ଭୁବନେଶ୍ୱର: ଦେଶରେ ପୁଣି ମହଙ୍ଗା ହେଲା ତେଲ। ମଙ୍ଗଳବାର ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି। ପେଟ୍ରୋଲ ଲିଟର ପିଛା ୨୦ ପଇସା ଏବଂ ଡିଜେଲ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ୱରରେ ଏବେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କାରେ ମିଳୁଛି।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ଦେଶବ୍ୟାପୀ ପେଟ୍ରୋଲ (Petrol) ଲିଟର ପିଛା ୨୦ରୁ ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଛି। ଗତ ୫ ଦିନରେ ଡିଜେଲ ଦର ୪ର୍ଥ ଥର ପାଇଁ ବୃଦ୍ଧି ପାଇଛି। ସେପ୍ଟେମ୍ବର ୨୪ରେ ଡିଜେଲ (Disel) ମୂଲ୍ୟ ୨୧ ପଇସା, ୨୬ରେ ୨୫ ପଇସା, ୨୭ରେ ୨୫ ପଇସାଓ ୨୮ ତାରିଖରେ ବି ୨୫ ପଇସା ବଢିଛି। ଏହି ୪ ଦିନରେ ଡିଜେଲର ମୂଲ୍ୟ ୯୬ ଟଙ୍କା ବଢିଛି। ସେହପରି ପେଟ୍ରୋଲ ପ୍ରାୟ ୨ ମାସ ପରେ ମହଙ୍ଗା (Fuel Price) ହୋଇଛି। 


Also Read: ଶର୍ମିଷ୍ଟା ମୁଖାର୍ଜୀଙ୍କ ବଡ଼ ଫଇସଲା; ହାତକୁ ହଁ, ରାଜନୀତିକୁ ନା


ନୂଆ ଦର ଲାଗୁ ହେବାପରେ ଭୁବନେଶ୍ୱର (Bhubaneswar) ରେ ପେଟ୍ରୋଲ ମୂଲ୍ୟ ୧୦୨ ଟଙ୍କା ୨୬ ପଇସା ଓ ଡିଜେଲ ୯୭ ଟଙ୍କା ୬୭ ପଇସା ରହିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଆଜି ଲିଟର ପିଛା ୧୦୧ ଟଙ୍କା ୩୯ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୮୯ ଟଙ୍କା ୫୭ ପଇସା ରହିଛି। ସେହିପରି ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୦୭ ଟଙ୍କା ୪୭ ପଇସା ଥିବା ବେଳେ ଡିଜେଲ ମୂଲ୍ୟ ୯୭ ଟଙ୍କା ୨୧ ପଇସା  ରହିଛି। ଅନ୍ୟପଟେ ଭୋପାଲରେ ପେଟ୍ରୋଲ ୧୦୯ ଟଙ୍କା ୮୫ ପଇସା ଏବଂ ଡିଜେଲ ୯୮ ଟଙ୍କା ୪୫ ପଇସା, କୋଲକାତାରେ ପେଟ୍ରୋଲ ୧୦୧ ଟଙ୍କା ୮୭ ପଇସା ଏବଂ ଡିଜେଲରେ ୯୨ ଟଙ୍କା ୬୭ ପଇସା ରହିଛି ଓ ଚେନ୍ନାଇରେ ପେଟ୍ରୋଲ ଦର ୯୯ ଟଙ୍କା ୧୫ ପଇସା ଏବଂ ଡିଜେଲ ୯୪ ଟଙ୍କା ୧୭ ପଇସା ରହିଛି।


ବୈଦେଶିକ ମୁଦ୍ରା ମୂଲ୍ୟ ଏବଂ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟକୁ ଦୃଷ୍ଟିରେ ରଖି ଦେଶରେ ପ୍ରତିଦିନ ସକାଳ ୬ଟାରେ ନୂତନ ଇନ୍ଧନ ମୂଲ୍ୟ ଜାରି ହୋଇଥାଏ। ଆପଣ ନିଜ ଫୋନରୁ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ଜାଣିପାରିବେ। ଏଥିପାଇଁ ଆପଣ ଇଣ୍ଡିଆନ ଅଏଲ SMS ସେବା ଅଧୀନରେ ମୋବାଇଲ୍ ନମ୍ବର 9224992249କୁ SMS ପଠାଇବାକୁ ପଡିବ। ତୁମର ବାର୍ତ୍ତା କିଛି ହେବ - RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି ଉକ୍ତ ନମ୍ବରେ SMS କରନ୍ତୁ। ଆପଣ ସାଇଟ୍ ପରିଦର୍ଶନ କରି ଆପଣଙ୍କ ଅଞ୍ଚଳର RSP କୋଡ୍ ଯାଞ୍ଚ କରିପାରିବେ। ଏହି ମସେଜ ପଠାଇବା ପରେ, ଆପଣଙ୍କ ଫୋନରେ ନୂତନ ଇନ୍ଧନ ମୂଲ୍ୟ ବିଷୟରେ ସୂଚନା ଆସିବ।