ଅଚାନକ ହେଲା ଆକାଶରୁ ହେଲା ମାଛ ବର୍ଷା; ଅଘଟଣ ଆଶଙ୍କାରେ ଭୟଭୀତ ହୋଇଉଟଠିଲେ ଲୋକେ
Advertisement
Article Detail0/zeeodisha/odisha1010704

ଅଚାନକ ହେଲା ଆକାଶରୁ ହେଲା ମାଛ ବର୍ଷା; ଅଘଟଣ ଆଶଙ୍କାରେ ଭୟଭୀତ ହୋଇଉଟଠିଲେ ଲୋକେ

ବର୍ଷା ସମୟରେ କୁଆପଥର ଖସିବା ଭଳି ଅନେକ ଉଦାହରଣ ଆପଣ ନିଶ୍ଚୟ ଶୁଣିଥିବେ। ଏହା ସହିତ ସମସ୍ତେ କୁଆପଥର ବର୍ଷା ମଧ୍ୟ ଦେଖିଥିବେ ନିଶ୍ଚୟେ। ହେଲେ କେବେ ମାଛ ବର୍ଷା ହେବା କଥା ଶୁଣିଛନ୍ତି?

ଅଚାନକ ହେଲା ଆକାଶରୁ ହେଲା ମାଛ ବର୍ଷା; ଅଘଟଣ ଆଶଙ୍କାରେ ଭୟଭୀତ ହୋଇଉଟଠିଲେ ଲୋକେ

ଲକ୍ଷ୍ନୌ: ବର୍ଷା ସମୟରେ କୁଆପଥର ଖସିବା ଭଳି ଅନେକ ଉଦାହରଣ ଆପଣ ନିଶ୍ଚୟ ଶୁଣିଥିବେ। ଏହା ସହିତ ସମସ୍ତେ କୁଆପଥର ବର୍ଷା ମଧ୍ୟ ଦେଖିଥିବେ ନିଶ୍ଚୟେ। ହେଲେ କେବେ ମାଛ ବର୍ଷା ହେବା କଥା ଶୁଣିଛନ୍ତି? ଆଜ୍ଞା ହଁ ମାଛ ବର୍ଷା ହୋଇଛି।   ଏକଥା ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ହେଲେ ବାସ୍ତବରେ ଏପରି ଘଟଣା। ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ସୋମବାର ଉତ୍ତର ପ୍ରଦେଶର (Uttar Pradesh) ଭଦୋହୀ ଜିଲ୍ଲାରେ (Bhadohi Dist) ପ୍ରବଳ ବର୍ଷା ପବନ ହେବା ସହ ଆକାଶରୁ ମାଛ ଖସିବା ଆରମ୍ଭ କରିଥିଲା। ଏହା ଦ୍ୱାରା କୌଣସି ଅଘଟଣ ଘଟିବା ଆଶଙ୍କାରେ ଭୟଭୀତ ହୋଇଉଠିଥିଲେ ସେଠାକାର ଲୋକେ। ଏପରିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇପଡି଼ଥିଲେ। ଏପରି ଅଜବ ଧରଣର ଘଟଣା ଘଟିବା ସ୍ଥାନୀୟ ଅଞ୍ଚଳରେ ସ୍ଥାନୀୟ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

Also Read: ଅଚାନକ କେନାଲରେ ଭାସିଲା ଧଳା ଜିନିଷ, ଆଣିବାକୁ ପାଣିକୁ ଡିଆଁ ମାରିଲେ ଲୋକେ

ଅନ୍ୟପକ୍ଷରେ ବୈଜ୍ଞାନିକ ଅଥବା ପାଣିପାଗ ବିଶେଷଜ୍ଞ ଏହାକୁ ସାଧାରଣ ଘଟଣା ବୋଲି ବିଚାର କରୁନାହାଁନ୍ତି। ତଥାପି କିଛି ଲୋକ କୁହନ୍ତି ଯେ ବେଳେବେଳେ ଏହି ଅଞ୍ଚଳରେ ଲଘୁଚାପ ଦ୍ୱାରା ହେଉଥିବା ବାୟୁ ପ୍ରବାହ କାରଣରୁ ଏପରି ଘଟଣା ଘଟିଥାଇପାରେ।

ଗତ ସୋମବାର ଭଦୋହୀସ୍ଥିତ କାନ୍ଧିଆ ଫାଟକ ଠାରେ ଅବସ୍ଥିତ ଯାଦବ ବସ୍ତି ଅଞ୍ଚଳରେ ବର୍ଷା ସହିତ ମାଛ ଖସିବା ଘଟଣା ଦେଖି ଏଠାକାର ଲୋକ ଆଶ୍ଚର୍ଯ୍ୟ ହୋଇପଡି଼ଥିଲେ। ଏହି ଖବର ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ଏଠାରେ ଥିବା ଘରର ଛାତ ଠାରୁ ଆରମ୍ଭ କରି ରାସ୍ତ ଘାଟ, ବଜାର, ଚାଷ ଜମି ସମେତ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ଆକାଶରୁ ମାଛ ଖସିଥିବାର ଦେଖିବାକୁ ପାଇଥିଲେ। ସମଗ୍ର ଅଞ୍ଚଳରୁ ପ୍ରାୟ ୫୦ କିଲୋଗ୍ରାମ ଓଜନର ମାଛ ମିଳିଥଲା। ହେଲେ କୌଣସି ଅଘଟଣ ଘଟିବା ଆଶଙ୍କାରେ ଏଠାକାର ଲୋକେ ଏହି ମାଛକୁ ନେବା ପରିବର୍ତ୍ତେ ଏହାକୁ ପୋଖରୀରେ ଫିଙ୍ଗି ଦେଇଥିଲେ।

Also Read: Shocking News: ଅଣ୍ଡା ଦେଉନାହାଁନ୍ତି କୁକୁଡା,ଚିନ୍ତାରେ Pakistani Govt

ଏନେଇ ପ୍ରତିକ୍ରିୟା ରଖି ଗ୍ରାମବାସୀ କହିଛନ୍ତି ଆକାଶରୁ ମାଛ ଖସିବା ଘଟଣା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯଦିଓ ଏହି ମାଛ ଖାଇବାକୁ କେହି ଚିନ୍ତା କରିନଥିଲେ। ଅନ୍ୟପଟେ ବିଶେଷଜ୍ଞ କହିଛନ୍ତି ଯେ ଏହା ସାଧାରଣ ଘଟଣା ନୁହେଁ। ବେଳେବେଳେ ଲଘୁଚାପ ସୃଷ୍ଟି ହେବା କାରଣରୁ ଏପରି ଘଟଣା ଘଟିଥାଏ। ଯେଉଁ ଅଞ୍ଚଳରେ ଏଭଳି ଘଟଣା ଘଟେ ତାହେଲେ ସେଠାକାର ନଦୀ କିମ୍ବା ପୋଖରୀରେ ରହିଥିବା ମାଛକୁ ପବନ ଉଡା଼ଇ ନେଇଯାଏ ଏବଂ ବର୍ଷା କାରଣରୁ ଉଡିଯାଇଥିବା ମାଛ ପୁଣି ଥରେ ପୃଥିବୀ ପୃଷ୍ଠରେ ପଡ଼ିବା ଆରମ୍ଭ କରିଥାଏ। ଏହି ପ୍ରକ୍ରିୟା ବହୁତ ଦ୍ରୁତ ଗତିରେ ହୋଇଥାଏ।