Drone Kavach: ଭାରତର ଏହି ପଦକ୍ଷେପକୁ ନେଇ ଆଶ୍ଚର୍ଯ୍ୟ ହୋଇଗଲା ପାକିସ୍ତାନ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1413429

Drone Kavach: ଭାରତର ଏହି ପଦକ୍ଷେପକୁ ନେଇ ଆଶ୍ଚର୍ଯ୍ୟ ହୋଇଗଲା ପାକିସ୍ତାନ, ଜାଣନ୍ତୁ କାରଣ

India Pakistan Border:  ଫିକ୍ସଡ ଆଣ୍ଟି ଡ୍ରୋନ ଡିଟେକ୍ଟର ସିଷ୍ଟମ ସହିତ ପୋର୍ଟେବଲ୍ ଆଣ୍ଟି ଡ୍ରୋନ୍ ଡିଟେକ୍ଟର ସିଷ୍ଟମ ବ୍ୟବସ୍ଥାକୁ ପାକିସ୍ଥାନ ସୀମାରେ ନିୟୋଜନ କରିବ ଭାରତ। 

Drone Kavach: ଭାରତର ଏହି ପଦକ୍ଷେପକୁ ନେଇ ଆଶ୍ଚର୍ଯ୍ୟ ହୋଇଗଲା ପାକିସ୍ତାନ, ଜାଣନ୍ତୁ କାରଣ

India Pakistan: ସୀମାରେ ବହୁ ସଂଖ୍ୟକ ଡ୍ରୋନ୍ ଲଞ୍ଚ ସେଣ୍ଟର ନିର୍ମାଣ କରିଛି ପାକିସ୍ତାନ। ଏହି ଲଞ୍ଚ ସେଣ୍ଟର ମାଧ୍ୟମରେ ଭାରତରେ ଏକ ସମୟରେ ଅନେକ ଡ୍ରୋନ୍ ପ୍ରବେଶ  କରାଇବା ପାଇଁ ଉଦ୍ୟମ ଚାଲିଛି। ଗତ ୧୪-୧୬ ତାରିଖରେ ପଞ୍ଜାବ ଠାରେ ଦୁଇଟି ଡ୍ରୋନ୍ ଗୁଳି କରି  ଖସାଇ ଦିଆଯିବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁସନ୍ଧାନକାରୀ ସଂସ୍ଥାକୁ ମିଳିଛି। ଏନେଇ ମିଳିଥିବା ସୂଚନା  ଅନୁଯାୟୀ, ବହୁ ସଂଖ୍ୟକ ଡ୍ରୋନ୍ ଉତକ୍ଷେପଣ କେନ୍ଦ୍ର ସୃଷ୍ଟି କରିବାର ଉଦ୍ଦେଶ୍ୟ ହେଉଛି ଡ୍ରଗ୍ସ ଭଳି ନିଶା ଦ୍ରବ୍ୟର ଚୋରା ଚାଲାଣ କରିବା।

ପଞ୍ଜାବ ଠାରେ ଗୁଳି କରି ଖସାଇ ଦିଆଯାଇଥିବା ଦୁଉଇଟି ଡ୍ରୋନରୁ ନିଶାଦ୍ରବ୍ୟ ଜବଚ କରାଯାଇଥିଲା। ହେଲେ ଦେଶରେ ଏହାକୁ କିଏ  ଏହାକୁ ଗ୍ରହଣ କରିଥାନ୍ତା ସେନେଇ ତଦନ୍ତ ଆରମ୍ଭ ହୋଇଯାଇଛି। କେବଳ ଏତିକି ନୁହେଁ ବିଗତ ୨ ବର୍ଷ ମଧ୍ୟରେ ଭାରତ-ପାକିସ୍ତାନ ସୀମା ଉପରେ ୩୨୩ ଥର ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଛି। ଯେଉଁଥିରୁ ପଞ୍ଜାବ ସୀମାରେ ସର୍ବାଧିକ ୨୩୬ ଥର ଡ୍ରୋନ୍ ଉଡୁଥିବାର ଦେଖାଯାଇଛି।

ଡ୍ରୋନ୍ ଦ୍ୱାରା ଭାରତକୁ ଅସ୍ତ୍ରଶସ୍ତ୍ର ଏବଂ ନିଶା ଦ୍ରବ୍ୟ ଚୋରାଚାଲାଣ କରିବା ନେଇ ପାକିସ୍ତାନ କରାଯାଇଥିବା ଉଦ୍ୟମ ପ୍ରାୟତ ବିଫଳ ହୋଇଛି। ଭାରତୀୟ ଗୁପ୍ତଚର ସଂସ୍ଥା ଏବଂ ସୁରକ୍ଷା ଏଜେନ୍ସି ପାକିସ୍ତାନର ଏହି ଘୃଣ୍ୟ ଷଡଯନ୍ତ୍ର ବାବଦ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛନ୍ତି। ଚାରି ଦିନରେ ଦୁଇ ଥର ଡ୍ରୋନ୍ ପଠାଇବା ଏହା ଦର୍ଶାଉଛି ଯେ କୌଣସି ପ୍ରକାରେ ଭାରତରେ ବଡ଼ ଧରଣର ନିଶା ଦ୍ରବ୍ୟ ଚୋରାଚାଲାଣ କରିବା ପାଇଁ ଚେଷ୍ଟା କରାଯାଉଛି। ଏହାକୁ ଭାରତୀୟ ସୀମାରୁ ନେବା ପାଇଁ ନିଶା ଚୋରାଚାଲାଣକାରୀ ଅପେକ୍ଷା କରି ରହିଛନ୍ତି। 

