କାନାଡ଼ାରେ ଅବସ୍ଥାପିତ ଭାରତ ଗୁଇନ୍ଦା ସଂସ୍ଥା’ର ମୁଖ୍ୟଙ୍କୁ ବହିଷ୍କାର
Advertisement
Article Detail0/zeeodisha/odisha1878016

କାନାଡ଼ାରେ ଅବସ୍ଥାପିତ ଭାରତ ଗୁଇନ୍ଦା ସଂସ୍ଥା’ର ମୁଖ୍ୟଙ୍କୁ ବହିଷ୍କାର

Canada expels Indian Diplomat: ଗତ ଜୁନ୍ ମାସରେ ହରଦୀପଙ୍କୁ ବ୍ରିଟିଶ୍‍ କଲମ୍ବିଆରେ ହତ୍ୟା କରାଯାଇଥିଲା । ଏଥିରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା କହିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡ୍ୟୁ (Justin Trudeau) ।  କାନାଡ଼ା ସଂସଦର ଏକ ଜରୁରୀକାଳୀନ ଅଧିବେଶନରେ ସେ ଏନେଇ ସୂଚନା ଦେଇଛନ୍ତି।

ସୌ(ସୋସିଆଲ ମିଡିଆ)

Canada expels Indian Diplomat: ଖଲିସ୍ତାନୀ ଆତଙ୍କୀ (Khalistani Terrorist)  ହରଦୀପ ସିଂହ ନିଜ୍ଜାରଙ୍କ (Hardeep Singh Nijjar)  ହତ୍ୟା ଅଭିଯୋଗରେ ଓଟାଓ୍ୱାରେ ଅବସ୍ଥାପିତ ଭାରତୀୟ କୂଟନୀତିକଜ୍ଞଙ୍କୁ ବହିଷ୍କାର କରିଛି କାନାଡ଼ା। ଗତ ଜୁନ୍ ମାସରେ ହରଦୀପଙ୍କୁ ବ୍ରିଟିଶ୍‍ କଲମ୍ବିଆରେ ହତ୍ୟା କରାଯାଇଥିଲା । ଏଥିରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା କହିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡ୍ୟୁ (Justin Trudeau) ।  କାନାଡ଼ା ସଂସଦର ଏକ ଜରୁରୀକାଳୀନ ଅଧିବେଶନରେ ସେ ଏନେଇ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଏହି ମାମଲାର ଶୀଘ୍ର ସମାଧାନ ନେଇ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡ୍ୟୁ ଭାରତ ସରକାରଙ୍କ ସହଯୋଗ କାମନା କରିଥିବା କହିଛନ୍ତି। ମଙ୍ଗଳବାର ସନ୍ଧ୍ୟା ସମୟରେ ଟ୍ରୁଡ୍ୟୁଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ମେଲାନୀ ଜୋଲି ସାମ୍ବାଦିକଙ୍କୁ କହିଛନ୍ତି, ଟ୍ରୁଡ୍ୟୁ ସରକାର ଏ ସମ୍ପର୍କରେ ତତ୍‍କ୍ଷଣାତ୍‍ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଭାରତୀୟ କୂଟନୀତିଜ୍ଞଙ୍କ (Indian Diplomat) ନାଁ ନ ନେଇ ଜୋଲି କହିଛନ୍ତି, ‘ଆଜି ଆମେ କାନାଡ଼ାରେ ଅବସ୍ଥାପିତ ଭାରତର ପ୍ରମୁଖ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛୁ’। ସେ କହିଛନ୍ତି, ବହିଷ୍କୃତ ହୋଇଥିବା ଏହି ଭାରତୀୟ କୂଟନୀତିଜ୍ଞ ହେଉଛନ୍ତି କାନାଡ଼ାରେ ଅବସ୍ଥାପିତ ଭାରତ ଗୁଇନ୍ଦା ସଂସ୍ଥା’ର ମୁଖ୍ୟ।  ସୂଚନାଯୋଗ୍ୟ,  ନିଜ୍ଜାରଙ୍କୁ ଭାରତ ଅତଙ୍କୀ ଭାବେ ଘୋଷଣା କରିଥିଲା। ସେ ଭାରତରେ ବିହୁ ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ତାଙ୍କୁ ‘ଓ୍ୱାଣ୍ଟଡ୍‍’ ତାଲିକାଭୁକ୍ତ କରିଥିଲା ଭାରତ। କାନାଡ଼ାରେ ନିଜ୍ଜାରଙ୍କ ମୃତ୍ୟୁ ପରେ ଉଭୟ ଭାରତ-କାନାଡ଼ା (India Canada) ମଧ୍ୟରେ ଅନସନ୍ତୋଷ ବୃଦ୍ଧି ପାଇଥିଲା। କାନାଡ଼ା ଖଲିସ୍ତାନ ସମର୍ଥକଙ୍କୁ ଅନ୍ଧ ଭାବେ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା।

Also Read-Women Reservation Bill: ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି, ୩୩% ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ କଲା କ୍ୟାବିନେଟ୍

ଚଳିତ ମାସ ଜି-୨୦ ବୈଠକରେ (G 20 summit) ପୁଣିଥରେ ଏ ପ୍ରସଙ୍ଗକୁ ନେଇ ଚାପା ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି (Narendra modi) କାନାଡ଼ାରେ ଭାରତ ବିରୋଧୀ କାର୍ଯ୍ୟକଳାପକୁ ସମର୍ଥନ କରାଯାଉଥିବା ନେଇ ଉଦବେଗ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଟ୍ରୁଡ୍ୟୁଙ୍କୁ ଏ ନେଇ ଅବଗତ କରାଇଥିଲେ । କାନାଡ଼ା ମଧ୍ଯ ପୂର୍ବରୁ ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନିଲମ୍ବିତ କରିଛି। ‘ଅଭିବ୍ୟକ୍ତିର ସ୍ୱାଧୀନତାକୁ କାନାଡ଼ା ସର୍ବଦା ଗୁରୁତ୍ୱ ଦିଏ ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି।