Odisha News: ସମ୍ବାଦରେ EOW ଚଢାଉ ଘଟଣା, ବର୍ଷିଲେ ବିଜେପି ନେତା
Advertisement
Article Detail0/zeeodisha/odisha1878220

Odisha News: ସମ୍ବାଦରେ EOW ଚଢାଉ ଘଟଣା, ବର୍ଷିଲେ ବିଜେପି ନେତା

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ସମ୍ବାଦରେ ଇଓଡବ୍ଲୁ ଚଢାଉ ଘଟଣାକୁ ନେଇ ଚାରିଆଡ଼ୁ ନିନ୍ଦା କରାଯାଉଛି। ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଏହି ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି କି ଗଣମାଧ୍ୟମର ସ୍ୱାଧୀନତାକୁ ଦଳି ମକଚି ହତ୍ୟା କରାଯାଉଛି।  ଏଭଳି ସ୍ଥିତିକୁ ସେ ଜରୁରୀକାଳୀନ ସ୍ଥ

Odisha News: ସମ୍ବାଦରେ EOW ଚଢାଉ ଘଟଣା, ବର୍ଷିଲେ ବିଜେପି ନେତା

Odisha News: ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ସମ୍ବାଦରେ ଇଓଡବ୍ଲୁ ଚଢାଉ ଘଟଣାକୁ ନେଇ ଚାରିଆଡ଼ୁ ନିନ୍ଦା କରାଯାଉଛି। ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଏହି ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି କି ଗଣମାଧ୍ୟମର ସ୍ୱାଧୀନତାକୁ ଦଳି ମକଚି ହତ୍ୟା କରାଯାଉଛି। 

ଏଭଳି ସ୍ଥିତିକୁ ସେ ଜରୁରୀକାଳୀନ ସ୍ଥିତି ବୋଲି କହିଛନ୍ତି। ସେ କହିଛନ୍ତି କି ଓଡ଼ିଶାରେ କଣ ଦ୍ୱିତୀୟ ଜରୁରୀ କାଳୀନ ପରିସ୍ଥିତି ବୋଲି କହିଛନ୍ତି। ଯେଉଁ ସରକାର ସମାଲୋଚନା ଶୁଣିବାକୁ ପ୍ରସ୍ତୁତ ନୁହେଁ, ଗଣତାନ୍ତ୍ରିକ ପଦ୍ଧତିରେ ସମାଲୋଚନାର ଉତ୍ତର ପ୍ରତିହିଂସା ଓ ପ୍ରତିଶୋଧରେ ଦିଅନ୍ତି ତାକୁ ହିଁ ଏକଛତ୍ରବାଦ କୁହାଯାଏ। ସମ୍ବାଦ ଖବରକାଗଜ ଉପରେ ପ୍ରତିହିଂସାପରାୟଣତା ବନ୍ଦ କରନ୍ତୁ। ନହେଲେ ଉତ୍ତର ଆନ୍ଦୋଳନରେ ଦିଆଯିବ ବୋଲି ସେ ତାଙ୍କ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି। 

ସୂଚନାଯୋଗ୍ୟ ଗତକାଲି ସମ୍ବାଦ ଉପରେ ଇଓଡବ୍ଲ୍ୟୁ ଚଢାଉ କରିଥିଲା। ଏହି ଘଟଣା ସମଗ୍ର ରାଜ୍ୟର ଗଣମାଧ୍ୟମ ଜଗତରେ ଚର୍ଚ୍ଚାରେ ରହିଥିଲା। କର୍ମଚାରୀଙ୍କ ନାଁରେ ଋଣ ଠକେଇ ଅଭିଯୋଗ ଆସିବା ପରେ ଏହି ଚଢାଉ କରାଯାଇଥିବା କୁହାଯାଉଛି। ତେବେ ଇଓଡବ୍ଲ୍ୟୁର ୩ଟି ଟିମରୁ ମୋଟ ୧୨ ଜଣ କର୍ମଚାରୀ ଏହି ଚଢାଉରେ ସାମିଲ ଅଛନ୍ତି। ସେପଟେ ଗତକାରୀ ସମ୍ବାଦର ପ୍ରକାଶକ କମଳାକାନ୍ତ ମହାପାତ୍ରଙ୍କୁ ଗତକାଲି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜେରା କରିଥିଲା। 

