ଟ୍ରାକ୍ଟର ରାଲିରେ ଯୋଗ ଦେଇଥିବା କେତେକ ଉତ୍ତ୍ୟକ୍ତ ବିକ୍ଷୋଭକାରୀ ପୋଲିସ ଉପରେ ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ କରିଛନ୍ତି। ପୋଲିସ ଏହି ଉତ୍ତେଜିତ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି।
Trending Photos
ନୂଆଦିଲ୍ଲୀ: ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ନୂଆ କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ ଚଳାଇ ଆସୁଥିବା ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହୋଇଥିବା ଟ୍ରାକ୍ଟର ରାଲିରେ ବ୍ୟାପକ ହିଂସାକାଣ୍ଡ ହୋଇଛି। ଏହି ରାଲିରେ ଯୋଗ ଦେଇଥିବା ବିକ୍ଷୋଭକାରୀଙ୍କ ପକ୍ଷରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ଆଇଟିଓ ଠାରେ ବ୍ୟାପକ ହିଂସାକାଣ୍ଡ ହୋଇଛି।
ଟ୍ରାକ୍ଟର ରାଲିରେ ଯୋଗ ଦେଇଥିବା କେତେକ ଉତ୍ତ୍ୟକ୍ତ ବିକ୍ଷୋଭକାରୀ ପୋଲିସ ଉପରେ ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ କରିଛନ୍ତି। ପୋଲିସ ଏହି ଉତ୍ତେଜିତ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି। ହେଲେ ଆନ୍ଦୋଳନରତ କୃଷକ ପଛକୁ ହଟିବା ଲାଗି ପ୍ରସ୍ତୁତ ନୁହଁନ୍ତି।
Also Read: ଉଗ୍ର ହେଲା କୃଷକଙ୍କ ଟ୍ରାକ୍ଟର ରାଲି: ବିଭିନ୍ନ ସ୍ଥାନରେ ଭଙ୍ଗାଗଲା ବ୍ୟାରିକେଡ, ପୋଲିସର ଲାଠି ଚାର୍ଜ
ଆନ୍ଦୋଳନକାରୀ କୃଷକ ପୋଲିସ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡ ସହ ଦିଲ୍ଲୀ ପରିବହନ ନିଗମ ପକ୍ଷରୁ ଚାଲୁଥିବା ବସ୍ କାଚକୁ ଭାଙ୍ଗି ଦେଇଛନ୍ତି। ଏପରିକି ଲାଠି ଧରି ପୋଲିସ ଉପରେ ଆକ୍ରମଣ କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ଟ୍ରାକ୍ଟର ରାଲି କରିବା ଲାଗି ପୋଲିସ ବୁଝାଇବା ସତ୍ତ୍ୱେ ଏହାକୁ ମାନିବାକୁ ନାରାଜ ଉତ୍ତେଜିତ ଆନ୍ଦୋଳନକାରୀ। ସେମାନେ ବଳପୂର୍ବକ ଇଣ୍ଡିଆ ଗେଟ ଆଡକୁ ଅଗ୍ରସର ହେବାକୁ ଉଦ୍ୟମ ଜାରି ରଖିଛନ୍ତି।
#WATCH Protestors push through police barricading on Delhi-Meerut Expressway near Pandav Nagar#FarmLaws pic.twitter.com/X452wvwBZ6
— ANI (@ANI) January 26, 2021
ଟ୍ରାକ୍ଟର ରାଲି ଉପରେ ଦିଲ୍ଲୀ ପୋଲିସ ଡ୍ରୋନ ମାଧ୍ୟମରେ ନଜର ରଖୁଛି। କୃଷକଙ୍କ ଏହି ଆନ୍ଦୋଳନରେ ଯେପରି କୌଣସି ହିଂସାକାଣ୍ଡ ନଘଟୁ ସେଥିଲାଗି ଦିଲ୍ଲୀ ପୋଲିସ ପ୍ରୟାସ ଜାରି ରଖିଛି। ଦିଲ୍ଲୀସ୍ଥିତ ସିଂଘୁ ବର୍ଡର, ଟିକରୀ ବର୍ଡର, ଗାଜିପୁର ବର୍ଡର ଠାରେ ହଜାର ହଜାର ସଂଖ୍ୟାରେ କୃଷକ ପହଞ୍ଚି ସାରିଛନ୍ତି। ବିଭିନ୍ନ ସ୍ଥାନରେ କୃଷକ ପୋଲିସ ବ୍ୟାରିକେଡ ଭାଙ୍ଗିଛନ୍ତି।
