ହ୍ୟାକ ହେଲା ମ୍ୟାପ, ଗୁଗୁଲ ହେଲା ବିଚଳିତ
Advertisement
Article Detail0/zeeodisha/odisha634967

ହ୍ୟାକ ହେଲା ମ୍ୟାପ, ଗୁଗୁଲ ହେଲା ବିଚଳିତ

ଆଧୁନିକ ଜ୍ଞାନକୌଶଳ ପ୍ରତିଟି ମୂହୁର୍ତ୍ତରେ ମଣିଷକୁ ଯେତେ ଅଗ୍ରଗତି ଆଡ଼କୁ ନେଇ ଗତି କରୁଛି, ସେହି ସମୟରେ ଅନେକ କିଛି ଘଟଣା ମାନବ ସମାଜକୁ ସେତିକି ପରିମାଣର ବିଚଳିତ କରି ପକାଉଛି। ବ୍ୟସ୍ତବହୁଳ ସମାଜରେ ଅନେକ ଲୋକ ନିଜ ସମୟକୁ ଆୟତ୍ତ କରିବା ପାଇଁ ଇଣ୍ଟରନେଟର ବ୍ୟବହାର କରୁଛନ୍ତି। ଯାହା ଅନେକ ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା ବେଳେ, ବିଭିନ୍ନ ସମୟରେ ଲୋକଙ୍କୁ ସମସ୍ୟାର ପକାଉଥିବା ଘଟଣା ଆମ ନଜୀରରେ ରହିଛି।

ହ୍ୟାକ ହେଲା ମ୍ୟାପ, ଗୁଗୁଲ ହେଲା ବିଚଳିତ

ହିମାଂଶୁ ଶେଖର ସାମଲ, ନୂଆଦିଲ୍ଲୀ: ଆଧୁନିକ ଜ୍ଞାନକୌଶଳ ପ୍ରତିଟି ମୂହୁର୍ତ୍ତରେ ମଣିଷକୁ ଯେତେ ଅଗ୍ରଗତି ଆଡ଼କୁ ନେଇ ଗତି କରୁଛି, ସେହି ସମୟରେ ଅନେକ କିଛି ଘଟଣା ମାନବ ସମାଜକୁ ସେତିକି ପରିମାଣର ବିଚଳିତ କରି ପକାଉଛି। ବ୍ୟସ୍ତବହୁଳ ସମାଜରେ ଅନେକ ଲୋକ ନିଜ ସମୟକୁ ଆୟତ୍ତ କରିବା ପାଇଁ ଇଣ୍ଟରନେଟର ବ୍ୟବହାର କରୁଛନ୍ତି। ଯାହା ଅନେକ ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା ବେଳେ, ବିଭିନ୍ନ ସମୟରେ ଲୋକଙ୍କୁ ସମସ୍ୟାର ପକାଉଥିବା ଘଟଣା ଆମ ନଜୀରରେ ରହିଛି।

ଅନେକ ସମୟରେ ଗୁଗୁଲରୁ ଡାଟା ଚୋରି ହେଉଥିବା ଘଟଣା ଆପଣମାନେ ଶୁଣିଥିବେ। କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି ଗୁଗୁଲ ମ୍ୟାପକୁ ହିଁ ହ୍ୟାକ କରାଯାଇପାରିବ। ଏହା ସ୍ପେନରେ ଘଟିଛି। ସ୍ପେନର ଜଣେ ଯୁବକ ଗୁଗୁଲ ମ୍ୟାପକୁ ହ୍ୟାକ କରିଥିବା ଜଣାପଡ଼ିଛି। ସିର୍ମନ ବେକର୍ଟ ୯୯ଟି ସ୍ମାର୍ଟଫୋନ ଦ୍ୱାରା ଏହି ହ୍ୟାକ କରାଯାଇଛି। ଏହା ବିନା କୌଣସି ସପ୍ଚୱେୟାର ଦ୍ୱାରା ଏହି ହ୍ୟାକ କରାଯାଇଛି।

ସିର୍ମନ ପ୍ରଥମେ ୯୯ଟି ସ୍ମାର୍ଟଫୋନ ଜମା କରିଥିଲେ। ଏହି ସମସ୍ତ ସ୍ମାର୍ଟଫୋନକୁ ଏକ ଯାଗାରେ ରଖିଥିଲେ। ସମସ୍ତ ସ୍ମାର୍ଟଫୋନରେ ଗୁଗୁଲ ମ୍ୟାପ ଅନ କରି ରାସ୍ତାରେ ନିଆଗଲା। ମଜା କରିବା ପାଇଁ କରାଯାଇଥିବା ଏହି କାର୍ଯ୍ୟ, ପରେ ସମସ୍ୟା ସୃଷ୍ଟି କରିଥିଲା। ସମସ୍ତ ସ୍ମାର୍ଟଫୋନ ଗୁଗୁଲ ମ୍ୟାପକୁ ହ୍ୟାକ କରିବା ସହ ଫାଙ୍କା ରାସ୍ତାକୁ ମଧ୍ୟ ଟ୍ରାଫିକ ବୋଲି ଦେଖାଇଥିବା ଜଣାପଡ଼ିଛି।

ପରେ ସେ ରାସ୍ତାରେ ଯାଉଥିବା ସମସ୍ତ ଲୋକଙ୍କୁ ରି ରୁଟ ସୂଚନା ଦେଲା ଗୁଗଲ। ଗୁଗୁଲ ସମସ୍ତ ସ୍ମାର୍ଟ ଫୋନର ସ୍ଥାନ ଖୋଜିଲା, ଏବଂ ସେଠାରେ ଅନେକ ଲୋକ ଗ୍ରସ୍ତ କରୁଥିବା ଦେଖିବାକୁ ମିଳିଥିଲା, ଯାହାକୁ ନେଇ ଟ୍ରାଫିକ ସମସ୍ୟା ଥିବା ଦେଖିବାକୁ ମିଳିଛି।

ବ୍ୟବହାରକାରୀଙ୍କୁ ଟ୍ରାଫିକ ସୂଚନା ଦେବାପାଇଁ ଗୁଗୁଲ ସ୍ଲୋ ମୁଭିଂ ଅର୍ଥାତ ହେବି ଟ୍ରାଫିକ ଦେଖାଇଥିଲା। ଟ୍ରାଫିକର ଦିଗ ଦେଖାଉଥିବା ଗୁଗୁଲ ମ୍ୟାପକୁ ହ୍ୟାକ କରିଥିଲା ସିର୍ମନ। ଭାରତରେ ଟ୍ରାଫିକ ସମସ୍ୟାକୁ ନେଇ ଲାଲ, ହଳଦିଆ ଓ ସବୁଜ ରଙ୍ଗର ବ୍ୟବହାର ହୋଇଥାଏ। ସେହିପରି ଗୁଗୁଲରେ ମଧ୍ୟ ରି ରୁଟ ବ୍ୟବହାର କରାଯାଇଥାଏ, ଯାହା ବ୍ୟବହାରକାରୀଙ୍କୁ ଟ୍ରାଫିକରୁ ରକ୍ଷା କରି ଭିଡ ନଥିବା ରାସ୍ତାରେ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବ।