ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆ(North Korea)ର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ(Kim jong UN)ଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ଏବଂ କଳ୍ପନାଜଳ୍ପନାର ବଜାର ପୁଣି ଥରେ ଗରମ ହୋଇଉଠିଛି । ଦକ୍ଷିଣ କୋରିଆର ଅଧିକାରୀ ଦାବି କରିଛନ୍ତି ଯେ, କିମ ଜୋଙ୍ଗଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଦେଶର କ୍ଷମତା ତାଙ୍କ ଭଉଣୀ କିମ ୟୋ ଜୋଙ୍ଗ(Kim Yo Jong)ଙ୍କ ହାତରେ ଅଛି । ଅନ୍ୟପଟେ ଉତ୍ତର କୋରିଆର ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ, କିମ ଜୋଙ୍ଗଙ୍କର ମୃତ୍ୟୁ ହୋଇନାହିଁ, କିନ୍ତୁ ଗୁରୁତର ଅସୁସ୍ଥତା ହେତୁ ସେ କୋମାରେ ଅଛନ୍ତି । ଏହି ମଧ୍ୟରେ ନ୍ୟୁଜ୍ ଏଜେନ୍ସି ୟୋନହାପ ଅନୁଯାୟୀ ଉତ୍ତର କୋରିଆରେ ହାଇ ଆଲର୍ଟ ଘୋଷଣା କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଉତ୍ତର କୋରିଆରୁ କିମ ଜୋଙ୍ଗଙ୍କୁ ମୃତ୍ୟୁର ଗୁଜବ ଏକ ସରକାରୀ ବିଜ୍ଞାପନରୁ ଆରମ୍ଭ ହୋଇଥିଲା । ଯେଉଁଥିରେ ଧୂମପାନ ନକରିବାକୁ ପରାମର୍ଶ ଦିଆଯାଇଥିଲା । କିମ ଜୋଙ୍ଗ ହେଉଛନ୍ତି ଜଣେ ଚେନ୍ ସ୍ମୋକର ବା ଧୂମପାନକାରୀ । ସର୍ବସାଧାରଣ ସ୍ଥାନରେ ଧୂମପାନ କରୁଥିବା ମଧ୍ୟ ଦେଖାଯାଏ । ଏଭଳି ପରିସ୍ଥିତିରେ ସୁପ୍ରିମୋ ନେତାଙ୍କ ବିରୁଦ୍ଧରେ ଯାଇ ଏଭଳି ସରକାରୀ ବିଜ୍ଞାପନ ସାମ୍ନାକୁ ଆସିବା ପରେ କିମ ଜୋଙ୍ଗ ଆଉ କ୍ଷମତାରେ ନାହାଁନ୍ତି ବୋଲି ଅନୁମାନ କରାଯାଉଛି । କିଛି ଗୁରୁତର ଅସୁସ୍ଥତା ହେତୁ କିମ ଜୋଙ୍ଗ କୋମାରେ ଅଛନ୍ତି ଏବଂ ତାଙ୍କ ଭଉଣୀ କିମ ୟୋ ଜୋଙ୍ଗ ବର୍ତ୍ତମାନ କ୍ଷମତା ସମ୍ଭାଳିଛନ୍ତି ବୋଲି ଖବର ରହିଛି । ଉତ୍ତର କୋରିଆ ମାମଲାରେ ଆମେରିକାର ଅବସରପ୍ରାପ୍ତ ସାମରିକ ବିଶେଷଜ୍ଞ କର୍ଣ୍ଣେଲ ଡେଭିଡ ମ୍ୟାକ୍ସୱେଲ କହିଛନ୍ତି ଯେ, ମୁଁ କୌଣସି ଏପରି ପ୍ରମାଣ ଦେଖି ନାହିଁ କିମ୍ବା ନାଁ ହିଁ ଏପରି ସଙ୍କେତ ମିଳିଛି ଯେ କିମ ୟୋ ଜୋଙ୍ଗ କିପରି ଶାସନ କରିବେ । କିନ୍ତୁ ମୁଁ ବିଶ୍ୱାସ କରେ ଯେ ସେ ନିଜ ପରିବାର ପରି ଅତ୍ୟନ୍ତ ନିର୍ଦ୍ଦୟ ଉପାୟରେ ଶାସନ କରିବେ ।


ଅଧିକ ପଢ଼ନ୍ତୁ:-ନିଜ ପରିବାର ହିଁ ଟ୍ରମ୍ପଙ୍କୁ କରୁଛି ଟାର୍ଗେଟ, ଏଥର ଜିତି ପାରିବେ କି ରାଷ୍ଟ୍ରପତି ନିର୍ବାଚନ ?


ମ୍ୟାକ୍ସୱେଲଙ୍କ ଅନୁଯାୟୀ କିମ ଜୋଙ୍ଗ ତାଙ୍କ ପିତାଙ୍କ ଅପେକ୍ଷା ପାଶ୍ଚାତ୍ୟ ସଂସ୍କୃତିକୁ ନେଇ ଅଧିକ ଖୋଲା ଥିଲେ । ଯଦିଓ ତାଙ୍କ ଭଉଣୀ ଆଦୌ ସେପରି ନୁହଁନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, କେବଳ ଦକ୍ଷିଣ କୋରିଆ କିମ୍ ଜୋଙ୍ଗଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଖବର ପ୍ରକାଶ କରିଛି, ଯଦିଓ ଏହା ପୂର୍ବରୁ ଭୁଲ ପ୍ରମାଣିତ ହୋଇଛି । ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି କିମ ଡେ-ଜଙ୍ଗଙ୍କ ଜଣେ ଅଧିକାରୀ ଥିବା ଚାଙ୍ଗ ସୋଙ୍ଗ-ମିନ ଦାବି କରିଛନ୍ତି ଯେ, କିମ ଜୋଙ୍ଗ ଉନ କୋମାରେ ଅଛନ୍ତି ।


ଅଧିକ ପଢ଼ନ୍ତୁ:-BCCIର ଏହି ପଦକ୍ଷେପ ଅବସର ପାଇଁ ଧୋନିଙ୍କୁ କରିଥିଲା ବାଧ୍ୟ !


ଉତ୍ତର କୋରିଆରେ ରହିଥିବା ସାମ୍ବାଦିକ ରଏ କୌଲି ଦାବି କରିଛନ୍ତି ଯେ, ସେହି ଦେଶରେ ଏତେ ପରିମାଣରେ ଗୋପନୀୟତା ରଖାଯାଇଥାଏ ଯେ ଦେଶରେ କଣ ଚାଲୁଛି ତାହା ସେଠାରେ ରହୁଥିବା ଲୋକମାନେ ମଧ୍ୟ ଜାଣି ନାହାଁନ୍ତି । ସେ ଡେଲି ଏକ୍ସପ୍ରେସ ସହ ସାକ୍ଷାତକାରରେ କହିଛନ୍ତି- ମୋତେ ସତରେ ଲାଗୁଛି ଯେ ତାଙ୍କ ମୃତ୍ୟୁ ହୋଇଯାଇଛି । କିନ୍ତୁ ସେହି ଦେଶ ବିଷୟରେ କିଛି କୁହାଯାଇପାରିବ ନାହିଁ ।