ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିରୋଧରେ କାହିଁକି ଗର୍ଜିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା?
Advertisement

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିରୋଧରେ କାହିଁକି ଗର୍ଜିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା?

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କୋରୋନା ମହାମାରୀ କାରଣରୁ ହୋଇଥିବା ମୃତ୍ୟୁର ଆକଳନ କରିବା ପାଇଁ ବିଭିନ୍ନ ଦେଶଙ୍କୁ ଶ୍ରେଣୀଭୁକ୍ତ କରିଛି। 

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିରୋଧରେ କାହିଁକି ଗର୍ଜିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା?

Union Minister Mansukh Mandaviya targets WHO: ସ୍ୱୀଜରଲ୍ୟାଣ୍ଡ ଜେନିଭା ଠାରେ ଆୟୋଜିତ ୱାର୍ଡ ହେଲଥ୍ ଆସେମ୍ବ୍ଲି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିରୋଧରେ ଗର୍ଜିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା। ଏନେଇ ସେ କହିଛନ୍ତି ଭାରତ ଭଳି ନିମ୍ନ ବିକଶିତ ଦେଶଙ୍କ ସହ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭେଦଭାବ କରୁଛି। କୋରୋନା ମହାମାରୀ କାଣରୁ ଭାରତ ବର୍ଷରେ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହୁଛି। ହେଲେ ଏହି ଭାରତ ସରକାରଙ୍କ ସରକାରୀ ଆକଳନ ଠାରୁ ୧୦ ଗୁଣ ଅଧିକ। ବିଶ୍ୱରେ ସ୍ତରରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ଦେଢ କୋଟି ରହିଛି। ଏହି ମୃତ୍ୟୁ ୨୦୨୦ ଜାନୁଆରୀ ୧ ତାରିଖରୁ ୩୧ ଡିସେମ୍ବର ୨୦୨୧ ମଧ୍ୟରେ ରେକର୍ଡ କରାଯାଇଛି।

ୱାର୍ଡ ହେଲଥ୍ ଆସେମ୍ବ୍ଲି (World Health Assembly) କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (World Health Organization) ଡବ୍ଲ୍ୟୁଏଚଓ (WHO) ଭଳି ଆନ୍ତର୍ଜାତୀୟ ସଂସ୍ଥାର ତ୍ରୁଟି ବାବଦରେ ପର୍ଦ୍ଦାଫାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା (Union Health Minister Mansukh Mandaviya)। କୋରୋନା ମାହମାରୀ କାରଣରୁ ପ୍ରକୃତ କେତେ ଲୋକଙ୍କ ମୃତ୍ୟୁ ଏହାର ଆକଳନ କରିବା ଲାଗି  ଡବ୍ଲ୍ୟୁଏଚଓ ଏକ ଗାଣିତିକ ସୂତ୍ର ପ୍ରସ୍ତୁତ କରିଛି। ଏହି ସୂତ୍ର ଆଧାରରେ ଗୋଟିଏ ଦେଶରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ ତାହା ଜଣାପଡେ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ କୋରୋନା ମହାମାରୀ ଜନିତ ମୃତ୍ୟୁର ୮୪% ଦକ୍ଷିଣ ଏସିଆ, ୟୁରୋପ ଏବଂ ଆମେରିକା ଠାରେ ହୋଇଛି। ମୋଟ ମୃତ୍ୟୁର ଅଧା ଅଂଶ ଭାରତରେ ଘଟିଛି। WHO ଏହା ମଧ୍ୟ ଯୁକ୍ତି କରେ ଯେ ଅନେକ ଦେଶ ସେମାନଙ୍କର ତଥ୍ୟ ସଂଗ୍ରହ ପ୍ରଣାଳୀ ପ୍ରତି କମ୍ ଧ୍ୟାନ ଦିଅନ୍ତି ଏବଂ କମ୍ ବିନିଯୋଗ କରନ୍ତି। ଏହି ଉପାୟରେ ତଥ୍ୟର ଆକଳନ କରିବା ଆବଶ୍ୟକ, ଯାହା ଦ୍ୱାରା ଦେଶ ଏହାର ସ୍ୱାସ୍ଥ୍ୟ ନୀତି ଏବଂ ବ୍ୟବସ୍ଥାରେ କାର୍ଯ୍ୟ କରିପାରିବ।

Also Read: କୋରୋନା ଟିକା ପାଇଁ କାହିଁକି ବିଦେଶୀ କମ୍ପାନୀ ଆଗରେ ମୁଣ୍ଡ ନୁଆଁଇଲା ନାହିଁ ଭାରତ; ଜାଣନ୍ତୁ କାରଣ

