India-Canada: ନୂଆଦିଲ୍ଲୀ: ଖଲିସ୍ତାନୀ ଅତଙ୍କୀ ହରଦୀପ ସିଂହ ନିଜ୍ଜାରଙ୍କ ହତ୍ୟାଘଟଣାରେ ସମ୍ପୃକ୍ତିକୁ ଦୃଢ଼ ଭାବେ ଖଣ୍ଡନ କରିଛି ଭାରତ। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଏହା ଆଇନର ଶାସନ ପାଇଁ ପ୍ରତିଶୃତିବଦ୍ଧ ବୋଲି ଭାରତର ବୈଦେଶିକ ମନ୍ତଣାଳୟ ପକ୍ଷରୁ କୁହାଯାଇଛି। କାନାଡ଼ାରେ କୌଣସି ହିଂସା ସହ ଭାରତର ସମ୍ପୃକ୍ତି ଅଭିଯୋଗ କପୋଳକଳ୍ପିତ ଓ ପ୍ରରୋଚିତ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅପରପକ୍ଷେ କାନାଡ଼ା ମାଟିରେ ଚାଲିଥିବା ଭାରତ ବିରୋଧୀ କାର୍ଯ୍ୟକଳାପକୁ ରୋକିବା ଦିଗରେ କାନାଡ଼ା ଅସମର୍ଥ ହୋଇଥିବା ଭାରତ କହିଛି। 


COMMERCIAL BREAK
SCROLL TO CONTINUE READING

ଗତକାଲି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡ୍ୟୁ ସଂସଦରେ ଖଲିସ୍ତାନୀ ଅତଙ୍କୀ ହରଦୀପ ସିଂହ ନିଜ୍ଜାରଙ୍କ ହତ୍ୟାଘଟଣାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ। ଏହି  ଅଭିଯୋଗରେ ଓଟାଓ୍ୱାରେ ଅବସ୍ଥାପିତ ଭାରତର କୂଟନୀତିକଜ୍ଞଙ୍କୁ ବହିଷ୍କାର କରିଥିବା କାନାଡ଼ାର ବୈଦେଶିକ ମନ୍ତ୍ରଣାଳୟ ଜଣାଇଥିଲା। ଏହାକୁ ଦୃଢ଼ଭାବେ ଖଣ୍ଡନ କରିବା ସହ ଭାରତ ବିରୋଧୀ ତତ୍ତ୍ୱଗୁଡ଼ିକୁ କାନାଡ଼ାର ରାଜନୈତିକ ଶକ୍ତି ଖୋଲାଖୋଲି ସମର୍ଥନ ଦେଉଛନ୍ତି ବୋଲି ଅଭିଯୋଗ କରିଛି। ଅପରପକ୍ଷେ ଏହି ଭିତ୍ତିହୀନ ଅଭିଯୋଗ ଖଲିସ୍ତାନୀ ଆତଙ୍କବାଦୀଙ୍କ ପ୍ରତି ଧ୍ୟାନ ଆକର୍ଷଣ କରିବାକୁ ଉଦ୍ଦିଷ୍ଟ ବୋଲି ଭାରତ ସରକାର କହିଛନ୍ତି।  ଭାରତର ସାର୍ବଭୌମତା ଓ ଅଖଣ୍ଡତାକୁ ଭାଙ୍ଗିବା ଲାଗି ଚେଷ୍ଟା କରୁଥିବା ଏହି ଆତଙ୍କବାଦୀମାନଙ୍କୁ କାନାଡ଼ା ଆଶ୍ରୟ ଦେଇଛି। ଏ ବିଷୟରେ ଭାରତ ପକ୍ଷରୁ ବାରମ୍ବାର କାନାଡ଼ାକୁ ଅଭିଯୋଗ କରାଯାଇଛି। 


ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‍ଚି ଭାରତର ଏହି ପ୍ରତିକ୍ରିୟାକୁ ପୋଷ୍ଟ କରିଛନ୍ତି। ଏଥିରେ କୁହାଯାଇଛି, କାନାଡ଼ା ଯେଉଁଭଳି ଭାବେ ହତ୍ୟା, ମାନବଚାଲାଣ ଏବଂ ସଂଗଠିତ ଅପରାଧ ପାଇଁ ତାଙ୍କୁ ସୁଯୋଗ ଦେଇଛି ତାହା ନୂଆ କଥା ନୁହେଁ। ଆମେ କାନାଡ଼ା ସରକାରଙ୍କୁ ଏହିଭଳି ଭାରତ ବିରୋଧୀ ତତ୍ତ୍ୱଙ୍କ ବିରୁଦ୍ଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛୁ। 