ସୂଚନାଯୋଗ୍ୟ ଗତକିଛି ଦିନତଳେ ଉକ୍ତ ଗଣମାଧ୍ୟମ ଅନୁଷ୍ଠାନର ଜଣେ ପୂର୍ବତନ କର୍ମଚାରୀ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମାନବସମ୍ବଳ ଅଧିକାରୀ ବୈଜୟନ୍ତି କରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। କର୍ମଚାରୀ ଜଣକ କହିଥିଲେ କି ଅନୁଷ୍ଠାନର ଏହି ଦୁଇ ଅଧିକାରୀ ନକଲି ଆକାଉଣ୍ଟକରି ବିଭିନ୍ନ କର୍ମଚାରୀଙ୍କ ନାଁରେ ଋଣ ଉଠାଇଛନ୍ତି। ଏପରିକି ତାଙ୍କ ବିନା ଅନୁମତିରେ ୫ ଲକ୍ଷ ଟଙ୍କାର ଋଣ ଆଣିଥିବା ନେଇ ମଧ୍ୟ ସେ କହିଥିଲେ। ତେବେ ଏହି ଅଭିଯୋଗକୁ ନେଇ ସମ୍ବାଦ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ। 

ସେପଟେ ସୌମ୍ୟଙ୍କ ଝିଅ ତନୟା ପଟ୍ଟନାୟକ ମଧ୍ୟ ନିଜ ସୋସିଆଲ ମିଡ଼ିଆରେ ସରକାରଙ୍କୁ ସମାଲୋଚନା କରି ଏକ ପୋଷ୍ଟ ସେୟାର କରିଥିଲେ। ତନୟା କହିଥିଲେ କି ତନୟା କହିଛନ୍ତି,  ଦୀର୍ଘ ବର୍ଷ ଧରି ‘ସମ୍ବାଦ’ ସରକାରଙ୍କୁ  ତଥା ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଆସିଛି। ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଅନେକ ପ୍ରସ୍ତାବ ରଖିଛି ଓ ଗଠନମୂଳକ ଢଙ୍ଗରେ ଏହାର ପ୍ରତିବାଦ କରିଛି। କିନ୍ତୁ କେବେ କୌଣସି ସରକାରୀ ପ୍ରତିକ୍ରିୟାକୁ ଲକ୍ଷ୍ୟ କରାଯାଇ ନଥିଲା। ବରଂ ମୁଖ୍ୟମନ୍ତ୍ରୀଙ୍କ ସହିଷ୍ଣୁତା ତାଙ୍କୁ ଉତ୍ସାହିତ କରିଥିଲା। ‘କିନ୍ତୁ ଯେତେବେଳେ ଜଣେ ସଚିବଙ୍କୁ ପ୍ରଶ୍ନ ପଚରାଯାଉଛି ସେତେବେଳେ, ସାରା ସରକାରୀ କଳ ଆମକୁ ଧ୍ୱଂସ୍ତ ବିଧ୍ୱସ୍ତ କରିବାକୁ ଲାଗି ପଡ଼ିଛନ୍ତି। ପୁଣି ସେମାନେ ବ୍ୟକ୍ତିଗତ ସ୍ତରରେ ଆକ୍ରମଣ କରିବାକୁ ଛାଡ଼ୁ ନାହାନ୍ତି। ଏହା ସମସ୍ତ ଓଡ଼ିଆଙ୍କ ପାଇଁ ଏକ ଜାଗ୍ରତ ହେବାର ବାର୍ତ୍ତା ଦେଉଛି’ ବୋଲି ସେ କହିଛନ୍ତି। 

