Taliaban ଆତଙ୍କବାଦୀଙ୍କ ନରସଂହାର; ଟଳପଡିଲେ ୨୨ Afghan Commando
Advertisement

Taliaban ଆତଙ୍କବାଦୀଙ୍କ ନରସଂହାର; ଟଳପଡିଲେ ୨୨ Afghan Commando

ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ୨୨ କମାଣ୍ଡୋଙ୍କ ଶବ ଜବତ କରାଯାଇଥିବା ରେଡକ୍ରସ ପକ୍ଷରୁ କୁହାଯାଇଛି।

Taliaban ଆତଙ୍କବାଦୀଙ୍କ ନରସଂହାର; ଟଳପଡିଲେ ୨୨ Afghan Commando

କାବୁଲ: ଦୀର୍ଘ ୨୦ ବର୍ଷ ଧରି ଆଫଗାନ ମାଟିରେ ଆତଙ୍କବାଦ ବିରୋଧି ଯୁଦ୍ଧ ଲଢୁଥିବା ଆମେରିକା ଚଳିତ ବର୍ଷ ସେପ୍ଟମ୍ବର ମାସ ସୁଦ୍ଧା ଏହାର ସୈନ୍ୟ ବଳ ହଟାଇନେବାକୁ ଘୋଷଣା କରିଛି। ଏହାର ଫାଇଦା ଉଠାଇ ପୁଣି ଥରେ ନିଜର ସାମର୍ଥ୍ୟ ବଢାଇବା ସହ ଆଫଗାନିସ୍ତନକୁ ପୁନର୍ବାର ଦଖଲ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଆଫଗାନ ସୈନ୍ୟବାହିନୀ ଉପରେ ଆକ୍ରମଣ କରିବାରେ ଲାଗିଛି ତାଲିବାନ ଆତଙ୍କବାଦୀ ସଙ୍ଗଠନ।  

ସଦ୍ୟ ତାଲିବାନ (Taliban) ଆତଙ୍କୀ ସଙ୍ଗଠନ ପକ୍ଷରୁ କରାଯାଇଥିବା ଏକ ବର୍ବର କାରନାମାର ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଅସ୍ତ୍ରଶସ୍ତ୍ର ଶେଷ ହୋଇଯିବା ପରେ ଆଫଗାନ ସଶସ୍ତ୍ର ବଳ କମାଣ୍ଡୋ (Afghan Armed Forces Commando) ତାଲିବାନ ଆତଙ୍କବାଦୀଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ କହୁଛନ୍ତି। ହେଲେ ସେମାନଙ୍କ କଥା ଶୁଣିବା ପରିବର୍ତ୍ତେ ଏହି ବର୍ବର ତାଲିବାନୀ ଆତଙ୍କୀ (Taliaban Terrorist) ସେହି ନିରସ୍ତ୍ର ସୈନିକଙ୍କ ଉପରେ ଗୁଳିମାଡ କରୁଛନ୍ତି। ଆତଙ୍କବାଦୀଙ୍କ ଅନ୍ଧାଧୁନିଆ ଗୁଳିମାଡରେ ୨୨ ଆଫଗାନି ସୈନିକଙ୍କ ମୃତ୍ୟୁ ହୋଇଛି।   

Also Read: Afghanistan ଦଖଲ କରିନେବ Taliban! ଦେଶ ଛାଡି ପଳାୟନ କରୁଛନ୍ତି Afghan Soldiers

ଏକ ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତାଲିବାନ ପକ୍ଷରୁ କରାଯାଇଥିବା ଏହି ନରସଂହାର (Taliban Massacre) ଆଫଗାନିସ୍ତାନର (Afghanistan) ଫରୟାବ ପ୍ରଦେଶସ୍ଥିତ (Faryab Provinces) ଦୌଲତାବାଦ ଅଞ୍ଚଳରେ ଗତ ଜୁନ ୧୬ ତାରିଖରେ ହୋଇଥିଲା। ଏ ଘଟଣା ବାବଦରେ ଜାଣିବା ପରେ ତାଲିବାନ ଆତଙ୍କବାଦୀଙ୍କୁ ଜବାବ ଦେବା ଲାଗି ସେହି ଅଞ୍ଚଳକୁ ପ୍ରଶିକ୍ଷିତ ଆମେରିକୀୟ କମାଣ୍ଡୋ (American Commando) ପଠାଯାଇଥିଲା। ଯାହାର ଉଦ୍ଦେଶ୍ୟ ଥିଲା ଏହି ଅଞ୍ଚଳକୁ ପୁନର୍ବାର ଦଖଲ କରିବା ଲାଗି ସଂଘର୍ଷ ଜାରି ରଖିଥିବା ଆଫଗାନ ସୈନିକଙ୍କୁ (Afghan Soldier) ସହାୟତା ପ୍ରଦାନ କରିବା। ମାତ୍ର ଏହା ସମ୍ଭବ ହୋଇନଥିଲା। 

ଆତଙ୍କବାଦ ବିରୋଧି ଯୁଦ୍ଧ ଲଢୁଥିବା (Afghan War on Terror) ଆଫଗାନ କମାଣ୍ଡୋ (Afghan Commando) ଅସ୍ତ୍ରଶସ୍ତ୍ର ଶେଷ ହୋଇଯିବା ପରେ ସହାୟତା ମାଗିଥିଲେ। ମାତ୍ର ସେମାନଙ୍କୁ କୌଣସି ସହଯୋଗ ମିଳି ପାରିନନଥିଲା। ଏହାର ସୁଯୋଗ ନେଇ ତାଲିବାନ ଆତଙ୍କବାଦୀ ସେହି ନିରସ୍ତ୍ର ସୈନିକଙ୍କ ଉପରେ ଗୁଳିଚାଳନା କରିଥିଲେ। ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ୨୨ କମାଣ୍ଡୋଙ୍କ ଶବ ଜବତ କରାଯାଇଥିବା ରେଡକ୍ରସ ପକ୍ଷରୁ କୁହାଯାଇଛି। 

Also Read: ସେନା ଉପରେ ଡ୍ରୋନ ଆକ୍ରମଣ କରିପାରେ ତାଲିବାନ, ଏନଡିଏସ ମୁଖ୍ୟଙ୍କ ଚେତାବନୀ

ଅନ୍ୟ ୨୪ ଜଣ ଆଫଗାନ କମାଣ୍ଡୋ ସେମାନଙ୍କ କବ୍ଜାରେ ରହିଥିବା ତାଲିବାନ ପକ୍ଷରୁ କୁହାଯାଇଛି। ଯଦିଓ ଏହାର କୌଣସି ପ୍ରମାଣ ମିଳିନାହିଁ। ଆତଙ୍କବାଦୀ ଆକ୍ରମଣରେ ଆଫଗାନ କମାଣ୍ଡୋଙ୍କ ମୃତ୍ୟୁ ହୋଇଥିବା ନେଇ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ (Afghan Defense Ministry) ପକ୍ଷରୁ କୁହାଯାଇଛି।