Taliban Rocket ଆକ୍ରମଣରେ ଥରହର Kandahar Airport; ବାତିଲ ହୋଇଗଲା ଉଡା଼ଣ
ବର୍ତ୍ତମାନ ପର୍ଯ୍ୟନ୍ତ ଆଫଗାନ ସରକାରଙ୍କ ନିୟନ୍ତ୍ରଣରେ ରହିଛି ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ସହର।
କନ୍ଧାର: ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇଯିବା ପରେ ସେଠାରେ ନିଜ ଉପସ୍ଥିତିକୁ ମଜବୁତ କରିବାରେ ଲାଗିପଡି଼ଛି ତାଲିବାନ। ଏଠାରେ ସମାନ୍ତରାଳ ସରକାର ଚଳାଇଥିବା ଏହି ଆତଙ୍କବାଦୀ ସଙ୍ଗଠନ ଏବେ ସମଗ୍ର ଦେଶକୁ ଦଖଲ କରିବା ଲାଗି ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାରେ ଲାଗିଛି।
ଏହି କ୍ରମରେ ଗତ ଶନିବାର ବିଳମ୍ବିତ ରାତ୍ରୀରେ ଦେଶର କନ୍ଧାର ଏୟାରପୋର୍ଟ (Kandahar Airport) ଉପରେ ରକେଟ ହମଲା କରିଛି ତାଲିବାନ (Taliban Rocket Attack)। ଏହି ଆକ୍ରମଣ ସମ୍ପର୍କରେ ସମ୍ପର୍କରେ କରିଛନ୍ତି ଜଣାଇଛନ୍ତି ସ୍ଥାନୀୟ କର୍ତ୍ତୃପକ୍ଷ (Afghan Airport Authority)। ଏନେଇ କୁହାଯାଇଛି ବିମାନ ବନ୍ଦରକୁ ଟାର୍ଗେଟ କରି ୩ଟି ରକେଟ ମାଡ଼ କରିଥିଲେ ଆତଙ୍କବାଦୀ।
Also Read: US ବିମାନ ଆକ୍ରମଣରେ ଥରହର Afghan; ମାଟିରେ ମିଶିଗଲା Taliban Terror Camp
ସମଗ୍ର ଆଫଗାନିସ୍ତାନକୁ (Afghanistan) ଦଖଲ କରିବା ଲାଗି ଆକ୍ରମଣକୁ ଜୋରଦାର କରିଛି ତାଲିବାନ (Taliban)। ଦେଶକୁ ଆତଙ୍କବାଦୀଙ୍କ କବଳରୁ ମୁକୁଳଇବା ପାଇଁ ଆତଙ୍କୀ ଦମନ ଅଭିଯାନ (Anti Terrorism Operation) ଜାରି ରଖିଛି ଆଫଗାନିସ୍ତାନ ଜାତୀୟ ବାହିନୀ (Afghan National Army)। ଗତ ଶନିବାର ଦେଶର ହେଲମଣ୍ଡ ପ୍ରଦେଶରେ (Helmand Province) ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ୫୧ ଆତଙ୍କବାଦୀ ଟଳିପଡି଼ଥିବା ବେଳେ ୪୦ ଆହତ ହୋଇଛନ୍ତି।
ଏହି ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖି କନ୍ଧାର ଏୟାରପୋର୍ଟ ମୁଖ୍ୟ ମସୁଦ ପସ୍ତୁନ କହିଛନ୍ତି ତାଲିବାନ ପକ୍ଷରୁ ବିମାନ ବନ୍ଦରକୁ ଟାର୍ଗେଟ କରି ୩ଟି ରକେଟ ଆକ୍ରମଣ କରାଯାଇଥିଲା। ଏହା ମଧ୍ୟରୁ ଦୁଇଟି ରନ୍ ୱେ (Kandahar Airport Run Way) ଠାରେ ମାଡ ହୋଇଥିଲା। ଯାହା ଫଳରେ ଉଡାଣକୁ ବାତିଲ କରାଯାଇଥିଲା। ଏପରି ହମଲା ସେତେବେଳେ ହୋଇଛି ଯେତେବେଳେ କନ୍ଧାର ସହ ହୈରାତ (Herat Province), ଲସ୍କର ଗାହ ସହର (Lashkar Gah City) ପ୍ରଭୃତି ଅଞ୍ଚଳକୁ ତାଲିବାନ ଆତଙ୍କବାଦୀ ଚାରିପଟୁ ଘେରି ନେଇଛନ୍ତି।
Also Read: ଆକ୍ରମଣରୁ ବର୍ତ୍ତି ପାରିଲାନି Presidential Palace, Eid ପ୍ରାର୍ଥନା ବେଳେ Rocket ମାଡ
ଆସନ୍ତା ସେପ୍ଟମ୍ବର ସୁଦ୍ଧା ଆଫଗାନ ମାଟିରେ ନିୟୋଜିତ ହୋଇଥିବା ବିଦେଶୀ ସୈନ୍ୟବଳକୁ ପ୍ରତ୍ୟାହାର କରିନେବାକୁ ଘୋଷଣା କରାଯିବା ପରେ ସମଗ୍ର ଦେଶକୁ ଦଖଲ କରିନେବା ପାଇଁ ବିଭିନ୍ନ ସ୍ଥାନରେ ଆକ୍ରମଣ କରୁଛି ତାଲିବାନ। ଗତ ୨୦୦୧ ମସିହା ସେପ୍ଟମ୍ବର ୧୧ ତାରିଖରେ ନ୍ୟୁୟର୍କ (Newyork) ସହରସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ (World Trade Organisation) କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ପରେ ଆତଙ୍କବାଦ ବିରୋଧି ଲଢେଇରେ ସାମିଲ ହୋଇଥିଲା ଆମେରିକା ସେନା (USA Army)। ଏହି ଲଢେଇରେ ୟୁଏସଏ ନେତୃତ୍ୱାଧି୍ନ ନାଟୋ ଦେଶରେ ସୈନ୍ୟବାହିନୀ (NATO Army) ମଧ୍ୟ ଅଂଶଗ୍ରହଣ କରିଥିଲା।
