ଆକ୍ରମଣରୁ ବର୍ତ୍ତି ପାରିଲାନି Presidential Palace, Eid ପ୍ରାର୍ଥନା ବେଳେ Rocket ମାଡ
Advertisement
Article Detail0/zeeodisha/odisha946445

ଆକ୍ରମଣରୁ ବର୍ତ୍ତି ପାରିଲାନି Presidential Palace, Eid ପ୍ରାର୍ଥନା ବେଳେ Rocket ମାଡ

ସ୍ଥାନୀୟ ସୁରକ୍ଷା ବ୍ୟବସ୍ଥା ଅନୁସାରେ ଆଫଗାନ ରାଷ୍ଟ୍ରପତି ଭବନ ସବୁଜ ବଳୟ ମଧ୍ୟରେ ରହିଛି।

ଆକ୍ରମଣରୁ ବର୍ତ୍ତି ପାରିଲାନି Presidential Palace, Eid ପ୍ରାର୍ଥନା ବେଳେ Rocket ମାଡ

କାବୁଲ: ସୈନ୍ୟବାହିନୀ ପରେ ଏବେ ଆକ୍ରମଣରୁ ବର୍ତ୍ତି ପାରିନାହିଁ ଆଫଗାନ ରାଷ୍ଟ୍ରପତି ଭବନ। ମଙ୍ଗଳବାର ଏଠାରେ ପବିତ୍ର ଇଦ ଅଲ ଆଦହା ଅବସରରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଗନି ଭାଷଣ ଦେବାର କିଛି ସମୟ ପୂର୍ବରୁ ହୋଇଯାଇଛି ରକେଟ ହମଲା। ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି ବାବଦରେ କିଛି ଜଣାପଡ଼ିନାହିଁ। 

ଇଦ ଅଲ ଆଦହା ଅବସରରେ ଆଫଗାନ ରାଷ୍ଟ୍ରପତି ଭବନ ପରିସରରେ ନମାଜ ଚାଲିଥିବା ବେଳେ ଅଚାନକ ରକେଟ ଆକ୍ରମଣକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଆକ୍ରମଣର ଶବ୍ଦ ଶୁଣାଯିବା ପରେ ପଳାୟନ କରିବା ଭଳି ପରିସ୍ଥିତି ଉପୁଜିଥିଲା। ରକେଟ ମାଡ ହେବା ପରେ ତତ୍କାଳ ଘଟଣାସ୍ଥଳରେ ଯାଞ୍ଚ କରାଯାଇଥିଲା।  

Also Read: Taliaban ଆତଙ୍କବାଦୀଙ୍କ ନରସଂହାର; ଟଳପଡିଲେ ୨୨ Afghan Commando

ଏ ଘଟଣାରେ ପ୍ରତିକ୍ରିୟା ରଖି ଆଫଗାନ ଗୃହ ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି ଏହି ରକେଟ ହମଲାରେ କେହି ହତାହତ ହୋଇନାହାଁନ୍ତି। ରାଷ୍ଟ୍ରପତି ଭବନ ବାହାରେ ଏପରି ଘଟଣା ଘଟିଛି। ଏହି ଆକ୍ରମଣ ଲାଗି  କୌଣସି ସଙ୍ଗଠନ ନିଜୟକୁ ଦାୟୀ କରିନାହାଁନ୍ତି। ଏହା ପଛରେ ରହିଥିବା କାରଣ ମଜବୁତ ସୁରକ୍ଷା ବଳୟ ମଧ୍ୟରେ ରହୁଥିବାସ ଅଞ୍ଚଳକୁ ଟାର୍ଗେଟ କରି ଭୟର ବାତାବରଣ ସୃଷ୍ଟି କରିବା।

ସ୍ଥାନୀୟ ସୁରକ୍ଷା ବ୍ୟବସ୍ଥା ଅନୁସାରେ ଆଫଗାନ ରାଷ୍ଟ୍ରପତି ଭବନ ସବୁଜ ବଳୟ (Green Zone) ମଧ୍ୟରେ ରହିଛି। ଏହା ନିକଟରେ ରହିଥିବା ସଡ଼କ ବେଶ ଲମ୍ବା ସମୟ ଧରି ବନ୍ଦ ରହିଛି। ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ଆଫଗାନ ମାଟିରୁ ଆମେରିକା ସେନା ନେତୃତ୍ୱାଧିନ ନାଟୋ ସୈନ୍ୟବାହିନୀ ପ୍ରତ୍ୟାହାର କରାଯାଉଛି। ବର୍ତ୍ତମାନ ସେଠାରୁ ବିଦେଶୀ ସୈନ୍ୟଙ୍କ ଅପସାରଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଯୁଦ୍ଧଗ୍ରସ୍ତ ଏହି ଦେଶର ଆକ୍ରମଣ ଭଳି ଘଟଣା ବଢିବାରେ ଲାଗିଛି।

Also Read: Afghanistan ଦଖଲ କରିନେବ Taliban! ଦେଶ ଛାଡି ପଳାୟନ କରୁଛନ୍ତି Afghan Soldiers

ଦେଶରେ ଜାରି ରହିଥିବା ହିଂସାକାଣ୍ଡ ମଧ୍ୟରେ ଏହା ହେଉଛି ପ୍ରଥମ ଘଟଣା ଯେତେବେଳେ ଆଫଗାନ ରାଷ୍ଟ୍ରପତି ଭବନକୁ ଟାର୍ଗେଟ ଆକ୍ରମଣ କରାଯାଇଛି। କୁହାଯାଇଛି ଦେଶରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ରହିଥିବା ସତ୍ତ୍ୱେ ସେଠାରେ ସମାନ୍ତରାଳ ଶାସନ ଚଳାଇଥିବା ତାଲିବାନ ଆତଙ୍କବାଦୀ ସଙ୍ଗଠନ ରାଜଧାନୀ କାବୁଲକୁ ଦଖଲ କରିବା ଉଦ୍ଦେଶ୍ୟରେ ଏପରି ଆକ୍ରମଣ କରିଥାଇପାରେ।