ଦେଶରେ କୋରୋନା ଜନିତ ମୃତ୍ୟୁ ଗଣନା କରିବାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବ୍ୟବହାର କରୁଥିବା ଗାଣିତିକ ସୂତ୍ର ସମ୍ପୂର୍ଣ୍ଣ ଭୁଲ ବୋଲି ଭାରତ ସରକାର ସ୍ପଷ୍ଟ କରିସାରିଛନ୍ତି। ଦେଶରେ ଜନ୍ମ-ମୃତ୍ୟୁ ଗଣିବା ପାଇଁ ଏକ ବ୍ୟବସ୍ଥା ଅଛି। ଦେଶର ୩ଲକ୍ଷରୁ ଅଧିକ ରେଜିଷ୍ଟ୍ରାର ଏବଂ ସବ-ରେଜିଷ୍ଟ୍ରାର ବ୍ୟବସ୍ଥା ମାଧ୍ୟମରେ ହିସାବ କରାଯାଏ ଯେ କେଉଁ ବର୍ଷରେ ଦେଶରେ କେତେ ଲୋକ ଜନ୍ମ ହୋଇଥିଲେ ଏବଂ କେତେ ଲୋକଙ୍କ  ମୃତ୍ୟୁ ହୋଇଥିଲା। ଏହି ତଥ୍ୟ ପ୍ରତିବର୍ଷ ପ୍ରକାଶ ପାଇଥାଏ।

ମେ ୩ ତାରିଖରେ ଗୃହ ମନ୍ତ୍ରଣାଳୟ ଦେଶର ଜନ୍ମ-ମୃତ୍ୟୁ ଜନିତ ତଥ୍ୟ ପ୍ରକାଶ କରିଥିଲା। ଗତ ବର୍ଷ ଜୁନ୍ ମାସରେ ଏହି ତଥ୍ୟ ପ୍ରକାଶ ପାଇଥିଲା। ଏଭଳି ପରିସ୍ଥିତିରେ ସରକାର ଆପତ୍ତି କରିଛନ୍ତି ଯେ ଦେଶର ତଥ୍ୟ ଗ୍ରହଣ କରିବା ପରିବର୍ତ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାର ଗାଣିତିକ ସୂତ୍ର ଆଧାରରେ ଦାବି କରୁଛି ଯେ ଭାରତ ବର୍ଷରେ କୋଭିଡ୧୯ କାରଣରୁ ମୃତ୍ୟୁ ସଂଖ୍ୟା ବହୁତ ଅଧିକ ରହିଛି ହେଲେ ସମ୍ପୂର୍ଣ୍ଣ ଭୁଲ।  

ଭାରତ ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବ୍ୟବହାର କରୁଥିବା ଗାଣିତିକ ସୂତ୍ରକୁ ନ ଆପଣାଇ ପଛରେ ଏକ କାରଣ ରହିଛି। ତାହା ହେଉଛି ଗଣମାଧ୍ୟମ ତଥ୍ୟକୁ ଆଧାର କରି WHO ଏହି ଗାଣିତିକ ସୂତ୍ର ପ୍ରସ୍ତୁତ କରିଛି। ଭାରତ ଭଳି ଏକ ବିଶାଳ ଦେଶରେ କେଉଁ ରାଜ୍ୟରେ କୋରୋନା ମାମଲା ଅଧିକ ରହିଥିବା ବେଳେ ଅନ୍ୟ କେଉଁ ରାଜ୍ୟରେ ଏହି ସଂଖ୍ୟା କମ ରହିଛି। ଏହି ଆଧାରରେ କୌଣସି ଗୋଟିଏ ଦେଶର କୋରୋନା ମାମଲା ଗଣାନା କରାଯାଇ ପାରିବ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତାପମାତ୍ରା ଏବଂ ଜନସଂଖ୍ୟାକୁ କୋରୋନା ମୃତ୍ୟୁ ହ୍ରାସ ପାଇଁ ଆଧାର ଭାବେ ବ୍ୟବହାର କରିଛି। ହେଲେ ଭାରତ ବର୍ଷରେ ଏହି ଆଧାର କରିବା ଠିକ୍ ନୁହେଁ।  

Also Read: ଆୟୁର୍ବେଦର ଅଭୁଲା ଅଧ୍ୟାୟ; କାହିଁକି ବିଶ୍ୱ ଆଦରୁଛି ଭାରତର ପାରମ୍ପରିକ ମହୌଷଧି?

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କୋରୋନା ମହାମାରୀ କାରଣରୁ ହୋଇଥିବା ମୃତ୍ୟୁର ଆକଳନ କରିବା ପାଇଁ ବିଭିନ୍ନ ଦେଶଙ୍କୁ ଶ୍ରେଣୀଭୁକ୍ତ କରିଛି। ଏନେଇ ଟିୟର-୧ ଏବଂ ଟିୟର-୨ ପାଇଁ ସୂତ୍ର ସ୍ଥିର କରାଯାଇଛି। ଭାରତକୁ ଦ୍ୱିତୀୟ ଶ୍ରେଣୀରେ ସ୍ଥାନିତ କରାଯାଇଛି। ଏହି ପ୍ରସଙ୍ଗରେ ଭାରତ ସରକାର ମଧ୍ୟ ଆପତ୍ତି କରିଛନ୍ତି। ସରକାର ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିରୋଧର ଅଭିଯୋଗ ଆଣି କହିଛନ୍ତି ଭାରତ ଏପର୍ଯ୍ୟନ୍ତ ଏହି ସୂତ୍ର ଉପରେ ଅନେକ ଆପତ୍ତି ଉଠାଇଛି। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତ ସରକାରଙ୍କ ଆପତ୍ତି ଉପରେ କୌଣସି ସ୍ପଷ୍ଟୀକରଣ ରଖିନାହିଁ।