ଶର୍ମିଷ୍ଟା ମୁଖାର୍ଜୀଙ୍କ ବଡ଼ ଫଇସଲା; ହାତକୁ ହଁ, ରାଜନୀତିକୁ ନା
Advertisement
Article Detail0/zeeodisha/odisha995385

ଶର୍ମିଷ୍ଟା ମୁଖାର୍ଜୀଙ୍କ ବଡ଼ ଫଇସଲା; ହାତକୁ ହଁ, ରାଜନୀତିକୁ ନା

ଜଣେ ଟ୍ୱିଟର ୟୁଜର୍ସଙ୍କୁ ଦେଇଥିବା ରିପ୍ଲେରେ ଶର୍ମିଷ୍ଟା ମୁଖାର୍ଜୀ (Sharmistha Mukherjee) ଲେଖିଛନ୍ତି ଯେ, ସେ ଆଉ ଜଣେ 'ରାଜନେତା' ନୁହନ୍ତି। ସେ ରାଜନୀତି ଛାଡିଛନ୍ତି କିନ୍ତୁ କଂଗ୍ରେସ (Congress) ର ପ୍ରାଥମିକ ସଦସ୍ୟ ଅଟନ୍ତି।

ଫାଇଲ ଫଟୋ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଟା ମୁଖାର୍ଜୀ ରାଜନୀତି ଛାଡିବା ନେଇ ଘୋଷଣା କରିଛନ୍ତି। ସେ ଆଗକୁ ସାମାଜିକ ତଥା କଳା ଏବଂ ସଂସ୍କୃତି ସହ ଜଡିତ କାର୍ଯ୍ୟରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛନ୍ତି। ମୁଁ ରାଜନୀତି ଛାଡିଛି କିନ୍ତୁ କଂଗ୍ରେସର ପ୍ରାଥମିକ ସଦସ୍ୟ ରହିବି ବୋଲି ଶର୍ମିଷ୍ଟା କହିଛନ୍ତି।

ଜଣେ ଟ୍ୱିଟର ୟୁଜର୍ସଙ୍କୁ ଦେଇଥିବା ରିପ୍ଲେରେ ଶର୍ମିଷ୍ଟା ମୁଖାର୍ଜୀ (Sharmistha Mukherjee) ଲେଖିଛନ୍ତି ଯେ, ସେ ଆଉ ଜଣେ 'ରାଜନେତା' ନୁହନ୍ତି। ସେ ରାଜନୀତି ଛାଡିଛନ୍ତି କିନ୍ତୁ କଂଗ୍ରେସ (Congress) ର ପ୍ରାଥମିକ ସଦସ୍ୟ ଅଟନ୍ତି। କିନ୍ତୁ ସେ ଆଉ ସକ୍ରିୟ ରାଜନୀତିରେ ରହିବେ ନାହିଁ। ସେ ଅନ୍ୟାନ୍ୟ ଉପାୟରେ ରାଷ୍ଟ୍ରର ସେବା କରିପାରିବେ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ  (Pranab Mukherjee) ଙ୍କ ଝିଅ ଶର୍ମିଷ୍ଟା ମୁଖାର୍ଜୀ କହିଛନ୍ତି।

Also Read: କୃଷକଙ୍କ କାନ୍ଧରେ ବିରୋଧିଙ୍କ ବନ୍ଧୁକ! ଜାଣନ୍ତୁ ଭାରତ ବନ୍ଦ ପଛର ରାଜନୈତିକ କାରଣ

ତେବେ ଅନ୍ୟ କୌଣସି ଦଳରେ ଯୋଗଦେବା ପ୍ରଶ୍ନକୁ ଶର୍ମିଷ୍ଟା ଖାରଜ କରିଛନ୍ତି। ସେ କହିଛନ୍ତି, 'ଯଦି ମୋତେ ରାଜନୀତିରେ ରହିବାକୁ ପଡିବ ତେବେ ମୁଁ କାହିଁକି ମୋ ଦଳ ଛାଡି ଅନ୍ୟ ଦଳରେ ଯୋଗଦେବି? ମୁଁ ପିଲାଦିନରୁ ଶାସନ ଦେଖିଛି। ଏହା ମୋତେ ପ୍ରେରଣା ଦିଏ ନାହିଁ। ମୁଁ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ଚାହୁଁଛି ଏବଂ ମୋ ପ୍ରକୃତି ଅନୁଯାୟୀ ଯାହା କରିବାକୁ ଚାହୁଁଛି।

ନିକଟରେ ଶର୍ମିଷ୍ଟାଙ୍କ ଭାଇ ଅଭିଜିତ୍ ମୁଖାର୍ଜୀ କଂଗ୍ରେସ ଛାଡି ଟିଏମସିରେ ଯୋଗ ଦେଇଥିଲେ। ଦଳ ଛାଡିବା ପରେ ଶର୍ମିଷ୍ଟଙ୍କ ବିଷୟରେ ମଧ୍ୟ କଳ୍ପନାଜଳ୍ପନା ଚାଲିଥିଲା। କିନ୍ତୁ ବର୍ତ୍ତମାନ ସେ ରାଜନୀତି ଛାଡିବେ ବୋଲି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଶର୍ମିଷ୍ଟା ଜଣେ ରାଜନେତାଙ୍କ ସହ ଜଣେ କଥକ ନୃତ୍ୟଶିଳ୍ପୀ ଏବଂ କୋରିଓଗ୍ରାଫର। ଜୁଲାଇ ୨୦୧୪ରେ ଶର୍ମିଷ୍ଟା ମୁଖାର୍ଜୀ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୫ରେ ସେ କଂଗ୍ରେସ ଟିକେଟରେ ଦିଲ୍ଲୀର ଗ୍ରେଟର କୈଲାଶ ବିଧାନସଭା ଠାରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ନିର୍ବାଚନରେ ​​ତାଙ୍କୁ ଆପର ସୌରଭ ଭରଦ୍ୱାଜଙ୍କ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା।