ଏଣିକି ମକ୍କା ରୁ ଆବ-ଏ-ଜମଜମ ଆଣିପାରିବେ ନାହିଁ ହଜ୍ ଯାତ୍ରୀ
ପୂର୍ବରୁ ପୂର୍ବରୁ ହଜ୍ ଯାତ୍ରୀମାନେ ସେମାନଙ୍କ ସହିତ ୧୦ ଲିଟର ଆବ-ଏ-ଜମଜମ ଆଣିପାରୁଥିଲେ।
Aab e Zamzam: ଦେଶର ମକ୍କା ଠାରେ ମିଳୁଥିବା ଆବ-ଏ-ଜମଜମ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସାଉଦି ଆରବ ସରକାର। ସରକାରଙ୍କ ଏହି ନିଷ୍ପତ୍ତି ପରେ ହଜ୍ ଯାତ୍ରୀ ସେମାନଙ୍କ ସହ ଆବ-ଏ-ଜମଜମ ଜଳ ଆଣି ପାରିବେ ନାହିଁ। ଏନେଇ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି ସରକାର। ଜାରି ହୋଇଥିବା ବିଜ୍ଞପ୍ତି ଜରିଆରେ କୁହାଯାଇଛି ଯେ ଆବ-ଏ-ଜମଜମ ଉପରେ ଲାଗୁ କରାଯାଇଥିବା ନିଷେଧାଦେଶକୁ ବିମାନ କମ୍ପାନୀ କଡାକଡି ଭାବେ ପାଳନ କରିବା ଆବଶ୍ୟକ। ଯଦି ଏହାର ପାଳନ ହୁଏ ନାହିଁ ତାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପୂର୍ବରୁ ପୂର୍ବରୁ ହଜ୍ ଯାତ୍ରୀମାନେ ସେମାନଙ୍କ ସହିତ ୧୦ ଲିଟର ଆବ-ଏ-ଜମଜମ ଆଣିପାରୁଥିଲେ। ହେଲେ ପରେ ସରକାର ଏହାକୁ ୫ ଲିଟରକୁ ହ୍ରାସ କରିଥିଲେ। ହେଲେ ବର୍ତ୍ତମାନ ନୂତନ ବିଜ୍ଞପ୍ତି ପରେ ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜେଦ୍ଦା ଏବଂ ସାଉଦି ଆରବ ଠାରେ ଅବସ୍ଥିତ ସମସ୍ତ ବିମାନ ବନ୍ଦରରେ ଉପସ୍ଥିତ ଥିବା କର୍ମଚାରୀମାନେ ଏହି ଘଟଣାର ତଦନ୍ତ କରିବେ। ଏନେଇ ଏୟାର ଲାଇନ୍ସ ଉଦ୍ଦେଶ୍ୟରେ ସରକାର ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି।
Also Read: ଏଣିକି ମକ୍କା ରୁ ଆବ-ଏ-ଜମଜମ ଆଣିପାରିବେ ନାହିଁ ହଜ୍ ଯାତ୍ରୀ
ସାଉଦି ଆରବ ସ୍ଥିତ ମକ୍କା ଠାରେ ଅବସ୍ଥିତ ପବିତ୍ର ଅଲ ହରମ ମସଜିଦ ଠାରୁ ୬୬ ଫୁଟ ଦୂରରେ ଏକ କୂଅ ରହିଛି। ଯାହା ଜମଜମ ନାମରେ ଜଣାଶୁଣା। ଆରବୀ ଭାଷାରେ ଆବ ଶବ୍ଦର ଅର୍ଥ ହେଉଛି ପାଣି। ଏହି କୂଅରୁ ବାହାରୁ ଥିବା ପାଣି ଆବ-ଏ-ଜମଜମ ନାମରେ ଜଣାଶୁଣା। ଏହି କୂଅରୁ ବାହାରୁ ଥିବା ପାଣିକୁ ମୁସଲମାନ ପବିତ୍ର ବୋଲି ବିବେଚନା କରିଥାନ୍ତି। କୁହାଯାଏ ଏହି କୂଅ ପ୍ରାୟ ୪ ହଜାର ବର୍ଷ ପୁରୁଣା। ଉମରା ଏବଂ ହଜ୍ କରୁଥିବା ଯାତ୍ରୀମାନେ ଏହି ପାଣି ସହିତ ମକ୍କା ରୁ ଫେରି ନିଜ ସମ୍ପର୍କୀୟଙ୍କ ମଧ୍ୟରେ ଏହା ବଣ୍ଟନ କରିଥାନ୍ତି।