#WATCH दिल्ली: प्रदर्शनकारी किसानों ने आईटीओ इलाके में पुलिसकर्मियों पर हमला किया। प्रदर्शनकारियों ने पुलिस की गाड़ी में भी तोड़-फोड़ की। pic.twitter.com/uuQ7hG421S
— ANI_HindiNews (@AHindinews) January 26, 2021
ଆନ୍ଦୋଳନରତ କୃଷକଙ୍କୁ ଟ୍ରାକ୍ଟର ରାଲି କରିବା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବୁଝାଇଥିଲା। ହେଲେ ସେମାନଙ୍କ ପକ୍ଷରୁ କେତେକ ଉତ୍ତ୍ୟକ୍ତ ବିକ୍ଷୋଭକାରୀ ଜୋର ଜବରଦସ୍ତ କାମ କରିଥିଲେ। ଏହା ପରେ ଉତ୍ତେଜିତ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଥିଲା। ଏହି ସମୟରେ କୃଷକ ପୋଲିସ ବ୍ୟାରିକେଡ ଭାଙ୍ଗି ଆଉଟର ରିଙ୍ଗ ରୋଡ ଆଡକୁ ମାଡିଯାଇଥିଲେ।
ଚଳିତ ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜପଥ ଠାରେ ଆୟୋଜିତ ହେଉଥିବା ପ୍ୟାରେଡ ସରିବା ପରେ ଟ୍ରାକ୍ଚର ରାଲି କରିବା ଲାଗି ଅନୁମତି ମିଳିଥିଲା। ସୁରକ୍ଷାକୁ ନଜରରେ ରଖି ପୋଲିସ ଏହି କୃଷକ ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ଯଥାସମ୍ଭବ ନୁହେଁ।
Also Read: ଟ୍ରାକ୍ଟର ରାଲି ପାଇଁ ଦିଲ୍ଲୀ ପୋଲିସର ଗାଇଡଲାଇନ୍ସ ଜାରି, ଜାଣନ୍ତୁ କ'ଣ ରହିଛି ସର୍ତ୍ତ
ଦିଲ୍ଲୀସ୍ଥିତ ପାଣ୍ଡବ ନଗର ଠାରେ ମେରଠ-ଦିଲ୍ଲୀ ଏକ୍ସପ୍ରେସ ୱେ ରାସ୍ତାରେ କୃଷକ ହାତରେ ଲାଠି ଧରି ପୋଲିସ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଦିଲ୍ଲୀରେ ପୋଲିସ ଅର୍ଦ୍ଧ ସାମରିକ ବଳ ପଇଁତରା ମାରୁଛନ୍ତି।
ଦିଲ୍ଲୀ ଆସୁଥିବା ସମସ୍ତ ରୁଟରେ ବ୍ୟାରିକେଡ୍ କରାଯାଇଛି ଏବଂ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଦିଲ୍ଲୀରେ ଆୟୋଜିତ ହୋଇଥିବା ପ୍ୟାରେଡ ପରେ କୃଷକଙ୍କ ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବାର ଥିଲା। ହେଲେ ଧାର୍ଯ୍ୟ ସମୟ ପୂର୍ବରୁ କୃଷକ ଦିଲ୍ଲୀରେ ପ୍ରବେଶ କରିସାରିଛନ୍ତି। ଦିଲ୍ଲୀ-ହରିୟାଣା ସୀମାରୁ ବହୁ ସଂଖ୍ୟକ କୃଷକ ଟ୍ରାକ୍ଟର ଧରି ଦିଲ୍ଲୀ ଆଡକୁ ମାଡି ଯାଉଛନ୍ତି।
Also Read: ଦିଲ୍ଲୀର ଦିଲ୍ ଜିତିବେ କୃଷକ! ଟ୍ରାକ୍ଟର ରାଲିକୁ ଅନୁମତି, ପେଟ୍ରୋଲ ପମ୍ପରେ ପେଞ୍ଚ
ଯଦିଓ ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ରାଲିରେ ସେପରି କୌଣସି ଅଘଟଣ ଘଟିନାହିଁ, ତଥାପି ଦିଲ୍ଲୀ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଗୁଜବ ଉପରେ ନଜର ରଖାଯାଉଛି। ଅନ୍ୟପକ୍ଷେ ଶାନ୍ତି ବଜାୟ ରଖିବାକୁ କୃଷକ ସଙ୍ଗଠନ ପକ୍ଷରୁ ନିବେଦନ କରାଯାଉଛି।ସୋମବାର ଦିଲ୍ଲୀ ପୋଲିସ କୃଷକଙ୍କୁ ଗଣତନ୍ତ୍ର ଦିବସ ଅବସରରେ ଏକ ଟ୍ରାକ୍ଟର ରାଲି କରିବାକୁ ଅନୁମତି ଦେଇଥିଲା। ୩ଟି ରୁଟରେ ଟ୍ରାକ୍ଟର ରାଲି କରିବାକୁ କୃଷକଙ୍କୁ ଅନୁମତି ମିଳିଛି।