ସରକାରଙ୍କୁ କୃଷକଙ୍କ ଚେତାବନୀ; ବଜେଟ ଦିନ କରିବୁ ସଂସଦ ମାର୍ଚ୍ଚ ରାଲି
କୃଷକଙ୍କ ପକ୍ଷରୁ ହେବାକୁ ଥିବା ପଦଯାତ୍ରାରେ ୩ ହଜାର ସ୍ୱେଚ୍ଛାସେବକ ଯୋଗ ଦେବେ। ଅନ୍ୟପଟେ ୧୫୦୦ କୃଷକ ଟ୍ରାଫିକ ନିୟନ୍ତ୍ରଣରେ ରହିବେ।
ନୂଆଦିଲ୍ଲୀ: ନୂତନ କୃଷି ଆଇନ ବିରୁଦ୍ଧରେ ପ୍ରାୟ ୨ ମାସ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ଏପରିକି ଆନ୍ଦୋଳନରତ କୃଷକଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ଏହି ନୂଆ କୃଷି ଆଇନକୁ ବିରୋଧି କରି ସଂସଦ ମାର୍ଚ୍ଚ ରାଲି କରିବାକୁ ଯୋଜନା କରିଛନ୍ତି।
ସୋମବାର କ୍ରାନ୍ତିକାରୀ କିସାନ ୟୁନିୟନ ନେତା ଦର୍ଶନ ପାଲ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଫେବୃଆରୀ ୧ ତାରିଖରେ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ସଂସଦ ଅଭିମୁଖେ ପଦଯାତ୍ରା କରାଯିବ। ଆନ୍ଦୋଳନରତ କୃଷକଙ୍କ ପକ୍ଷରୁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ କରାଯାଉଥିବା ଟ୍ରାକ୍ଟର ରାଲି ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହୋଇ ୨୭ ରାତି ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ୨୮ ତାରିଖ ପରେ ଆନ୍ଦୋଳନ କରୁଥିବା କୃଷକ ପଦଯାତ୍ରା ଲାଗି ଆରମ୍ଭ ପ୍ରସ୍ତୁତି ଆରମ୍ଭ କରିବେ।
Also Read: ଟ୍ରାକ୍ଟର ରାଲି ବେଳେ ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କ ହିଂସାକାଣ୍ଡ; ପୋଲିସ ଉପରକୁ ପଥର ମାଡ
କୃଷକଙ୍କ ପକ୍ଷରୁ ହେବାକୁ ଥିବା ପଦଯାତ୍ରାରେ ୩ ହଜାର ସ୍ୱେଚ୍ଛାସେବକ ଯୋଗ ଦେବେ। ଅନ୍ୟପଟେ ୧୫୦୦ କୃଷକ ଟ୍ରାଫିକ ନିୟନ୍ତ୍ରଣରେ ରହିବେ। ପଦଯାତ୍ରା ସମୟରେ ଯେପରି ଭାବେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ନହୁଏ ତାହା ଉପରେ ଧ୍ୟାନ ଦିଆଯିବ। କୃଷକଙ୍କ ପକ୍ଷରୁ ୧୦୦ ଆମ୍ବୁଲାନ୍ସ,ଚଳାଚଳ କରିବ।
Also Read: ଟ୍ରାକ୍ଟର ରାଲି ପାଇଁ ଦିଲ୍ଲୀ ପୋଲିସର ଗାଇଡଲାଇନ୍ସ ଜାରି, ଜାଣନ୍ତୁ କ'ଣ ରହିଛି ସର୍ତ୍ତ
କୃଷି ଆଇନ ୨୦୨୦ ବିରୁଦ୍ଧରେ ଗତ ବର୍ଷ ନଭେମ୍ବର ଶେଷ ସପ୍ତାହରୁ ପ୍ରାୟ ୨ ମାସ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇ ଆସୁଛନ୍ତି। ଏପରିକି ସେମାନଙ୍କ ପକ୍ଷରୁ ଟ୍ରାକ୍ଚର ରାଲି କରାଯିବା ପରେ ଏବେ ସଂସଦ ମାର୍ଚ୍ଚ କରିବାକୁ ଘୋଷଣା କରାଯାଇଛି। ଚଳିତ ବର୍ଷ ଫେବୃଆରୀ ୧ ତାରିଖରେ ୨୦୨୧-୨୦୨୨ ଆର୍ଥିକ ବର୍ଷ ଲାଗି ସଂସଦରେ କେନ୍ଦ୍ରୀୟ ବଜେଟ ଆଗତ ହେବ। ଏହି ଦିନ ଦେଶବାସୀଙ୍କ ନଜର ଗଣମାଧ୍ୟମ ଉପରେ ରହିଥିବ। ଏହି ଦିନ ସଂସଦ ମାର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି।