କୋମାରେ ଅଛନ୍ତି କିମ ଜୋଙ୍ଗ ! ଭଉଣୀ ସମ୍ଭାଳିଛନ୍ତି ମୋର୍ଚ୍ଚା
Advertisement
Article Detail0/zeeodisha/odisha734345

କୋମାରେ ଅଛନ୍ତି କିମ ଜୋଙ୍ଗ ! ଭଉଣୀ ସମ୍ଭାଳିଛନ୍ତି ମୋର୍ଚ୍ଚା

ଚାଙ୍ଗ ସୋଙ୍ଗ-ମିନ କହିଛନ୍ତି ଯେ, ତାଙ୍କୁ କୋରିଆ ନେତା କିମ ଜୋଙ୍ଗ ଉନଙ୍କ କୋମାରେ ଯିବାର ଖବର ଚାଇନାର ଏକ ସୂତ୍ରରୁ ମିଳିଛି ।

କୋମାରେ ଅଛନ୍ତି କିମ ଜୋଙ୍ଗ ! ଭଉଣୀ ସମ୍ଭାଳିଛନ୍ତି ମୋର୍ଚ୍ଚା

ପ୍ୟୋଙ୍ଗୟାଙ୍ଗ: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି କିମ ଦା-ଜଙ୍ଗ(Kim Da jung)ଙ୍କ ପୂର୍ବତନ ସହାୟକଙ୍କ ଅନୁଯାୟୀ ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ(Kim Jong UN) କୋମା(Coma)ରେ ଅଛନ୍ତି । ବର୍ତ୍ତମାନ ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ(Kim Yo-jong) ଜାତୀୟ ତଥା ଆନ୍ତର୍ଜାତୀୟ ବ୍ୟାପାର ମାମଲାକୁ ଦେଖୁଛନ୍ତି । ଚାଙ୍ଗ ସୋଙ୍ଗ-ମିନ(Chang Song-min) ଦକ୍ଷିଣ କୋରିଆର ସ୍ୱର୍ଗତ ରାଷ୍ଟ୍ରପତି କିମ ଦା-ଜଙ୍ଗଙ୍କ ରାଜନୈତିକ ବ୍ୟାପାର ସଚିବ ତଥା ରାଜ୍ୟ ବ୍ୟାପାର ମନିଟରିଂ କାର୍ଯ୍ୟାଳୟର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ସେ ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ, ଉତ୍ତର କୋରିଆର ନେତା କିମ ଜୋଙ୍ଗ କୌଣସି ଅନ୍ୟ ବ୍ୟକ୍ତିଙ୍କୁ ନିଜର ଅଧିକାର ସେପର୍ଯ୍ୟନ୍ତ ହସ୍ତାନ୍ତର କରିବେ ନାହିଁ ଯେପର୍ଯ୍ୟନ୍ତ ସେ ବହୁତ ଅସୁସ୍ଥତା ନହୋଇ ଯାଉଛନ୍ତି କିମ୍ବା ତାଙ୍କୁ ପଦରୁ ହଟାଇ ଦିଆଯାଇଛି ।

ଅଧିକ ପଢ଼ନ୍ତୁ:-ଚାଷୀଙ୍କ ପାଇଁ ଆଲର୍ଟ ! ୭ ଦିନ ଭିତରେ ବ୍ୟାଙ୍କକୁ ଫେରସ୍ତ କରନ୍ତୁ କୃଷି ଋଣର ଟଙ୍କା, ନଚେତ୍...

ଚାଙ୍ଗ ସୋଙ୍ଗ-ମିନ କହିଛନ୍ତି ଯେ, ତାଙ୍କୁ କୋରିଆ ନେତା କିମ ଜୋଙ୍ଗ ଉନଙ୍କ କୋମାରେ ଯିବାର ଖବର ଚାଇନାର ଏକ ସୂତ୍ରରୁ ମିଳିଛି । ଦକ୍ଷିଣ କୋରିଆର ନ୍ୟାସନାଲ ଇଣ୍ଟେଲିଜେନ୍ସ ସର୍ଭିସ(NIS) କିଛି ଦିନ ପୂର୍ବରୁ ଘୋଷଣା କରିଥିଲା ​​ଯେ କିମ ଜୋଙ୍ଗ-ଉନ ତାଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ଏବଂ ଅଧିକାରକୁ ତାଙ୍କର ସବୁଠାରୁ ବିଶ୍ୱସ୍ତ ସହକର୍ମୀମାନଙ୍କ ସହ ବାଣ୍ଟିବେ । ଏକ ବୈଠକରେ କିମ ଜୋଙ୍ଗ କିଛି ବିଶ୍ୱସ୍ତ ବରିଷ୍ଠ ଅଧିକାରୀ ଓ ତାଙ୍କ ଭଉଣୀଙ୍କୁ ପ୍ରଶାସନିକ କ୍ଷମତା ପ୍ରଦାନ କରିଥିଲେ । ଏହି ବୈଠକରେ ଦଳର ପରବର୍ତ୍ତୀ କଂଗ୍ରେସ ଜାନୁଆରୀରେ ଅନୁଷ୍ଠିତ ହେବ ବୋଲି ସେ ଘୋଷଣା କରିଥିଲେ । ତେବେ ନ୍ୟାସନାଲ ଇଣ୍ଟେଲିଜେନ୍ସ ଏଜେନ୍ସି କହିଛି ଯେ, ଏହି ନୂତନ ପ୍ରଣାଳୀ କିମ ଜୋଙ୍ଗ ଉନଙ୍କ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସହ ଜଡିତ ନୁହେଁ ।

ଅଧିକ ପଢ଼ନ୍ତୁ:-BCCIର ଏହି ପଦକ୍ଷେପ ଅବସର ପାଇଁ ଧୋନିଙ୍କୁ କରିଥିଲା ବାଧ୍ୟ !

କିମଙ୍କୁ ଶେଷ ଥର ପାଇଁ ଚଳିତ ବର୍ଷ ଏପ୍ରିଲ ୧୧ରେ ୱାର୍କର୍ସ ପାର୍ଟି ପଲିଟବ୍ୟୁରୋର ଏକ ବୈଠକରେ ଅଧ୍ୟକ୍ଷତା କରୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ସେ ମେ ୨ରେ ଏକ ସାର କାରଖାନା ଖୋଲିବା ସମୟରେ ରିବନ କାଟିଥିବାର ନଜର ଆସିଥିଲେ । ଚାଙ୍ଗଙ୍କ ଏହି ଦାବି ସେହି ସମୟରେ ଆସିଛି ଯେତେବେଳେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ନେଇ କଳ୍ପନା ଜଳ୍ପନା ଜାରି ରହିଛି ଓ ମାସ ମାସ ଧରି ତାଙ୍କୁ କୌଣସି ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳି ନାହିଁ ।