Air Pollution is more severe than HIV Aids: ପ୍ରଦୂଷଣ ଦେଶ ଲାଗି ପାଇଁ ଏକ ବଡ ସମସ୍ୟା ପାଲଟିଛି। ଶୀତ ଋତୁରେ ପ୍ରଦୂଷଣ ଜନିତ ସବୁଠାରୁ ଅଧିକ ହୋଇଯାଏ। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ସ୍ଥିତି ସବୁଠୁ ଖରାପ ରହିଛି। ନିକଟରେ ଚିକାଗୋ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତ ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ଦେଶ ମଧ୍ୟରୁ ଅନ୍ୟତମ। ବାୟୁ ଗୁଣବତ୍ତା ମାନକ ନାମକ ଏହି ରିପୋର୍ଟ ଜରିଆରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଯଦି ପ୍ରଦୂଷଣ ସ୍ତର ନିର୍ଦ୍ଧାରିତ ମାନଙ୍କ ଠାରୁ ଅଧିକ ହୁଏ ତାହେଲେ ସେଠାରେ ରହୁଥିବା ଲୋକଙ୍କ ଜୀବନ କେତେ ସୁରକ୍ଷିତ ତାହା ସହଜରେ ଅନୁମେୟ।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ପ୍ରଦୂଷଣ ହେତୁ ଦିଲ୍ଲୀ ଏବଂ ତଥା ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ହାରାହାରି ବୟସ ୧୦ ବର୍ଷ ହ୍ରାସ ପାଉଥିବାବେଳେ ଉତ୍ତର ଭାରତରେ ରହୁଥିବା ଲୋକଙ୍କ ବୟସ ୭ ବର୍ଷ ୬ ମାସ ହ୍ରାସ ପାଉଛି। ଯଦି ଦେଶ କଥା କୁହାଯାଏ ତାହେଲେ ପ୍ରଦୂଷଣ ହେତୁ ଲୋକଙ୍କ ହାରାହାରି ବୟସ ଅତି କମରେ ୫ ବର୍ଷ ହ୍ରାସ ପାଉଛି। ଯାହାର ଅର୍ଥ ହେଉଛି ଯଦି ଆପଣଙ୍କ ଆୟୁକାଳ ୭୦ ବର୍ଷ  ତାହେଲ ଦିଲ୍ଲୀରେ ରହୁଥିବା ଜଣେ ବ୍ୟକ୍ତି ପ୍ରଦୂଷଣ କାରଣରୁ କେବଳ ୬୦ ବର୍ଷ ବଞ୍ଚିପାରିବେ। ଅନ୍ୟ ପଟେ ଦେଶର ଅନ୍ୟ ଭାଗରେ ରହୁଥିବା ବ୍ୟକ୍ତି ୭୦ ବର୍ଷ ବଦଳରେ ୬୫ ବର୍ଷ ବଞ୍ଚିପାରିବେ। 


ସମଗ୍ର ଦେଶରେ ଏପରି କୌଣସି ସ୍ଥାନ ନାହିଁ ଯିଏ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ନିର୍ମଳ ପବନ ମାନ୍ୟତା ପୂରଣ କରୁଥିବ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ  ବାୟୁ କଣିକା ତତ୍ତ୍ୱ (Particulate Matter) ୨.୫ ସ୍ତର କ୍ୟୁବିକ ମିଟର ପିଛା ୫ ମାଇକ୍ରୋଗ୍ରାମ୍ ଠାରୁ କମ୍ ହେବା ଆବଶ୍ୟକ। ହେଲେ ଦେଶରେ ୬୩ ପ୍ରତିଶତ ଲୋକ ଏଭଳି ସ୍ଥାନରେ ବସବାସ କରନ୍ତି ଯାହା ଦେଶର ନିଜସ୍ୱ ମାନକ ପ୍ରତି ୪୦ ମାଇକ୍ରୋଗ୍ରାମ୍ ପ୍ରତି କ୍ୟୁବିକ ମିଟର ଠାରୁ ଅଧିକ ପ୍ରଦୂଷଣର ସାମ୍ନା କରୁଛନ୍ତି। ବାୟୁ ପ୍ରଦୂଷଣର ସର୍ବାଧିକ ପ୍ରଭାବ ମଣିଷ ସମାଜ ଉପରେ ପଡୁଛି। 


