ନୂଆଦିଲ୍ଲୀ: LAC ସୀମା ବିବାଦ ଭିତରେ ଡ୍ରାଗନକୁ ଆଉ ଏକ ଝଟକା। ପାଙ୍ଗଙ୍ଗ ହ୍ରଦ ନିକଟରେ ମୁତୟନ କରାଯାଇଛି ଭାରତୀୟ ନୌସେନାର ମାର୍କୋସ୍ କମାଣ୍ଡୋ ଫୋର୍ସ। ଚୀନ୍ ସହିତ ସୀମା ସଂଘର୍ଷ ପରେ ଭାରତୀୟ ବାୟୁସେନାର ଗରୁଡ ଏବଂ ପାରା ସ୍ପେଶାଲ୍ ଫୋର୍ସ ମୁତୟନ କରାଯାଇଥିଲା। ବର୍ତ୍ତମାନ ନୌସେନାର ଏହି ମେରାଇନ୍ କମାଣ୍ଡୋଙ୍କୁ ସୀମାକୁ ନିଆଯାଇଛି।


COMMERCIAL BREAK
SCROLL TO CONTINUE READING

ସୀମାରେ ମାର୍କୋସ୍ କମାଣ୍ଡୋ (Marcos Commandos) ଆସିବା ମାତ୍ରେ ତିନି ସୈନ୍ୟବାହିନୀର ଶକ୍ତି ବୃଦ୍ଧି ହୋଇଛି। ମାର୍କୋସ କମାଣ୍ଡୋମାନେ ଶତ୍ରୁଙ୍କ ଯୋଜନାକୁ ସହଜରେ ନିଷ୍କ୍ରୀୟ କରିବା ସହ ଚୀନ ଉପରେ ଚାପ ପକାଇବେ। ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ନୌସେନା କମାଣ୍ଡୋ (India Navy comando) ନିୟୋଜନର ଉଦ୍ଦେଶ୍ୟ ହେଉଛି ତିନି ସେନାକୁ ଏକୀକରଣ କରି ସେମାନଙ୍କ ଶକ୍ତି ବୃଦ୍ଧି କରିବା। ଚଳିତବର୍ଷ ଏପ୍ରିଲ-ମେ ମାସରୁ ଭାରତୀୟ ଏବଂ ଚୀନ୍ ସୈନ୍ୟବାହିନୀ (Chinese Army) ମଧ୍ୟରେ ବିବାଦ ଲାଗି ରହିଥିବାରୁ ପେଙ୍ଗାଙ୍ଗରେ ମାର୍କୋସ କମାଣ୍ଡୋଙ୍କୁ ମୁତୟନ କରାଯାଇଥିବା କୁହାଯାଉଛି।


Also Read: ଏଲଏସି ସୀମା ବିବାଦ ଉପରେ ଦ୍ୱିପାକ୍ଷିକ ଆଲୋଚନା, ୫ଟି କାରଣକୁ ଗୁରୁତ୍ତ୍ୱ


ପାଙ୍ଗାଙ୍ଗ ହ୍ରଦ (pangong lake) ରେ ମାର୍କସ କମାଣ୍ଡୋଙ୍କ ମୁତୟନ ପରେ ଭାରତୀୟ ସେନକୁ ସୀମାରେ ଯେକୌଣସି ଅପରେସନ କରିବାରେ ସହଜ ହେବ। କ୍ୟାବିନେଟ ସଚିବାଳୟର ସ୍ପେସିଆଲ ଫ୍ରଣ୍ଟିଅର୍ ଫୋର୍ସ ସମେତ ଭାରତୀୟ ସେନା (Indian Army) ର ସ୍ୱତନ୍ତ୍ର ବାହିନୀ ଦୀର୍ଘ ଦିନ ଧରି ପୂର୍ବ ଲଦାଖ (Ladakh) ରେ ନିଜର କାର୍ଯ୍ୟ କରିଆସୁଛନ୍ତି।  ସୀମା ବିବାଦ (border dispute) ର ସମାଧାନ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ଅନେକ ଥର କମାଣ୍ଡୋର ସ୍ତରୀୟ ଆଲୋଚନା ହୋଇଛି।  ଏହା ସତ୍ତ୍ୱେ ଡ୍ରାଗନ୍ (dragon) ସୀମାଠୁ ଦୂରେଇ ଯାଉନାହିଁ। 


ନିକଟରେ LACକୁ ଭାରତୀୟ ବାୟୁସେନାର ଗରୁଡ ସ୍ପେଶାଲ ଫୋର୍ସ (Garud special force) କୁ ସ୍ଥାନାନ୍ତର କରାଯାଇଛି। LACର ପାହାଡ ଶୀଖର ଦେଇ ଅନେକ ସମୟରେ ଶତ୍ରୁ ଭାରତୀୟ ବାୟୁ ସୀମା (Air space) ରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି। ତେଣୁ ଏଠାରେ ଗରୁଡ କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି। ଯାହା ଶତୃର ଯୋଜନାକୁ ଭଣ୍ଡୁର କରିବାରେ ସହାଯ୍ୟ ହେବ।


Also Read: ଭାରତୀୟ ସୀମାରେ ଚୀନ ହେଲିକପ୍ଟର, ଅଟକାଇଲା ବାୟୁସେନା


ଭାରତୀୟ କମାଣ୍ଡୋଙ୍କ ମଧ୍ୟରେ ମାର୍କୋଜ୍ କମାଣ୍ଡୋ ଅତ୍ୟନ୍ତ ଖତରନାକ। ବହୁତ ବିପଜ୍ଜନକ ତାଲିମ ପରେ ଏମାନଙ୍କୁ ପ୍ରସ୍ତୁତ କରାଯାଏ। ମାର୍କୋସ କମାଣ୍ଡୋମାନେ ଖରା, ବର୍ଷା, ଶୀତ ସବୁ ପରିବେଶରେ ଖାପ ଖୁଆଇ ପାରନ୍ତି। କୁହାଯାଏ ଯେ, ଏକ ହଜାର ସୈନିକ ମଧ୍ୟରୁ ଜଣେ ମାର୍କୋସ୍ କମାଣ୍ଡୋ ହୁଅନ୍ତି। ଏମାନଙ୍କ ସାମର୍ଥ୍ୟ କଳ୍ପନା ବାହାରେ।