ଏହି ଆକ୍ରମଣର ୨୦ ବର୍ଷର ପୂର୍ତ୍ତି ଅବସରରେ ଆଫଗାନ ଠାରେ ଚାଲିଥିବା ଆତଙ୍କବାଦ ବିରୋଧି ଲଢେଇରେ (Afghan War on Terror) ସାମିଲ ହୋଇଥିବା ଦେଶର ସୈନ୍ୟବାହିନୀକୁ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛି ଯୁକ୍ତରାଷ୍ଟ୍ର ଆମେରିକା (United States of America)।
Also Read: Security Threat: ବଢୁଛି Taliban ତାକତ, Afghan ପରେ India ପାଇଁ ବଢିଲା ବିପଦ
ବର୍ତ୍ତମାନ ପର୍ଯ୍ୟନ୍ତ ଆଫଗାନ ସରକାରଙ୍କ ନିୟନ୍ତ୍ରଣରେ ରହିଛି କନ୍ଧାର (Kandhar)। ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ସହରକୁ ଦଖଲ କରିବା ପାଇଁ ଆକ୍ରମଣ ଜାରି ରଖିଛି ତାଲିବାନ। ଆତଙ୍କବାଦୀ ଆକ୍ରମଣରେ ଭୟଭୀତ ହୋଇପଡି଼ଥିବା ଏଠାକାର ଲୋକ ଏବେ ଦେଶ ସରକାରଙ୍କ (Afghanistan Government) ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଶରଣାର୍ଥୀ ଶିବିରରେ (Refugee Camp) ରହିବାକୁ ବାଧ୍ୟ ହେଉଛନ୍ତି। ଯେଉଁଠି ପ୍ରାୟ ୧୧ ହଜାର ପରିବାର ଆଶ୍ରୟ ନେଇଛନ୍ତି।
Also Read: Afghanistan ଦଖଲ କରିନେବ Taliban! ଦେଶ ଛାଡି ପଳାୟନ କରୁଛନ୍ତି Afghan Soldiers
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କନ୍ଧାର ସାଂସଦ ସୟଦ ଅହମ୍ମଦ ସୈଲାବ କହିଛନ୍ତି ବକ୍ରି ଇଦ (Bakri Eid) ପରେ ତାଲିବାନ ଆତଙ୍କବାଦୀଙ୍କ (Taliban Terrorist) ପକ୍ଷରୁ କରାଯାଉଥିବା ଆକ୍ରମଣର ପାଲଟା ଜବାବ ଦେବା ଜାରି ରଖିଛନ୍ତି ଆଫଗାନ ସୈନ୍ୟ (Afghan Force)। ହେଲେ ଏହି ଲଢେଇରେ ଫସିଯାଇଛନ୍ତି ସାଧାରଣ ଲୋକ। ସ୍ଥିତି ଏପରି ହେଲାଣି ଯେ ଏଠାକାର ଲୋକ ନିଜ ଘରଦ୍ୱାର ଛାଡି ସୁରକ୍ଷିତ ସ୍ଥାନକୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। ଆଫଗାନ ସୈନ୍ୟବାହିନୀକୁ ଛାଡି ଜାତିସଂଘ (United Nations Organisation) ୟୁଏନଓ (UNO) ଉପରେ ଆକ୍ରମଣ କରିବାକୁ ପଛାଇନାହାଁନ୍ତି ତାଲିବାନ ଆତଙ୍କୀ।
Also Read: Taliaban ଆତଙ୍କବାଦୀଙ୍କ ନରସଂହାର; ଟଳପଡିଲେ ୨୨ Afghan Commando
ଗତ ଶୁକ୍ରବାର ପଶ୍ଚିମ ଆଫଗାନିସ୍ତାନରେ (Western Afghanistan) ଅବସ୍ଥିତ ହୈରାତ ପ୍ରଦେଶ ଠାରେ ଅବସ୍ଥିତ ଜାତିସଂଘ ମୁଖ୍ୟ କାର୍ଯ୍ୟାଳୟ (Afghan UNO Head office) ଉପରେ ଆକ୍ରମଣ କରିଥିଲା ତାଲିବାନ। ଏ ଘଟଣାରେ ପ୍ରତିକ୍ରିୟା ରଖି ୟୁଏନଓ ମହାସଚିବ (UNO General Secretary) ଆଣ୍ଟେନିଓ ଗୁଟେରିସ (Antonio Guterres) କହିଥିଲେ ଏହାକୁ ଆନ୍ତର୍ଜାତୀୟ ଆଇନ (Internationl Law) ଆଧାରରେ ଯୁଦ୍ଧ ଅପରାଧ (War Crime) ଭାବେ ଗ୍ରହଣ କରାଯିବ।