ନୂଆଦିଲ୍ଲୀ: ଦେଶରୁ ଚାଲିଯାଇଛି ମୌସୁମୀ। ହେଲେ ଏହା ସହିତ ଦେଶର ଅନେକ ଅଞ୍ଚଳରେ ଶୀତ ବଢିବାରେ ଲାଗିଛି। ପାଣିପାଗ ବିଭାଗ କହିଛି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଥଣ୍ଡା ଅନୁଭୂତ ହେବ। ପାଣିପାଗ ବିଜ୍ଞାନ ନିର୍ଦ୍ଦେଶକ ଟଡ୍ କ୍ରାଫୋର୍ଡଙ୍କ ଅନୁଯାୟୀ, ନଭେମ୍ବର ଶେଷରୁ ଜାନୁୟାରୀ ମଧ୍ୟଭାଗ ପର୍ଯ୍ୟନ୍ତ ଭାରତର କିଛି ଉତ୍ତର ଅଞ୍ଚଳରେ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି। ଏହି ୨ ମାସକୁ ମିଶାଇ ଆସନ୍ତା ଫେବୃଆରୀରେ ମଧ୍ୟ ଥଣ୍ଡା ବୃଦ୍ଧି ପାଇବ। ଶୀତ ବଢିବା ପଛରେ କାରଣ ହେଉଛି ଲା ନିନା ପ୍ରଭାବ। 


COMMERCIAL BREAK
SCROLL TO CONTINUE READING

ଲା ନିନା ପ୍ରଭାବ କ'ଣ? 
ପ୍ରଶାନ୍ତ ମହାସାଗର ଅଞ୍ଚଳ ଅବସ୍ଥିତ ଭୂମଧ୍ୟ ରେଖା ଠାରେ କମ୍ ବାୟୁ ଚାପ ରହିଲେ ଏପରି ଘଟଣା ଘଟେ। ଏହାର ଉତ୍ପତ୍ତି ପାଇଁ ବିଭିନ୍ନ କାରଣ ଅଛି ହେଲେ ଏହାର ସାଧାରଣ କାରଣ ହେଉଛି  Trade Wind। ଯେତେବେଳେ  ବିଷୁବ ରେଖା ନିକଟରେ ରହିଥିବା ଭୂପୃଷ୍ଠ ଯାହା ପ୍ରଶାନ୍ତ ମହାସାରରୀୟ (Pacific Ocean) ଅଞ୍ଚଳର ସେଠାରେ ନିମ୍ନ ଚାପ ପ୍ରଭାବିତ ପ୍ରବନ କାରଣରୁ ଏଭଳି ଘଟଣା ଘଟିଥାଏ।  Trade Wind ପୂର୍ବ ଦିଗରେ ପ୍ରବାହିତ ହେଉଥିବା ପବନ ଅତି ଉଚ୍ଚ ବେଗରେ ପ୍ରବାହିତ କରାଇଥାଏ। ଯାହା ଦ୍ୱାରା ସମୁଦ୍ର ପୃଷ୍ଠର ତାପମାତ୍ରା ଯଥେଷ୍ଟ ହ୍ରାସ ପାଏ। ଯାହାର ସିଧାସଳଖ ପ୍ରଭାବ ବିଶ୍ୱର ବିଭିନ୍ନ ଅଞ୍ଚଳର ତାପମାତ୍ରା ଉପରେ ରହିଥାଏ ଏବଂ ତାପମାତ୍ରା ହାରାହାରି ଅପେକ୍ଷା ଥଣ୍ଡା ହୋଇଯାଏ। ପୃଥିବୀର ବିଷୁବ ରେଖା ଠାରେ (Equator of the Earth) ପୂର୍ବ-ପଶ୍ଚିମ ଦିଗରେ ପ୍ରବାହିତ ହେଉଥିବା ସ୍ଥାୟୀ ପବନକୁ Trade Wind କୁହାଯାଏ। 


