ପାଟନା: ଐତିହାସିକ ଭାରତ ବର୍ଷକୁ କୁହାଯାଏ ସୁନାର ଦେଶ। ଯାହାର ପ୍ରମାଣ ଇତିହାସ ପୃଷ୍ଠାରେ ଲପିବଦ୍ଧ ହୋଇରହିଛି। ସଦ୍ୟ ବିହାରର ବକ୍ସର ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହରଣ। ଯେଉଁଠି ଚାଷ ଜମିରେ ଫସଲ ବଦଳରେ ମିଳିଛି ସ୍ୱର୍ଣ୍ଣ ମୁଦ୍ରା। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। 


COMMERCIAL BREAK
SCROLL TO CONTINUE READING

ବକ୍ସର ଜିଲ୍ଲାର ସୋନବରସା ଥାନା ଓପି କ୍ଷେତ୍ର ଅଧିନସ୍ଥ ଗିରିଧର ବରାଓ ଗ୍ରାମରେ ଏକ ଆଳୁ ଚାଷ କରାଯାଇଥିବା ଜମିରେ କାମ କରୁଥିବା ସମୟରେ ଜଣେ ମହିଳାଙ୍କୁ ବହୁତ ପ୍ରାଚୀନ ସ୍ୱର୍ଣ୍ଣ ମୁଦ୍ରା ମିଳିଥିଲା। ସେ ବିଲରେ କାମ କରୁଥିବା ବେଳେ ପ୍ରଥମେ ତାଙ୍କୁ ଗୋଟିଏ ମୁଦ୍ରା ମିଳିଥିଲା। ଏହା ପରେ ଯେତେବେଳେ କାମ କରୁଥିବା ଜମିକୁ ଆହୁରି ଖୋଳିଥିଲେ ସେତେବେଳେ ତାଙ୍କୁ ଆଉ ଦୁଇଟି ମୁଦ୍ରା ମିଳିଥିଲା। ବିଲରୁ ସୁନା ମୁଦ୍ରା ମିଳିବା ଖବର ଗ୍ରାମରେ ଦ୍ରୁତ ବେଗରେ ବ୍ୟାପିଯାଇଥିଲେ। ଏହା ପରେ ଗ୍ରାମବାସୀ ମଧ୍ୟ ମହିଳ ଜାଣଙ୍କ କାମ କରୁଥିବା ଚାଷ ଜମି ଆଡକୁ ଦୌଡି ଆସିଲେ। ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ସେହି ଜମିରେ ଖୋଳାଖୋଳି କରିବା ସମୟରେ ତାଙ୍କୁ ଅନ୍ୟ ଏକ ସୁନା ମୁଦ୍ରା ମିଳିଥିଲା।


Also Read: ଅଚାନକ ହେଲା ଆକାଶରୁ ହେଲା ମାଛ ବର୍ଷା; ଅଘଟଣ ଆଶଙ୍କାରେ ଭୟଭୀତ ହୋଇଉଟଠିଲେ ଲୋକେ


ଏହି ଘଟଣାକୁ ନେଇ ଏଭଳି ଚର୍ଚ୍ଚା ହେଲା ଯେ ଏହି ଖବର ପୋଲିସ ଥାନାରେ ପହଞ୍ଚି ଯାଇଥିଲା। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ମହିଳା ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ସେମାମେ ପାଇଥିବା ତିନୋଟି ମୁଦ୍ରା ଜବତ କରିଥିଲା।  ଏହି ଖବର ମଧ୍ୟ ସାମ୍ନାକୁ ଆସିଛି ଯେ ଜଣେ ଯୁବକ ସମ୍ପୃକ୍ତ ମହିଳାଙ୍କ ଠାରୁ ଗୋଟିଏ ମୁଦ୍ରା ଏହାକୁ ୨୭ ହଜାର ଟଙ୍କାରେ ବିକ୍ରି କରିଛନ୍ତି। ଏଥିରୁ ଜଣାପଡୁଛି ଯେ ଏହି ମୁଦ୍ରା ପ୍ରକୃତରେ ସୁନାରେ ନିର୍ମିତ ହୋଇଛି।


ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଜମିକୁ ବ୍ୟାରିକେଡ୍ ଦ୍ୱାରା ଘେରାବନ୍ଦୀ କରି ରଖିଛି। ବରିଷ୍ଠ ପୋଲିସ ଅଧିକାରୀଙ୍କ ସହାୟତାରେ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଦଳକୁ ଏହି ଘଟଣା ବାବଦରେ ଅବଗତ କରାଯାଇଛି। ଗ୍ରାମବାସୀଙ୍କୁ ସେହି ଚାଷ ଜମିରୁ ଦୂରରେ ରଖାଯାଇଛି। ଏବଂ ଏହି ଜମିରୁ ପ୍ରାଚୀନ ସ୍ୱର୍ଣ୍ଣ ମୁଦ୍ରା ମିଳିଲା ପଛରେ କେଉଁ ରହସ୍ୟ ରହିଛି ତାହାର ଅନୁସନ୍ଧାନ କରାଯାଉଛି।


Also Read: ଅଚାନକ କେନାଲରେ ଭାସିଲା ଧଳା ଜିନିଷ, ଆଣିବାକୁ ପାଣିକୁ ଡିଆଁ ମାରିଲେ ଲୋକେ


ଯଦିଓ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଯେ ସେମାନଙ୍କ ଗ୍ରାମରେ ଅବସ୍ଥିତ ଯେଉଁ ଜମିରୁ ପ୍ରାଚୀନ ସୁନା ମୁଦ୍ରା ମିଳିଥିଲା ​​ସେହି କ୍ଷେତ୍ର ଦୀର୍ଘ ସମୟ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା। ହେଲେ  ଏଥର ଗ୍ରାମର ଜଣେ ବ୍ୟକ୍ତି ସେଠାରେ ଆଳୁ ଚାଷ କରିଥିଲେ।  ଆଳୁ ଅମଳ କାର୍ଯ୍ୟରେ ଗ୍ରାମର ମହିଳା ନିୟୋଜିତ ହୋଇଥିଲେ। ଏହି ଜମିରେ କାମ କରୁଥିବା ଜଣେ ମହିଳାଙ୍କୁ ପ୍ରଥମେ ସ୍ୱର୍ଣ୍ଣ ମୁଦ୍ରା ମିଳିଥିଲା। ଏହି ଘଟଣା ସାମ୍ନାକୁ ଆସିବା ଏକଥା ସ୍ଥାନୀୟ ଅଞ୍ଚଳରେ ଦ୍ରୁତ ବେଗରେ ବ୍ୟାପିଯାଇଇଥିଲା। ଚାଷ ଜମିରୁ ପ୍ରାଚୀନ ସୁନା ମୁଦ୍ରା ମିଳିବା ପଛରେ କେଉଁ ରହସ୍ୟ ଛପି ରହିଛି ତାହା ଅନୁସନ୍ଧାନ ପରେ ସ୍ପଷ୍ଟ ହୋଇଯିବ।