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟର ଓ ଫେସବୁକରେ ତନୟା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମେ ଏତେ ବର୍ଷ ଧରି ସମ୍ବାଦ ଓ କନକ ନ୍ୟୁଜରେ ସମାଲୋଚନା କରିଲା ପରେ ମଧ୍ୟ ବିଜ୍ଞାପନ ବନ୍ଦ କରିବା ତ' ଦୂରର କଥା ମୁଖ୍ୟମନ୍ତ୍ରୀ କେବେ ବି ଆମ ଉପରେ ଅନ୍ୟ କୌଣସି ପ୍ରକାରର ଚାପ ପକାଇ ନାହାନ୍ତି। ତାଙ୍କର ଏହି ବିଶାଳତା ଆମକୁ ସାହସ ଦେଉଥିଲା ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆହୁରି ଅଧିକ ପ୍ରଶ୍ନ ପଚାରିବା ପାଇଁ। ତାଙ୍କର ଏହି ସହିଷ୍ଣୁତା ମନୋଭାବ ପାଇଁ ଓଡ଼ିଶାବାସୀ ତାଙ୍କୁ ଏତେ ସ୍ନେହ, ସମ୍ମାନ ଓ ଭଲପାଇବା ଦେଇଆସିଛନ୍ତି।

କିନ୍ତୁ ଆଜି... ସମ୍ବାଦ, କନକ, ରେଡ଼ିଓ ଚକୋଲେଟର ସମସ୍ତ ସରକାରୀ ବିଜ୍ଞାପନ ବନ୍ଦ। ଘରୋଇ ସଂସ୍ଥାମାନଙ୍କୁ ଚାପ ପକାଯାଉଛି ଆମକୁ ବିଜ୍ଞାପନ ନଦେବା ପାଇଁ। ରାତାରାତି ମୋର ଶ୍ୱଶୁର ଯିଏ ୪୦ ବର୍ଷ ଧରି ଓଡ଼ିଶାରେ ବ୍ୟବସାୟ କରିଆସୁଛନ୍ତି, ଠକ ହେଇଗଲେ। ରାତାରାତି ମୋ ବାପା ସୌମ୍ୟରଞ୍ଜନ ପଟ୍ଟନାୟକ, ଯିଏ ଚାରି ଦଶନ୍ଧି ଧରି ଖବରକାଗଜ ଛାପୁଛନ୍ତି, ଚୋର ହେଇଗଲେ। ଆମ କର୍ମଚାରୀ ଦଲାଲ ହେଇଗଲେ। ଏଇ ପ୍ରତିଶୋଧ ନେବାର ନିଶା ଏତେ ବ୍ୟକ୍ତିଗତ ଓ ନୀଚ୍ଚ ସ୍ତରକୁ ଚାଲିଗଲାଣି ଯେ କାଲିକି ଯଦି ମୋ ସ୍ୱାମୀ, ଚାରି ବର୍ଷର ଛୁଆ, ପରିବାର ଲୋକ, ସମ୍ପର୍କୀୟଙ୍କ ସହ କିଛି ହେଇଯାଏ - ମୁଁ ଦୁଃଖିତ ହେବି ସିନା ଆଦୌ ଆଶ୍ଚର୍ଯ୍ୟ ହେବି ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।

Also Read: କାନାଡ଼ାରେ ଅବସ୍ଥାପିତ ଭାରତ ଗୁଇନ୍ଦା ସଂସ୍ଥା’ର ମୁଖ୍ୟଙ୍କୁ ବହିଷ୍କାର

Also Read: Pushkara Release: ଗଣେଶ ପୂଜା ଅବସରରେ ରିଲିଜ ହେବ ଓଡ଼ିଆ ଫିଲ୍ମ ‘ପୁଷ୍କରା’