Also Read: ଇଣ୍ଡୋନେସିଆରେ ଦାଉ ସାଧୁଛି ଭୂକମ୍ପ, ୭୮୨ କମ୍ପନରେ ଆଖି ବୁଜିଲେ ୪୨ ଲୋକ


ଆମେରିକୀୟ ଜିଓ ସାଇନ୍ସ ଇନଷ୍ଟିଚ୍ୟୁଟ୍ (American Geo-Science Institute) ଅନୁଯାୟୀ ଏଲ୍ ନିନୋ (El Nino) ଏବଂ ଲା ନିନା (La Nina) ଶବ୍ଦ ପ୍ରଶାନ୍ତ ମହାସାଗରର ପୃଷ୍ଠର ତାପମାତ୍ରାରେ ହେଉଥିବା ପର୍ଯ୍ୟାୟକ୍ରମେ ପରିବର୍ତ୍ତନକୁ ଦର୍ଶାଇଥାଏ। ଯାହା ବିଶ୍ୱ ପାଣିପାଗ (World Waether) ଉପରେ ପ୍ରଭାବ ପକାଇଥାଏ। ଏଲ୍ ନିନୋ କାରଣରୁ ତାପମାତ୍ରା ଗରମ ହୋଇଉଠୁଥିବା ବେଳେ ଏବଂ ଲା ନିନୋ କାରଣରୁ ଥଣ୍ଡା ହୁଏ। ଉଭୟ ସାଧାରଣତ ୯-୧୨ ମାସ ପର୍ଯ୍ୟନ୍ତ ରହିଥାଏ କିନ୍ତୁ ବ୍ୟତିକ୍ରମ ହେଲା ଏହା ଅନେକ ବର୍ଷ ପର୍ଯ୍ୟନ୍ତ ରହିପାରେ। ଲା ନିନୋ ସକ୍ରିୟ ହେବା କାରଣରୁ ଦେଶର ଅନେକ ଭାଗରେ ସେପ୍ଟେମ୍ବର-ଅକ୍ଟୋବର ମାସରେ ପ୍ରବଳ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ଉପୁଜିଥିଲା।


Also Read: ଜାଣନ୍ତୁ, ପ୍ରାକୃତିକ ବିପର୍ଯ୍ୟୟ କ'ଣ ପାଇଁ ବଢ଼ି ଚାଲିଛି


ଚଳିତ ବର୍ଷ ଦେଶରେ କାଠୁଆ ଜାଡ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (Indian Meteorological Department) ଆଇଏମଡି (IMD)। ଦେଶରେ ଶୀତ ବଢିବା ପାଇଁ ଲା ନିନା ପ୍ରଭାବ ଦାୟୀ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ ଦେଶରେ ସ୍ୱାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ଏବଂ ପ୍ରବଳ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କହିସାରିଛି। ଏନେଇ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅଗଷ୍ଟ-ସେପ୍ଟେମ୍ବର ମାସରେ ସାଧାରଣ ଅପେକ୍ଷା ଅଧିକ ବର୍ଷା ହୋଇପାରେ ଆଉ ସେତେବେଳେ ଲା ନିନା ପ୍ରଭାବ ସୃଷ୍ଟି ହେବ। ଶେଷ ଥର ପାଇଁ ଲା ନିନୋ ପରିସ୍ଥିତି ୨୦୨୦ ଅଗଷ୍ଟ-ସେପ୍ଟେମ୍ବର ମାସରୁ ୨୦୨୧ ଏପ୍ରିଲ ପର୍ଯ୍ୟନ୍ତ ହୋଇଥିଲା। ଏହାର ପ୍ରଭାବରେ ଅଧିକ ବର୍ଷା ହେବା ସହ ଆରମ୍ଭରୁ ପ୍ରବଳ ମାତ୍ରାରେ ଶୀତ ଅନୁଭୂତ ହୋଇଥିଲା। ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ, ଲା ନିନୋ ପ୍ରଭାବ ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ନଭେମ୍ବର ପର୍ଯ୍ୟନ୍ତ ରହିବ। ଯେଉଁ କାରଣରୁ ଚଳିତ ବର୍ଷର ଶୀତ ସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ।