ରୋଗର କାରଣ ପାଲଟୁଛି ଡାକ୍ତରଖାନା; ଯିବାକୁ ଡରୁଛନ୍ତି ଲୋକେ
Advertisement

ରୋଗର କାରଣ ପାଲଟୁଛି ଡାକ୍ତରଖାନା; ଯିବାକୁ ଡରୁଛନ୍ତି ଲୋକେ

ଡାକ୍ତରଖାନାରେ ପରୀକ୍ଷା ନମୁନା, ଭେଣ୍ଟିଲେଟର, କ୍ୟାଥେଟର, ଟ୍ୟୁବ୍ ଭଳି ଯନ୍ତ୍ରପାତି, ସିରିଞ୍ଜ୍, ବୋତଲ, ଗ୍ଲୋଭସ୍ ଜୈବିକ ଚିକିତ୍ସା ବର୍ଜ୍ୟବସ୍ତୁ ଏପରିକି ଡାକ୍ତରଙ୍କ ଷ୍ଟେଥୋସ୍କୋପ୍ ଏବଂ ଲୋକଙ୍କ ମୋବାଇଲ୍ ଫୋନ୍ ମଧ୍ୟ ସଂକ୍ରମଣର କାରଣ ହୋଇପାରେ।

ରୋଗର କାରଣ ପାଲଟୁଛି ଡାକ୍ତରଖାନା; ଯିବାକୁ ଡରୁଛନ୍ତି ଲୋକେ

Hospital is the Cause of Diseases: ଏହି ଖବର ଶିରୋନାମା ପଢି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚୟେ। ମାତ୍ର ସ୍ଥିତି ଏଭଳି ହୋଇଛି। ସଂକ୍ରମଣ ନିୟନ୍ତ୍ରଣ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟ ଜରିଆରେ ଦର୍ଶାଯାଇଛି ଯେ ସମସ୍ତ ଚେଷ୍ଟା ସତ୍ତ୍ୱେ ଡାକ୍ତରଖାନା ପରିସରରେ ସଂକ୍ରମଣ ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇଛି। ଏଠାରେ ସଂକ୍ରମଣର ଅନେକ ଉତ୍ସ ରହିଥିବା କୁହାଯାଇଛି। ଡାକ୍ତରଖାନାରେ ପରୀକ୍ଷା ନମୁନା, ଭେଣ୍ଟିଲେଟର, କ୍ୟାଥେଟର, ଟ୍ୟୁବ୍ ଭଳି ଯନ୍ତ୍ରପାତି, ସିରିଞ୍ଜ୍, ବୋତଲ, ଗ୍ଲୋଭସ୍ ଜୈବିକ ଚିକିତ୍ସା ବର୍ଜ୍ୟବସ୍ତୁ ଏପରିକି ଡାକ୍ତରଙ୍କ ଷ୍ଟେଥୋସ୍କୋପ୍ ଏବଂ ଲୋକଙ୍କ ମୋବାଇଲ୍ ଫୋନ୍ ମଧ୍ୟ ସଂକ୍ରମଣର କାରଣ ହୋଇପାରେ ବୋଲି କୁହାଯାଇଛି। ହେଲେ ତଥାପି ସଂକ୍ରମଣକୁ କମ୍ କରିବାକୁ ଚିକିତ୍ସାଳୟ ପକ୍ଷରୁ ସେମାନଙ୍କ ସ୍ତରରେ ପ୍ରୟାସ କରାଯିବ ଆବଶ୍ୟକ। 

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (Indian Council of Medical Research) ଡାକ୍ତରଖାନାରେ ସଂକ୍ରମଣ ନିୟନ୍ତ୍ରଣ (Infection Control in Medical) କରିବା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଥାଏ। ଯାହାର ଯାଞ୍ଚ ବିଭିନ୍ନ ସମୟରେ କରାଯାଇ ଥାଏ। ସଂକ୍ରମଣ ନିୟନ୍ତ୍ରଣ ଆଧାରରେ ଡାକ୍ତରଖାନାକୁ ନ୍ୟାସନାଲ ଆକ୍ରିଡେସନ୍ ବୋର୍ଡ ଅଫ୍ ହସ୍ପିଟାଲ୍ (National Accreditation Board of Hospitals)  ଏନଏବିଏଚ (NABH) ଗୁଣାତ୍ମକ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଏ। ହେଲେ ବିଶ୍ୱର କୌଣସି ଡାକ୍ତରଖାନାରୁ ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ଦୂର କରିବା ସମ୍ଭବ ନୁହେଁ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (World Health Organization)ଡବଲ୍ୟୁଏଚଓ (WHO) ଅନୁସାରେ ଯଦି କେବଳ ସଠିକ୍ ଭାବେ ହାତ ଧୂଆଯାଏ ତାହେଲେ ସଂକ୍ରମଣ ୭୦% ପର୍ଯ୍ୟନ୍ତ ହ୍ରାସ ପାଇପାରେ।

