ଅଚାନକ କେନାଲରେ ଭାସିଲା ଧଳା ଜିନିଷ, ଆଣିବାକୁ ପାଣିକୁ ଡିଆଁ ମାରିଲେ ଲୋକେ
Advertisement
Article Detail0/zeeodisha/odisha953248

ଅଚାନକ କେନାଲରେ ଭାସିଲା ଧଳା ଜିନିଷ, ଆଣିବାକୁ ପାଣିକୁ ଡିଆଁ ମାରିଲେ ଲୋକେ

ହେଲେ ମାଗଣା ଜିନିଷ ପାଇବାକୁ ନେଇ ଲୋକଙ୍କ ମଧ୍ୟରେ ଅଚାନକ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା। 

ଅଚାନକ କେନାଲରେ ଭାସିଲା ଧଳା ଜିନିଷ, ଆଣିବାକୁ ପାଣିକୁ ଡିଆଁ ମାରିଲେ ଲୋକେ

ନୂଆଦିଲ୍ଲୀ: ମାଗଣାରେ ମିଳୁଥିବା କୌଣସି ଜିନିଷକୁ କିଏ ନେବାକୁ କାହିଁକି ମନା କରିବ। ସାମାନ୍ୟ କିଛି ପରିଶ୍ରମ କରିଦେଲେ ଏଭଳି ବସ୍ତୁ କିମ୍ବା ପଦାର୍ଥ ଆମର ହସ୍ତଗତ ହୋଇଥାଏ। ରାଜନୀତିରେ ମଧ୍ୟ ଏହାର ପ୍ରଭାବ ଅନେକ ସମୟରେ ଦେଖିବାକୁ ମିଳିଛି। ନିର୍ବାଚନରେ ଭୋଟ ହାତେଇବା ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମତଦାତାଙ୍କୁ ମାଗଣା ଜିନିଷ ବାଣ୍ଟିବାକୁ ନିର୍ବାଚନ ଇସ୍ତାହାରରେ ସ୍ଥାନ ଦିଆଯାଇଥାଏ।     

ହେଲେ ମାଗଣା ଜିନିଷ ପାଇବାକୁ ନେଇ ଲୋକଙ୍କ ମଧ୍ୟରେ ଅଚାନକ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା। ଗତ ବୁଧବାର ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଦେଖିବାକୁ ମିଳିଥିଲା ଏଭଳି ଏକ ଘଟଣା। ଯେଉଁଠି ମାଗଣା ଅଣ୍ଡା  ପାଇବାକୁ ଏଠାରେ ଥିବା ଏକ କେନାଲ ମଧ୍ୟକୁ ଲମ୍ପ ମାରିଥିଲେ ଲୋକେ। ଯେଉଁ ଘଟଣା ଏବେ କୌତୁହଳର ବିଷୟ ପାଲଟିଛି।              

ଗତ ବୁଧବାର ଜିଲ୍ଲାର ହରିୟାୱାଁ ଥାନା ଅଧିନରେ ଅବସ୍ଥିତ ଅଛୁଆପୁର ଗ୍ରାମ ନିକଟରେ ଯାଇଥିବା ଶାରଦା କେନାଲରେ ଅତି ପରିଷ୍କାର ଦେଖାଯାଉଥିବା ଏକ ଧଳା ରଙ୍ଗର ଜିନିଷ ବହୁ ସଂଖ୍ୟାରେ ଭାସି ଯାଉଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ। ଯେତେବେଳେ ଭାସିଯାଉଥିବା ଏହି କେନାଲ ନିକଟରୁ ଯାଇ ଦେଖିଥିଲେ ସେତେବେଳେ ଏହା କୁକୁଡା଼ ଅଣ୍ଡା ବୋଲି ଜଣାପଡି଼ଥିଲା।

Also Read: ପ୍ରବଳ ବର୍ଷା ସାଜିଲା ସମସ୍ୟା; ଯାତ୍ରା ସମୟରେ ଅଚାନକ ଅଟକିଗଲା ଟ୍ରେନ

କେନାଲରେ ବହୁସଂଖ୍ୟକ ଅଣ୍ଡା ଭାସିଯାଉଥିବାର ଦେଖିବାକୁ ପାଇବା ପରେ ଏହାକୁ ନେବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଅଚାନକ ପ୍ରତିଯୋଗୀତା। ମାଗଣା ଅଣ୍ଡା ହାତେଇବା ପାଇଁ ଲୋକେ କେନାଲ ମଧ୍ୟକୁ ଲମ୍ପ ମାରିବା ପାଇଁ ପଛାଇନଥିଲେ। ହେଲେ ଏହି ଅଣ୍ଡା କେଉଁଠୁ ଆସିଲା ତାହା ଏପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି।     

ଏ ଘଟଣାରେ ପ୍ରତିକ୍ରିୟା ରଖି ଜଣେ ସ୍ଥାନୀୟ ଲୋକ କହିଛନ୍ତି ପ୍ରାୟ ୨ ଘଣ୍ଟା ଧରି କେନାଲରେ ଅଣ୍ଡା ଭାସୁଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣା ବାବଦରେ ଜାଣିବା ପରେ ମାଗଣା ଅଣ୍ଡାକୁ ନେବା ପାଇଁ କେନାଲ ନିକଟର ଭିଡ ଜମାଇଥିଲେ ଗ୍ରାମବାସୀ। ନିଜ ମନ ଇଚ୍ଛା ଅଣ୍ଡା ସେମାନେ କେନାଲରୁ ଘରକୁ ବୋହି ନେଇଥିଲେ। କେନାଲରେ ଅଣ୍ଡା ଭାସିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ରହସ୍ୟ ଭାବେ ଉଭା ହୋଇଛି।