Also Read: Drone: ମାତ ଖାଇବା ସତ୍ତ୍ୱେ ଚେତୁନାହିଁ ପାକିସ୍ତାନ, ୯ ମାସରେ ସୀମାକୁ ପଠାଇଛି ୧୯୧ ଡ୍ରୋନ

ଗତ ୧୪ ଅକ୍ଟୋବରରେ ୮ କିଲୋଗ୍ରାମ ଭାର ଧାରଣ କରୁଥିବା ଏକ ଡ୍ରୋନ୍ ପଠା ଯାଇଥିଲା। ଯାହାକୁ ୧୬ ଅକ୍ଟୋବରରେ ଗୁଳି କରାଯିବା ପରେ ୧୨ କିଲୋଗ୍ରାମ ଭାର ବୋହୁଥି୍ବା ଡ୍ରୋନ୍ ପଠା ଯାଇଥିଲା। ଉଭୟ ଡ୍ରୋନ ଜରିଆରେ ଭାରତକୁ ୨୦୦ କୋଟିରୁ ଅଧିକ ମୂଲ୍ୟର ହିରୋଇନ ପଠାଇବାକୁ ଏକ ପ୍ରସ୍ତୁତି ଚାଲିଥିଲା। ଯଦି ଏହି ଆକଳନକୁ ଦେଖାଯାଏ, ତାହେଲେ ପାକିସ୍ତାନର ଉଦ୍ଦେଶ୍ୟ ସ୍ପଷ୍ଟ ଭାବେ ପ୍ରକାଶ ପାଇଛି। ନିଶା ଚୋରାଚାଲାଣ ଯୋଜନା ପାଇଁ ପଞ୍ଜାବ କ୍ଷେତ୍ରକୁ ଅଧିକ ଟାର୍ଗେଟ କରାଯାଉଛି।

ବିଗତ ୧୦ ମାସରେ ଅର୍ଥାତ୍ ୨୦୨୧, ୧୭ ଡିସେମ୍ବର ମଧ୍ୟରେ ପଞ୍ଜାବରେ ବିଏସଏଫ ଦ୍ୱାରା ଦଶଟି ପାକିସ୍ତାନୀ ଡ୍ରୋନ୍ ଗୁଳି ମାରି ଖସାଇ ଦିଆଯାଇଛି। କେବଳ ଏତିକି ନୁହେଁ ବିଗତ ୨ ବର୍ଷ ମଧ୍ୟରେ ଭାରତ-ପାକିସ୍ତାନ ସୀମାରେ ୩୨୩ ଥର ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଛି। ଯେଉଁଥିରୁ ପଞ୍ଜାବ ସୀମାରେ ସର୍ବାଧିକ ୨୩୬ ଥର ଡ୍ରୋନ୍ ଉଡୁଥିବାର ଦେଖାଯାଇଛି।

ପାକିସ୍ତାନର ଏହି ଷଡ଼ଯନ୍ତ୍ରକୁ ନଜରରେ ରଖି ବର୍ତ୍ତମାନ ଫିକ୍ସଡ ଆଣ୍ଟି ଡ୍ରୋନ ଡିଟେକ୍ଟର ସିଷ୍ଟମ (Fix Anti Drone Detector System) ସହିତ ପୋର୍ଟେବଲ୍ ଆଣ୍ଟି ଡ୍ରୋନ୍ ଡିଟେକ୍ଟର ସିଷ୍ଟମ (Portable Anti Drone Detector System) କୁ ଭାରତ-ପାକିସ୍ଥାନ ସୀମାରେ (India Pakistan Border) ନିୟୋଜନ ପାଇଁ ଅନୁମୋଦନ କରାଯାଇଛି। ଯାହା ଦ୍ୱାରା ଶତ୍ରୁ ପକ୍ଷର ଡ୍ରୋନ୍ (Drone) ଉପରେ ନଜର ରଖାଯିବା ସହ ଏହାକୁ ଗୁଳି ମାରି ଖସାଇ ଦିଆ ଯାଇପାରିବ। ଭାରତର ଏହି ପ୍ରସ୍ତୁତି ଦ୍ୱାରା ପାକିସ୍ତାନ ଆଶ୍ଚର୍ଯ୍ୟ ହୋଇଯାଇଛି।