ଗତ ଜୁନ୍ ମାସରେ ହରଦୀପଙ୍କ ହତ୍ୟା ବ୍ରିଟିଶ୍‍ କଲମ୍ବିଆରେ ହୋଇଥିଲା। ଏଥିରେ ଭାରତୀୟ ଏଜେଣ୍ଟଙ୍କ ହାତ ରହିଥିବା ସେ ‘ବିଶ୍ୱସ୍ତ ସୂତ୍ରରୁ ଅଭିଯୋଗ’ ପାଇଥିବା କହିଛନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡ୍ୟୁ।   କାନାଡ଼ା ସଂସଦର ଏକ ଜରୁରୀକାଳୀନ ଅଧିବେଶନରେ ସେ ଏହି ସୂଚନା ଦେଇଛନ୍ତି। 
ମଙ୍ଗଳବାର ସନ୍ଧ୍ୟା ସମୟରେ ଟ୍ରୁଡ୍ୟୁଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ମେଲାନୀ ଜୋଲି ସାମ୍ବାଦିକଙ୍କୁ କହିଛନ୍ତି, ଟ୍ରୁଡ୍ୟୁ ସରକାର ଏ ସମ୍ପର୍କରେ ତତ୍‍କ୍ଷଣାତ୍‍ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଭାରତୀୟ କୂଟନୀତିଜ୍ଞଙ୍କ ନାଁ ନ ନେଇ ଜୋଲି କହିଛନ୍ତି, ‘ଆଜି ଆମେ କାନାଡ଼ାରେ ଅବସ୍ଥାପିତ ଭାରତର ପ୍ରମୁଖ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛୁ’।


ସେ କହିଥିଲେ ବହିଷ୍କୃତ ହୋଇଥିବା ଏହି ଭାରତୀୟ କୂଟନୀତିଜ୍ଞ ହେଉଛନ୍ତି କାନାଡ଼ାରେ ଅବସ୍ଥାପିତ ଭାରତର ଗୁଇନ୍ଦା ସଂସ୍ଥ ର’ର ମୁଖ୍ୟ।  
ନିଜ୍ଜାରଙ୍କୁ ଭାରତ ଅତଙ୍କୀ ଭାବେ ଘୋଷଣା କରିଥିଲା। ସେ ଭାରତରେ ବିହୁ ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ତାଙ୍କୁ ‘ଓ୍ୱାଣ୍ଟଡ୍‍’ ତାଲିକାଭୁକ୍ତ କରିଥିଲା ଭାରତ। 


କାନାଡ଼ାରେ ନିଜ୍ଜାରଙ୍କ ମୃତ୍ୟୁ ପରେ ଉଭୟ ଭାରତ-କାନାଡ଼ା ମଧ୍ୟରେ ଅନସନ୍ତୋଷ ବୃଦ୍ଧି ପାଇଥିଲା। କାନାଡ଼ଧା ଖଲିସ୍ତାନ ସମର୍ଥକଙ୍କୁ ଅନ୍ଧ ଭାବେ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା। ଚଳିତ ମାସରେ ଜି-୨୦ ବୈଠକରେ ପୁଣିଥରେ ଏ ପ୍ରସଙ୍ଗକୁ ନେଇ ଚାପା ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ କାନାଡ଼ାରେ ଭାରତ ବିରୋଧୀ କାର୍ଯ୍ୟକଳାପକୁ ସମର୍ଥନ କରାଯାଉଥିବା ନେଇ ଉଦବେଗ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଟ୍ରୁଡ୍ୟୁଙ୍କୁ ଏ ବିଷୟରେ ମଧ୍‍ୟ ଜଣାଇଥିଲେ, ଯାହାକୁ ତତ୍‍କ୍ଷଣାତ୍‍ ଭାରତର ପ୍ରଧାନମନ୍ତ୍ରୀ ଖଣ୍ଡନ କରିଥିଲେ।


Also Read: କାନାଡ଼ାରେ ଅବସ୍ଥାପିତ ଭାରତ ଗୁଇନ୍ଦା ସଂସ୍ଥା’ର ମୁଖ୍ୟଙ୍କୁ ବହିଷ୍କାର


Also Read: Odisha News: ସମ୍ବାଦରେ EOW ଚଢାଉ ଘଟଣା, ବର୍ଷିଲେ ବିଜେପି ନେତା


Also Read: India: କାନାଡ଼ା କୂଟନୀତିଜ୍ଞଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ: ଭାରତ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