ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସଂଯୋଗ (Internet Connectivity) ପହଞ୍ଚାଇବା ଏକ ଅଭିନବ ଉପାୟ ଆପଣାଇଛି ବିଶ୍ୱର ଅନ୍ୟତମ ସର୍ଚ୍ଚ ଇଞ୍ଜିନ (Search Engine) ଗୁଗୁଲ (Google)। ଏଥିଲାଗି ଲୁନ ନାମକ ଏକ ପ୍ରକଳ୍ପ (Loon Project) ଉପରେ କାମ କରୁଛି ଗୁଗୁଲ। ଏହା ମାଧ୍ୟମରେ ହିଲିୟମ (Helium) ଭର୍ତ୍ତି ବେଲୁନ (Baloon) ମାଧ୍ୟମରେ ଇଣ୍ଟରନେଟ  ସେବା ପହଞ୍ଚାଯିବାକୁ ଲକ୍ଷ୍ୟ ରଖାଯାଇଛି।     


COMMERCIAL BREAK
SCROLL TO CONTINUE READING

ଏହି ପ୍ରକଳ୍ପ ମାଧ୍ୟମରେ ଗୁଗୁଲ ହାଇ ଅଲ୍ଟିଚ୍ୟୁଡ ବେଲୁନ୍ସ (High Altitude Balloons) ମାଧ୍ୟମରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ ସୁବିଧା ପହଞ୍ଚାଉଛି। ଏନେଇ ଗୁଗୁଲର ସହାୟକ କମ୍ପାନୀ ପକ୍ଷରୁ କୁହାଯାଇଛି ଲୁନ ପ୍ରକଳ୍ପରେ ବ୍ୟବହୃତ ବେଲୁନ୍ ୩୧୨ ଦିନ ଅର୍ଥାତ ପାଖାପାଖି ବର୍ଷେ ସମୟ ପାଇଁ ଷ୍ଟ୍ରାଟୋସଫେରିକ୍ ଉଡାଣରେ (Stratospheric Flight) ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏହି ସମୟ ମଧ୍ୟରେ ଏହି ହିଲିୟମ ଭର୍ତ୍ତି ବେଲୁନ ପ୍ରାୟ ୨.୧ ଲକ୍ଷ କିଲୋମିଟର ଦୂରତା ମଧ୍ୟ ଅତିକ୍ରମ କରିଛି। 


ଲୋନ୍ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଏହି ହିଲିୟମ୍ ଭର୍ତ୍ତି ବେଲୁନ୍ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ବାୟୁରେ ରହିବାରେ ସଫଳ ହୋଇଥିଲେ ସେ ବାବଦରେ ଜଣାଇଛନ୍ତି। ଏପରି ଧରଣର ବେଲୁନରେ ହାଇପ୍ରେସର ହିଲିୟମ ଗ୍ୟାସ (Highpressure Helium Gas) ଭର୍ତ୍ତି ହୋଇଥାଏ। ଯାହା ଏହାକୁ ଆକାଶର ଅତି ଉପରକୁ ନେଇପାରେ। ଯେତେବେଳେ ବେଲୁନ୍ ବାୟୁରେ ଏକ ନିର୍ଦ୍ଧିଷ୍ଟ ଉଚ୍ଚତାରେ ପହଞ୍ଚେ, ନିମ୍ନ ଚାପ ହେତୁ ବେଲୁନ୍ ବାୟୁରେ ଝୁଲି ରହିଥାଏ। ହିଲିୟମ୍ ଗ୍ୟାସରେ ଭର୍ତ୍ତି ହୋଇଥିବା ପ୍ରତ୍ୟେକ ବେଲୁନରୁ ଆସୁଥିବା ସଙ୍କେତ ଭୂମିରେ 40 କିଲୋମିଟର ଡାଇମିଟର ମଧ୍ୟରେ ପହଞ୍ଚିପାରିବ।


Also Read: ହ୍ୟାକ ହେଲା ମ୍ୟାପ, ଗୁଗୁଲ ହେଲା ବିଚଳିତ


 


ଲୁନ ପ୍ରକଳ୍ପର ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ସୋଲ କ୍ୟାଣ୍ଡିଡୋ କହିଛନ୍ତି ଏକ ଅନୁକୂଳ ବାୟୁ ପ୍ରବାହକୁ ଧରିବା ପାଇଁ ବେଲୁନ୍ ଉପରକୁ କିମ୍ବା ତଳକୁ ଯାଇଥାଏ। କେତେବେଳେ ହିଲିୟମ୍ ବେଲୁନ୍ ଉପରକୁ ଯିବ ଏବଂ କେବେ ଓହ୍ଲାଇବ ସେ ବିଷୟରେ କୌଣସି ମାନବିକ ନିୟନ୍ତ୍ରଣ ନାହିଁ।