India Pakistan Border: ପଞ୍ଜାବ ଠାରେ ଏକ ବଡ଼ ସଫଳତା ହାସଲ କରିଛି ସୀମା ସୁରକ୍ଷା ବଳ। ରାଜ୍ୟର ଫିରୋଜପୁର ଜିଲ୍ଲାରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଉପରେ ଉଡୁ଼ଥିବା ପାକିସ୍ତାନୀ ଡ୍ରୋନ ଗୁଳି କରି ଖସାଇ ଦେଇଛନ୍ତି ବିଏସଏଫ ଯବାନ। ବିଗତ କିଛି ଦିନ ହେବ ପାକିସ୍ତାନ ପକ୍ଷରୁ ଭାରତୀୟ ସୀମାରେ କରାଯାଉଥିବା ଡ୍ରୋନ୍ କାର୍ଯ୍ୟକଳାପରେ ବହୁତ ମାତ୍ରାରେ ବୃଦ୍ଧି ପାଇଛି।


COMMERCIAL BREAK
SCROLL TO CONTINUE READING

ଗତ ୧୪ ଅକ୍ଟୋବରରେ  ସୀମା ସୁରକ୍ଷା ବଳ ଅମୃତସର ଠାରେ ଏକ ଡ୍ରୋନ୍ ଗୁଳି କରି ଖସାଇଥିଲା। ଏହି ଡ୍ରୋନ୍ ପାକିସ୍ତାନ ପଟୁ ଭାରତୀୟ ସୀମାରେ ପ୍ରବେଶ କରିଥିଲା। ବିଏସଏଫ ଅଧିକାରୀଙ୍କ ଅନୁଯାୟୀ, ଶାହପୁର ସୀମା ପୋଷ୍ଟ ଠାରେ ବିଏସଏଫ ଯବାନ ରାତି ପ୍ରାୟ ସାଢେ ଚାରିଟା ସମୟରେ ପାକିସ୍ତାନ ପଟୁ ଏକ ଡ୍ରୋନ୍‌ ଆସୁଥିବାର ଦେଖି ସେମାନେ ଏହା ଉପରକୁ ଗୁଳି ଚଳାଇଥିଲେ। ଗତ ବର୍ଷ ତୁଳନାରେ ପାକିସ୍ତାନକୁ ଭାରତୀୟ ସୀମାରେ ଡ୍ରୋନ୍ କାର୍ଯ୍ୟକଳାପ ବଢିବାରେ ଲାଗିଛି। ଗତ ବର୍ଷ ୧୦୯ ଡ୍ରୋନ ସହ ଜଡିତ କାର୍ଯ୍ୟକଳାପ ଦେଖାଯାଇଥିବାବେଳେ, ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସଂଖ୍ୟା ବୃଦ୍ଧି ପାଇ ୨୪୧ ହୋଇଛି।


Also Read: Drone Kavach: ଭାରତର ଏହି ପଦକ୍ଷେପକୁ ନେଇ ଆଶ୍ଚର୍ଯ୍ୟ ହୋଇଗଲା ପାକିସ୍ତାନ, ଜାଣନ୍ତୁ କାରଣ


ବିଏସଏଫ ମହାନିର୍ଦ୍ଦେଶକ ପଙ୍କଜ କୁମାର ସିଂହ ଗତ ମାସରେ (ଅକ୍ଟୋବର ୧୨) କହିଥିଲେ ଯେ ପଞ୍ଜାବକୁ ଲାଗିଥିବା ପାକିସ୍ତାନ ସୀମାରୁ ଡ୍ରୋନ୍ ବିପଦ ବିଷୟରେ ବିଏସ୍ଏଫ୍ ଅବଗତ ଅଛି। ଏହାର ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଡ୍ରୋନ୍ ମାଧ୍ୟମରେ ମୁଖ୍ୟତଃ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରାଯାଉଛି। ଡ୍ରୋନ୍ ଏକ ସମସ୍ୟା ଏବଂ ଅବାଞ୍ଛିତ କାର୍ଯ୍ୟକଳାପ ପାଇଁ ଏହାକୁ ସୀମା ଆରପାରିରୁ ପଠାଯାଇଛି। ମୁଖ୍ୟତ ନିଶା ଦ୍ରବ୍ୟ ଏବଂ ହତିଆର ଚୋରଚାଲାଣ ଡ୍ରୋନ ମାଧ୍ୟମରେ କରାଯାଉଛି। ବିଏସଏଫ ୱେଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟାଳୟର ଏକ ନୂତନ ପ୍ରଶାସନିକ ବ୍ଲକ ଉଦଘାଟନ କରିବା ଅବସରରେ ଏହା କହିଥିଲେ ବିଏସଏଫ ମହାନିର୍ଦ୍ଦେଶକ। 


