIAL BREAK
SCROLL TO CONTINUE READING

EPFO ଟ୍ୱିଟ୍ କରି ଏହା କହିଛି 


EPFO ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି ଯେ EPFO ​​ଆକାଉଣ୍ଟଧାରୀଙ୍କୁ ତାଙ୍କ ବ୍ୟକ୍ତିଗତ ବିବରଣୀ ପାଇଁ କେବେବି ପଚାରି ନଥାଏ, ଯେପରିକି - ଆଧାର ନମ୍ବର, ପାନ୍ ନମ୍ବର, UAN ନମ୍ବର, ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ଏବଂ OTP । ଯଦି କେହି ଆପଣଙ୍କୁ କଲ କରନ୍ତି କିମ୍ବା ସୋସିଆଲ ମିଡିଆରେ ଏପରି ନମ୍ବର ମାଗନ୍ତି, ତେବେ ଆପଣ ସାବଧାନ ହେବା ଉଚିତ୍ ଓ ଏହିପରି ବିବରଣୀ କାହା ସହିତ ସେୟାର ନ କରିବା ଉଚିତ । 


ଫର୍ଜି ବା ଫେକ୍ କଲରୁ ରୁହନ୍ତୁ ସାବଧାନ


EPFO ନିଜର ଖାତାଧାରୀମାନଙ୍କୁ କୌଣସି ଫେକ୍ କଲକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି । EPFO ନିଜର କୋଟି କୋଟି PF ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ ସୂଚନା ଓ ଯେକୌଣସି ପ୍ରକାରର ଆପ୍ ଡାଉନଲୋଡ୍ କୁ ନେଇ ଆଲର୍ଟ କରିଛି । ଟ୍ୱିଟରରେ ଏକ ଆଲର୍ଟ ଜାରି କରିବାବେଳେ ଇପିଏଫ୍ଓ କହିଛି, "ଇପିଏଫ୍ କେବେ ମଧ୍ୟ ଫୋନ୍ କଲରେ ନିଜ ଆକାଉଣ୍ଟଧାରୀଙ୍କ ଠାରୁ ୟୁଏନ୍ ନମ୍ବର, ଆଧାର ନମ୍ବର, ପାନ୍ ନମ୍ବର କିମ୍ବା ବ୍ୟାଙ୍କ ବିବରଣୀ ମାଗେ ନାହିଁ କିମ୍ବା EPFO ​​ଏହାର ଆକାଉଣ୍ଟଧାରୀଙ୍କୁ କୌଣସି ଫୋନ୍ କଲ୍ କରେ ନାହିଁ ।"


ଏହା ବି ପଢ଼ନ୍ତୁ:-ଦିଦି ହେବେ ରାଜ୍ୟପାଳ!


ଏହା ବି ପଢ଼ନ୍ତୁ:-ଏପର୍ଯ୍ୟନ୍ତ ତିଆରି ହୋଇନାହିଁ ରାସନ କାର୍ଡ? ଚିନ୍ତା କରିବାର ଆବଶ୍ୟକତା ନାହିଁ, ଘରେ ବସି ଏପରି କରନ୍ତୁ ଆପ୍ଲାଇ, ଯିବାକୁ ପଡ଼ିବନି ଅଫିସ୍


PF ଆକାଉଣ୍ଟଧାରୀମାନେ ଡିସେମ୍ୱର ୩୧ ପର୍ଯ୍ୟନ୍ତ ଶେଷ କରି ନିଅନ୍ତୁ ଏହି କାମ


EPFO ସମସ୍ତ ସମସ୍ତ PF ଆକାଉଣ୍ଟଧାରୀଙ୍କ ପାଇଁ ନାମାଙ୍କନପତ୍ର ବା ନମୋନୀ ଦେବା ବାଧ୍ୟତାମୂଳକ କରିଛି । ଏହି କାମ ନ କରିବାରୁ PF ଆକାଉଣ୍ଟଧାରୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ । EPFO ର ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି PF ଆକାଉଣ୍ଟଧାରୀଙ୍କ ଆଶ୍ରିତଙ୍କୁ ସୁରକ୍ଷା ଯୋଗାଇବା । ଯଦି PF ଆକାଉଣ୍ଟଧାରୀମାନଙ୍କ ସହିତ କିଛି ଅଘଟଣ ଘଟେ, ତେବେ ପରିବାରର କୌଣସି ସଦସ୍ୟଙ୍କୁ ନୋମିନୀ କରିବା ଦ୍ୱାରା ତାଙ୍କୁ ବୀମା ଓ ପେନସନ୍ ଭଳି ସୁବିଧା ମିଳିବ । ଏହାକୁ ଧ୍ୟାନରେ ରଖି ଇପିଏଫଏ ନୋମିନୀ ଦେବା ଜରୁରୀ କରିଛି ।


ଇପିଏଫ୍ଓ ଅନୁଯାୟୀ, ଡିସେମ୍ବର ୩୧, ୨୦୨୧ ପର୍ଯ୍ୟନ୍ତ ସମୟସୀମା ସ୍ଥିର କରାଯାଇଛି । ଇପିଏଫ୍ଓ ମଧ୍ୟ ଏହି ସୁବିଧା ଦେଇଛି ଯେ ଆକାଉଣ୍ଟଧାରୀ ଯେତେଥର ଚାହିଁବେ ନୋମିନୀ ବଦଳାଇ ପାରିବେ ।