Champai Soren Resign: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ରୁ ଇସ୍ତଫା ଦେଇଛନ୍ତି। ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି 'ଆଜି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାଥମିକ ସଦସ୍ୟତା ଓ ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି। ଝାଡ଼ଖଣ୍ଡର ଆଦିବାସୀ, ମୂଳବାସୀ, ଦଳିତ, ପଛୁଆ ଲୋକ ଓ ସାଧାରଣ ଲୋକଙ୍କ ପ୍ରସଙ୍ଗରେ ଆମର ସଂଗ୍ରାମ ଜାରି ରହିବ।'


COMMERCIAL BREAK
SCROLL TO CONTINUE READING

ନିକଟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଚମ୍ପାଇ ସୋରେନ କହିଥିଲେ ଯେ ସେ ବହୁତ ବୁଝି ବିଚାରି ଚିନ୍ତା କରିବା ପରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଝାଡଖଣ୍ଡର ସ୍ୱାର୍ଥରେ ନିଆଯାଇଥିବା ଏକ ସମ୍ପୂର୍ଣ୍ଣ ସଠିକ୍ ନିଷ୍ପତ୍ତି।



ସେ ୨୬ ଅଗଷ୍ଟ ରାତିରେ ଆସାମ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ବିଜେପି ନିର୍ବାଚନର ସହ-ପ୍ରଭାରି ଦାୟିତ୍ୱରେ ଥିବା ହିମନ୍ତ ବିଶ୍ୱ ସର୍ମାଙ୍କ ସହ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏଥିରେ ତାଙ୍କ ବିଜେପିରେ ଯୋଗଦେବା ଉପରେ ସହମତି ପ୍ରକାଶ ପାଇଛି। ଏହା ପରେ ୨୭ ଅଗଷ୍ଟରେ ସେ କେନ୍ଦ୍ର କୃଷି ମନ୍ତ୍ରୀ ତଥା ଝାଡ଼ଖଣ୍ଡ ବିଜେପି ଦାୟିତ୍ୱରେ ଥିବା ଶିବରାଜ ସିଂ ଚୌହାନଙ୍କୁ ମଧ୍ୟ ଭେଟିଥିଲେ।


ଏହାପୂର୍ବରୁ ଚମ୍ପାଇ ସୋରେନ ୧୮ ଅଗଷ୍ଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି କହିଥିଲେ ଯେ ତାଙ୍କୁ ଜେଏମଏମରେ ଅପମାନିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଆଯିବା ଦ୍ୱାରା ସେ ଆହତ ହୋଇଛନ୍ତି। ୩୦ ଅଗଷ୍ଟରେ ସେ ରାଞ୍ଚିରେ ଆୟୋଜିତ ହେବାକୁ ଥିବା ଏକ ବଡ଼ କାର୍ଯ୍ୟକ୍ରମରେ ଚମ୍ପାଇ ସୋରେନ୍ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ତାଙ୍କ ପୁଅ ବାବୁଲାଲ ସୋରେନ ମଧ୍ୟ ଦଳର ସଦସ୍ୟତା ଗ୍ରହଣ କରିବେ।


Also Read: ED fines DMK MP: ଏହି ଲୋକସଭା ସାଂସଦଙ୍କ ଉପରେ ଇଡି ଲଗାଇଲା ୯୦୮ କୋଟି ଟଙ୍କା ଜରିମାନା, ଜାଣନ୍ତୁ ପୂରା ମାମଲା


Also Read: Kaliyadalan Ekadashi: ୨୯ ଅଗଷ୍ଟ କାଳୀୟଦଳନ ଏକାଦଶୀରେ ସୃଷ୍ଟି ହେଉଛି ମହାସଂଯୋଗ, ଚମକିବ ଏହି ୫ ରାଶିର ଭାଗ୍ୟ!