ବର୍ତ୍ତମାନ ଦେଶରେ ବାୟୁ ପ୍ରଦୂଷଣକୁ ଜୀବନ ଲାଗି ସବୁଠୁ ବଡ ବିପଦ ବୋଲି ବିବେଚନା କରାଯାଉଛି। ଏନେଇ କରାଯାଇଥିବା ଆକଳନ ଅନୁଯାୟୀ ଯେଉଁଠି ପ୍ରଦୂଷଣ ଜଣେ ବ୍ୟକ୍ତିଙ୍କ ଜୀବନକୁ ହାରାହାରି ୫ ବର୍ଷ ହ୍ରାସ କରୁଛି ପୁଷ୍ଟିହୀନତା ହେତୁ ଦେଶରେ ବୟସ ପ୍ରାୟ ୧ ବର୍ଷ ୮ ମାସ କମୁଛି। ଯଦି ଜଣେ ବ୍ୟକ୍ତି ଧୂମପାନ କରୁଛନ୍ତି ତାହେଲେ ତାଙ୍କର ହାରାହାରି ବୟସ ଦେଢ ବର୍ଷ କମୁଛି। ମଦ୍ୟପାନ କାରଣରୁ ହେଉଥିବା କ୍ଷତି ତୁଳନାରେ ପ୍ରଦୂଷଣ କାରଣରୁ ୩ ଗୁଣା ଅଧିକ କ୍ଷତି ହେଉଛି। କେବଳ ଏତିକି ନୁହେଁ ଏହି କ୍ଷତି ଏଚଆଇଭି ଏଡସ ତୁଳନାରେ ୬ ଗୁଣା ଅଧିକ। 


ଆତଙ୍କବାଦ ଅଥବା ଦଙ୍ଗା କାରଣରୁ ଯେତିକି ଲୋକଙ୍କ ମୃତ୍ୟୁ ହେଉଛି ତାହା ୮୯ ଗୁଣା ଅଧିକ ମୃତ୍ୟୁ ବାୟୁ ପ୍ରଦୂଷଣ କାରଣରୁ ହେଉଛି। ୧୯୯୮ ମସିହା ପର ଠାରୁ ବାର୍ଷିକ କଣିକା ପ୍ରଦୂଷଣ (Particulate Pollution)ସ୍ତର ୨.୫ ପ୍ରତିଶତରୁ ୬୧.୪ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି କାରଣରୁ ଲୋକଙ୍କ ବୟସ ଦ୍ରୁତ ଗତିରେ ହ୍ରାସ ପାଉଛି। ଗତ ୨୦୧୩ ବର୍ଷ ପର ଠାରୁ ବିଶ୍ୱରେ ଯେତିକି ପରିମାଣରେ ବାୟୁ ପ୍ରଦୂଷଣ ହୋଇଛି ତାହାର ୪୪% ଯୋଗଦାନ ଭାରତ ଦେଇଛି। ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯେଉଁମାନେ ଉତ୍ତର ଭାରତରେ ବସବାସ କରିଥାନ୍ତି ସେମାନଙ୍କ ବୟସ ବାୟୁ ପ୍ରଦୂଷଣ ହେତୁ ପ୍ରାୟ ୭ ବର୍ଷ ହ୍ରାସ ପାଉଛି। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଉଦାହରଣ ଦେଇ ଏହି ରିପୋର୍ଟ ଜରିଆରେ କୁହାଯାଇଛି ଯେ ଯଦି ଦେଶରେ ପ୍ରଦୂଷଣର ମାତ୍ରା ସମାନ ରହେ ତାହେଲେ ଲକ୍ଷ୍ନୌ ବାସିନ୍ଦାଙ୍କ ହାରାହାରି ଆୟୁ କାଳ ସାଢେ ୯ ବର୍ଷ କମିଯିବ।


ଚିକାଗୋ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟକୁ ଯଦି ଦେଶର ଜନସଂଖ୍ୟା ତୁଳନାରେ ତର୍ଜମା କରାଯାଏ ତାହେଲେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଏବଂ ଏହା ସଂଲଗ୍ନ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି କିପରି ବାୟୁ ପ୍ରଦୂଷଣର ମୁକାବିଲା କରୁଛନ୍ତି। ଦେଶର ରାଜଧାନୀ ଦିଲ୍ଲୀ ପରେ ବିହାର ଦ୍ୱିତୀୟ ସ୍ଥାନରେ ରହିଛି ଯେଉଁଠି ପ୍ରତେ ବ୍ୟକ୍ତିଙ୍କ ବାୟୁ କଣିକା ତତ୍ତ୍ୱ ୨.୫ସ୍ତ ର କ୍ୟୁବିକ ମିଟର ପ୍ରତି ୮୬ ମାଇକ୍ରୋଗ୍ରାମ୍ ରହିଛି। ହରିୟାଣାରେ ପ୍ରଦୂଷଣ ମାତ୍ର ହେଉଛି କ୍ୟୁବିକ୍ ମିଟର ପ୍ରତି ୮୦ ମାଇକ୍ରୋଗ୍ରାମ୍। ସେହିପରି ପଶ୍ଚିମବଙ୍ଗରେ ଏହାର ମାତ୍ରା ୬୫ ରହିଛି।


Also Read: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିରୋଧରେ କାହିଁକି ଗର୍ଜିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା?


Also Read: ରୋଗର କାରଣ ପାଲଟୁଛି ଡାକ୍ତରଖାନା; ଯିବାକୁ ଡରୁଛନ୍ତି ଲୋକେ