ED fines DMK MP: ଏହି ଲୋକସଭା ସାଂସଦଙ୍କ ଉପରେ ଇଡି ଲଗାଇଲା ୯୦୮ କୋଟି ଟଙ୍କା ଜରିମାନା, ଜାଣନ୍ତୁ ପୂରା ମାମଲା
Advertisement
Article Detail0/zeeodisha/odisha2404536

ED fines DMK MP: ଏହି ଲୋକସଭା ସାଂସଦଙ୍କ ଉପରେ ଇଡି ଲଗାଇଲା ୯୦୮ କୋଟି ଟଙ୍କା ଜରିମାନା, ଜାଣନ୍ତୁ ପୂରା ମାମଲା

ED fines DMK MP: ଲୋକସଭା ସାଂସଦ ଏସ୍ ଜଗତରକ୍ଷକନ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଇଡି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫେମା ମାମଲାର ତଦନ୍ତ କରୁଥିବା ଇଡି ଜଗତରକ୍ଷକନଙ୍କ ଉପରେ ୯୦୦ କୋଟି ଟଙ୍କାର ଜରିମାନା ଲଗାଇଛି।

ED fines DMK MP

ED fines DMK MP S Jagathrakshakan: ଇଡି ବୁଧବାର ଦିନ ଏକ ବଡ଼ ଆକ୍ସନ ନେଇଥିବା ବିଷୟରେ ସୂଚନା ଦେଇଛି। ଡିଏମକେ ଲୋକସଭା ସାଂସଦ ଏସ ଜଗତରକ୍ଷକନ୍ ଓ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ୯୦୮ କୋଟି ଟଙ୍କା ଜରିମାନା କରାଯାଇଛି ବୋଲି ଇଡି କହିଛି। ଏହା ସହିତ ୮୯.୧୯ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ୍ କରାଯାଇଛି। ତେବେ ଆସନ୍ତୁ ଆପଣଙ୍କୁ ଜଣାଉଛୁ ଏତେ ଜରିମାନା ପଛର କାରଣ କ’ଣ ରହିଛି?

ବୈଦେଶିକ ମୁଦ୍ରା ନିୟମ ଉଲ୍ଲଂଘନ ମାମଲାରେ ଡିଏମକେ ସାଂସଦ ଜଗତରକ୍ଷକନ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଇଡି ୯୦୮ କୋଟି ଟଙ୍କାର ଜରିମାନା ଲଗାଇଛି। ଇଡି ନିଜ ବୟାନରେ କହିଛି ଯେ ଫେମା ଆଇନ ଅନୁଯାୟୀ ସେପ୍ଟେମ୍ବର ୨୦୨୦ ରେ ଜବତ ହୋଇଥିବା ୮୯.୧୦ କୋଟି ଟଙ୍କା ସମ୍ପତ୍ତି ଅଗଷ୍ଟ ୨୬ ରେ ଜାରି କରାଯାଇଥିବା ନିର୍ଦ୍ଦେଶ ପରେ ସଂଲଗ୍ନ କରାଯାଇଛି।

fallback

ଏସ ଜଗତରକ୍ଷକନ୍ କିଏ?
୭୬ ବର୍ଷୀୟ ଡିଏମକେ ନେତା ଏସ ଜଗତରକ୍ଷକନ୍ ତାମିଲନାଡୁର ଆରାକୋନାମ୍ ଲୋକସଭା ଆସନରୁ ସାଂସଦ। ସେ ତାମିଲନାଡୁର ଜଣେ ଜଣାଶୁଣା ବ୍ୟବସାୟୀ ମଧ୍ୟ। ଇଡି ସୂଚନା ଦେଇଛି ଯେ ସାଂସଦ ଏସ ଜଗତରକ୍ଷକନ ଓ ତାଙ୍କ ପରିବାର ତଥା ଆନୁଷଙ୍ଗିକ ଭାରତୀୟ ସଂସ୍ଥା ବିରୋଧରେ ବୈଦେଶିକ ଲେଣଦେଣ ପରିଚାଳନା ଅଧିନିୟମ ଆନୁଯାୟୀ FEMA ଅନୁସାରେ ଯାଞ୍ଚ ଆରମ୍ଭ କରିଥିଲା। 

ଯାଞ୍ଚ ପରେ ସାଂସଦ ଜଗତରକ୍ଷକନ୍ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଅନେକ ଚଳନଶୀଳ ତଥା ଅସ୍ଥାବର ସମ୍ପତ୍ତି ପାଇଁ FEMA ର ଧାରା ୩୭ଏ ଅଧୀନରେ ୧୧ ସେପ୍ଟେମ୍ବର ୨୦୨୦ ରେ ଏକ ଜବତ ଆଦେଶ ପାସ୍ କରାଯାଇଥିଲା। ଏହାର ମୂଲ୍ୟ ୮୯.୧୯ କୋଟି ଟଙ୍କା। ଏହି ସମ୍ପତ୍ତି କୋରକ ହୋଇଛି ଏବଂ ବର୍ତ୍ତମାନ ସାଂସଦଙ୍କ ଉପରେ ୯୦୮ କୋଟି ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି।

Also Read: President Droupadi Murmu: ଏହି ଘଟଣା ଦ୍ୱାରା ମୁଁ ବିବ୍ରତ ଓ ଭୟଭୀତ; କୋଲକାତା ଘଟଣା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବୟାନ

Also Read: Cabinet Meeting: ଦେଶରେ ନିର୍ମାଣ ହେବ ୧୨ ନୂଆ ସ୍ମାର୍ଟ ସିଟି, ୧୦ ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି; କ୍ୟାବିନେଟର ନିଷ୍ପତ୍ତି