ହେଲେ ଡ୍ରୋନ୍ ଦ୍ୱାରା ଭାରତକୁ ଅସ୍ତ୍ରଶସ୍ତ୍ର ଏବଂ ନିଶା ଦ୍ରବ୍ୟ ଚୋରାଚାଲାଣ କରିବା ନେଇ ପାକିସ୍ତାନ କରାଯାଇଥିବା ଉଦ୍ୟମ ପ୍ରାୟତ ବିଫଳ ହୋଇଛି। ଭାରତୀୟ ଗୁପ୍ତଚର ସଂସ୍ଥା ଏବଂ ସୁରକ୍ଷା ଏଜେନ୍ସି ପାକିସ୍ତାନର ଏହି ଘୃଣ୍ୟ ଷଡଯନ୍ତ୍ର ବାବଦ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛନ୍ତି। ଚାରି ଦିନରେ ଦୁଇ ଥର ଡ୍ରୋନ୍ ପଠାଇବା ଏହା ଦର୍ଶାଉଛି ଯେ କୌଣସି ପ୍ରକାରେ ଭାରତରେ ବଡ଼ ଧରଣର ନିଶା ଦ୍ରବ୍ୟ ଚୋରାଚାଲାଣ କରିବା ପାଇଁ ଚେଷ୍ଟା କରାଯାଉଛି। ଏହାକୁ ଭାରତୀୟ ସୀମାରୁ ନେବା ପାଇଁ ନିଶା ଚୋରାଚାଲାଣକାରୀ ଅପେକ୍ଷା କରି ରହିଛନ୍ତି।  


ବିଗତ ୧୦ ମାସରେ ଅର୍ଥାତ୍ ୨୦୨୧, ୧୭ ଡିସେମ୍ବର ମଧ୍ୟରେ ପଞ୍ଜାବରେ ବିଏସଏଫ ଦ୍ୱାରା ଦଶଟି ପାକିସ୍ତାନୀ ଡ୍ରୋନ୍ ଗୁଳି ମାରି ଖସାଇ ଦିଆଯାଇଛି। କେବଳ ଏତିକି ନୁହେଁ ବିଗତ ୨ ବର୍ଷ ମଧ୍ୟରେ ଭାରତ-ପାକିସ୍ତାନ ସୀମାରେ ୩୨୩ ଥର ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଛି। ଯେଉଁଥିରୁ ପଞ୍ଜାବ ସୀମାରେ ସର୍ବାଧିକ ୨୩୬ ଥର ଡ୍ରୋନ୍ ଉଡୁଥିବାର ଦେଖାଯାଇଛି।


Also Read: Drone: ମାତ ଖାଇବା ସତ୍ତ୍ୱେ ଚେତୁନାହିଁ ପାକିସ୍ତାନ, ୯ ମାସରେ ସୀମାକୁ ପଠାଇଛି ୧୯୧ ଡ୍ରୋନ


ପାକିସ୍ତାନର ଏହି ଷଡ଼ଯନ୍ତ୍ରକୁ ନଜରରେ ରଖି ବର୍ତ୍ତମାନ ଫିକ୍ସଡ ଆଣ୍ଟି ଡ୍ରୋନ ଡିଟେକ୍ଟର ସିଷ୍ଟମ (Fix Anti Drone Detector System) ସହିତ ପୋର୍ଟେବଲ୍ ଆଣ୍ଟି ଡ୍ରୋନ୍ ଡିଟେକ୍ଟର ସିଷ୍ଟମ (Portable Anti Drone Detector System) କୁ ଭାରତ-ପାକିସ୍ଥାନ ସୀମାରେ (India Pakistan Border) ନିୟୋଜନ ପାଇଁ ଅନୁମୋଦନ କରାଯାଇଛି। ଯାହା ଦ୍ୱାରା ଶତ୍ରୁ ପକ୍ଷର ଡ୍ରୋନ୍ (Drone) ଉପରେ ନଜର ରଖାଯିବା ସହ ଏହାକୁ ଗୁଳି ମାରି ଖସାଇ ଦିଆ ଯାଇପାରିବ। ଭାରତର ଏହି ପ୍ରସ୍ତୁତି ଦ୍ୱାରା ପାକିସ୍ତାନ ଆଶ୍ଚର୍ଯ୍ୟ ହୋଇଯାଇଛି।