ଡବଲ୍ୟୁଏଚଓ ରିପୋର୍ଟ ଅନୁସାରେ ଭାରତ ସେହି ଦେଶ ତାଲିକାରେ ସାମିଲ ହୋଇଛି ଯେଉଁଠି ଏହି ପ୍ରକ୍ରିୟା ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେଉନାହିଁ। ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ନିଷ୍କାସନ ହେଉ ଅଥବା ଡାକ୍ତରଖାନାରେ ସ୍ୱଚ୍ଛତା ଅବଲମ୍ବନ କରିବା ପ୍ରକ୍ରିୟା ହେଉ। ଏଠାରେ ଏପରି ସଂକ୍ରମଣକୁ ନିୟନ୍ତ୍ରଣ ନ କରିବାର ଅନ୍ୟତମ କାରଣ ହେଉଛି ଆଣ୍ଟିବାୟୋଟିକ୍ (Antibiotics) ଭଳି ଔଷଧର ଅତ୍ୟଧିକ ବ୍ୟବହାର। ଏକ ରିପୋର୍ଟ ଅନୁଯାୟୀ, କୃଷି, କୁକୁଡ଼ା, ପନିପରିବା, ପଶୁପାଳନ କ୍ଷେତ୍ରରେ ଅମଳ ବୃଦ୍ଧି ପାଇଁ ଏଭଳି ଔଷଧର ବ୍ୟବହାର ବୃଦ୍ଧି ପାଉଛି। କୁକୁଡ଼ା, ଛେଳି, ଗାଈ, ମଇଁଷି କ୍ଷୀର ମାଧ୍ୟମରେ ଅନାବଶ୍ୟକ ଆଣ୍ଟିବାୟୋଟିକ୍ ମଣିଷ ଶରୀରେ ପ୍ରବେଶ କରୁଛି। 

Also Read: ରୋଗୀଙ୍କୁ ଷ୍ଟ୍ରେଚର ରେ ନେଇ ଡାକ୍ତରଙ୍କ ଘରେ ପହଞ୍ଚିଲେ ସମ୍ପର୍କୀୟ

ଏକ ଆକଳନ ଅନୁସାରେ ୭୦% ଆଣ୍ଟିବାୟୋଟିକ୍ ଭଳି ଔଷଧ ଚାଷ ଏବଂ ବାକି ୩୦% ମଣିଷ ଲାଗି ବ୍ୟବହୃତ ହେଉଛି। ସଂକ୍ରମଣ ପରି ଭାରତ ଭଳି ଦେଶରେ ମଧ୍ୟ ଆଣ୍ଟିବାୟୋଟିକ୍ ବ୍ୟବହାର ପାଇଁ ଏକ ନୀତି ରହିଛି। ପ୍ରତ୍ୟେକ ଡାକ୍ତରଖାନାର ଫାର୍ମାସି ଏବଂ ରସାୟନ ବିଜ୍ଞାନୀଙ୍କୁ ଏକ ରେକର୍ଡ ରଖିବାକୁ ପଡିବ ଯେଉଁଥିରେ କେତେ ଆଣ୍ଟିବାୟୋଟିକ୍ ବିକ୍ରୟ କରାଯାଇଥିଲା ଏବଂ କେଉଁ ଡାକ୍ତରଙ୍କ ପ୍ରେସକ୍ରିପସନ୍ କ୍ରମେ ଏହାକୁ ବିକ୍ରି କରାଯାଇଛି। ଯଦି ଦେଶରେ ଏହି ଆଦେଶକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରାଯାଏ ତାହେଲେ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପଯୁକ୍ତ ସମୟରେ ସୁଧାର ହୋଇଯିବ।