ଭାରତୀୟ ସେନାର ପରାକ୍ରମରେ ଥରହର ଚୀନ, ସୀମାକୁ ଯିବା ପୂର୍ବରୁ ଭୟଭୀତ ପିଏଲଏ ଯବାନ!
Advertisement
Article Detail0/zeeodisha/odisha752571

ଭାରତୀୟ ସେନାର ପରାକ୍ରମରେ ଥରହର ଚୀନ, ସୀମାକୁ ଯିବା ପୂର୍ବରୁ ଭୟଭୀତ ପିଏଲଏ ଯବାନ!

ସୀମା ବିବାଦର ସମାଧାନ କରିବା ଲାଗି ଉଭୟ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ଅନୁଷ୍ଠିତ ହୋଇଥିଲା ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ ।

ଭାରତୀୟ ସେନାର ପରାକ୍ରମରେ ଥରହର ଚୀନ, ସୀମାକୁ ଯିବା ପୂର୍ବରୁ ଭୟଭୀତ ପିଏଲଏ ଯବାନ!

ନୂଆଦିଲ୍ଲୀ: ସୀମା ବିବାଦକୁ କେନ୍ଦ୍ର କରି ଲଦାଖସ୍ଥିତ (Ladakh) ପ୍ରକୃତ ନିୟନ୍ତ୍ରଣ ସୀମା ରେଖା-ଏଲଏସି (LAC-Line of Actual Control) ଠାରେ ପ୍ରାୟ ୩ ମାସରୁ ଉର୍ଦ୍ଧ୍ୱ ସମୟ ଧରି ମୁହାଁମୁହାଁ ଅବସ୍ଥାରେ ରହିଛନ୍ତି ଭାରତୀୟ ସେନା (Indian Army), ଚୀନ (China) ର ପିପୁଲ୍ସ ଲିବରେସନ ଆର୍ମୀ-ପିଏଲଏ (PLA-Peoples Liberation Army) ।

ସୀମା ବିବାଦର ସମାଧାନ କରିବା ଲାଗି ଉଭୟ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ଅନୁଷ୍ଠିତ ହୋଇଥିଲା ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ । ନିଜର ସାମରିକ ସାମର୍ଥ୍ୟ (Military Strength) ବାବଦରେ ଜଣାଇବା ଲାଗି ଚୀନ ଲଗାତାର ଭାବେ ପ୍ରଚାରଧର୍ମୀ ଭିଡିଓ (Prpaganda Video) ଜାରି କରିବାରେ ଲାଗି ପଡିଛି । ହେଲେ ଏଥର ଚୀନର ଗୁମର ଖୋଲିଯାଇଛି । ଲଦାଖରେ ମୁତୟନ ହେବା ପୂର୍ବରୁ ଚୀନ ସୈନିକଙ୍କ ଅବସ୍ଥା କିପରି ରହିଛି ତାହାର ଭିଡିଓ ଏବେ ସୋସିଆଲ ମିଡିଆ (Social Media) ରେ ଭାଇରାଲ ହୋଇଛି ।     

ଲଦାଖରେ ଭାରତ-ଚୀନ ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ, ଏଲଏସିରେ ସ୍ଥିତି ନିୟୋଜିତ ହେବା ଲାଗି  ପିଏଲଏ ଯବାନଙ୍କୁ ପଠାଯାଉଛି । ହେଲେ ବର୍ତ୍ତମାନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜାରି ରହିଥିବା ଉତ୍ତେଜନ କାରଣରୁ ସେମାନେ ଏଲଏସି ଯିବାକୁ ଅମଙ୍ଗ ହେଉଛନ୍ତି । 

 

 

ରବିବାର(ସେପ୍ଟମ୍ବର୨୦,୨୦୨୦) ପାକିସ୍ତାନ କମେଡିଆନ (Pakistani Comedian) ଜୈଦ ହମିଦ (Zaid Hamid) ଏକ ଭିଡିଓ ସୋସିଆଲ ମିଡିଆରେ  ଅପଲୋଡ କରିଛନ୍ତ । ଯେଉଁଥିରେ ଦେଖିବାକୁ ମିଳିଛି ଲଦାଖ ସୀମାରେ ପରାକ୍ରମୀ  ଭାରତୀୟ ସେନ୍ୟଙ୍କ ସହ ମୁକାବିଲା ଲାଗି ସେମାନଙ୍କୁ ଏଲଏସି ପଠାଯାଉଛି।    

ଏହି ଭିଡିଓରେ ପାକିସ୍ତାନୀ କମେଡିଆନଙ୍କ ପକ୍ଷର ଚୀନର 'ୱାନ ଚାଇଲ୍ଡ ପଲିସି' (One Child Policy) କାରଣରୁ ଆମର ଚୀନୀ ଭାଇ (Chinese Brothers) ଙ୍କ ପ୍ରେରଣା ସ୍ତରକୁ ହାନି ପହଞ୍ଚାଉଛି ।  ଆମେ ପାକିସ୍ତାନୀ ଚୀନର ସମର୍ଥନ କରୁଛୁ । ସାହାସୀ ହୁଅ । ବର୍ତ୍ତମାନ ବିଶ୍ୱରେ ଚୀନର କେବଳ ପାକିସ୍ତାନ ହିଁ ଏକମାତ୍ର ବନ୍ଧୁ ହୋଇରହିଛି ।  

ଏହି ଫୁଟେଜ (Footage) ମୂଳତଃ ଫୁଆଙ୍ଗ ସିଟି ୱିକଲି ପେଜ (Fuyang City Weeklys WeChat Page) ସେୟାର କରାଯାଇଥିଲା । ହେଲେ ଏହାକୁ ପରେ ହଟାଇ ଦିଆଯାଇଥିଲା । ଚୀନ୍‌ର ଅନୁହୁ ପ୍ରଦେଶର ଫୁୟାଙ୍ଗ ସିଟିର ୟିଙ୍ଗଜୋ ଜିଲ୍ଲାରୁ ୧୦ ନୂତନ କର୍ମଚାରୀଙ୍କ ନିଯୁକ୍ତିକୁ ଏହି ପୋଷ୍ଟରେ ଦର୍ଶାଯାଇଛି ।

ସମସ୍ତ ନୂତନ ସୈନିକ କଲେଜ ଛାତ୍ର ଏବଂ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଲଦାଖ ଅଞ୍ଚଳ ସୀମାବର୍ତ୍ତୀ ତିବ୍ଦତରେ ସେବା କରିବା ପାଇଁ ସ୍ୱେଚ୍ଛାକୃତ ଭାବେ ମନୋନୀତ ହୋଇଥିଲେ ବୋଲି ଜଣାଯାଇଛି । ଚଳିତ ବର୍ଷ ଜୁନରେ ଗଲୱାନ ଉପତ୍ୟାକା (Galwan Valley) ଠାରେ ଭାରତ-ଚୀନ ମଧ୍ୟରେ ସଂଘର୍ଷ ହୋଇଥିଲା । ହେବି ପ୍ରଦେଶର ଏକ ସାମରିକ ଶିବିରରେ ଥିବାରୁ ଏହି ଭିଡିଓ ଫୁୟାଙ୍ଗ ରେଳ ଷ୍ଟେସନରେ ସୁଟିଂ ହୋଇଥିବା କୁହାଯାଇଛି ।