ସୀମା ଭିତରକୁ ପଶିଗଲେ ଚୀନ ସୈନ୍ୟ; ଟେକିନେଲେ ଭାରତୀୟ ଯବାନ
Advertisement
Article Detail0/zeeodisha/odisha769208

ସୀମା ଭିତରକୁ ପଶିଗଲେ ଚୀନ ସୈନ୍ୟ; ଟେକିନେଲେ ଭାରତୀୟ ଯବାନ

 ଏନେଇ ଭାରତୀୟ ସେନାକୁ ମିଳିଥିବା ଖବର ଅନୁସାରେ ଧରାପଡିଥିବା ଚୀନ ସୈନ୍ୟ ଭୁଲବଶତଃ ସୀମାପାର କରିଥାଇ ପାରନ୍ତି।    

ସୀମା ଭିତରକୁ ପଶିଗଲେ ଚୀନ ସୈନ୍ୟ; ଟେକିନେଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ସୀମାରେଖା-ଏଲଏସି (LAC-Line of Actual Control) ଠାରେ ଭାରତ (India) ସହ ଚାଲବାଜି ଖେଳୁଥିବା ଚୀନ (China) ର ପ୍ରବୃତ୍ତି ବଦଳିବାର ନାଁ ଧରୁନାହିଁ।  ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ଏଲଏସି ଠାରେ ଛକାପଞ୍ଝା ଏ ପର୍ଯ୍ୟନ୍ତ ଜାରି ରହିଛି। ଏପରିକି ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ଦୁଇ ଦେଶର ସେନାବାହିନୀ।  

ସଦ୍ୟ ମିଳିଥିବା ଖବର ଅନୁସାରେ ଲଦାଖସ୍ଥିତ (Ladakh) ଚୁନାର-ଡେମଚୋକ (Chunar Demchok) ଠାରେ ଚୀନର ଜଣେ ସୈନ୍ୟ (Chinese Soldier) ଭାରତୀୟ କ୍ଷେତ୍ର (Indian Territory) ମଧ୍ୟକୁ ପଶି ଆସିଥିଲେ। ଏ ଖବର ପାଇବା ପରେ ତାଙ୍କୁ ସେଠାରେ ଉପସ୍ଥିତ ଥିବା ଭାରତୀୟ ସୈନ୍ୟ (Indian Army) ଟେକି ନେଇଥିଲେ। ପ୍ରୋଟକଲ ଅନୁସାରେ ତାଙ୍କୁ ସ୍ୱଦେଶ ଚୀନକୁ ପଠାଯିବ।   

ସେ ଜାଣତରେ କିମ୍ବା ଅଜାଣତରେ ଭାରତୀୟ ସୀମାକୁ ପ୍ରବେଶ କରିଥିବାର ସନ୍ଦେହ କରାଯାଉଛି। ଏନେଇ ଭାରତୀୟ ସେନାକୁ ମିଳିଥିବା ଖବର ଅନୁସାରେ ଧରାପଡିଥିବା ଚୀନ ସୈନ୍ୟ ଭୁଲବଶତଃ ସୀମାପାର କରିଥାଇ ପାରନ୍ତି।    
ଏନେଇ ସେନା ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି, ପିପୁଲ୍ସ ଲିବରେସମ ଆର୍ମୀ-ପିଏଲଏ (PLA-Peoples Liberation Army) ଯବାନଙ୍କୁ ବର୍ତ୍ତମାନ ଅଟକ ରଖାଯାଇଛି। ତାଙ୍କର ପରିଚୟ ମିଳିସାରିଛି। ସେ ହେଉଛନ୍ତି କର୍ପୋରଲ ବାଙ୍ଗ ୟା ଲାଙ୍ଗ।  

ସେ ଏଲଏସିରେ ବାଟବଣା ହୋଇଯାଇଥିଲେ। ଅତ୍ୟଧିକ ଥଣ୍ଡାରୁ ବଞ୍ଚିବା ଲାଗି ତାଙ୍କୁ ଅମ୍ଳଜାନ, ଖାଦ୍ୟ, ଉଷ୍ମ ପୋଷାକ ସହିତ କଠିନ ଜଳବାୟୁରୁ ରକ୍ଷା ପାଇବା ପାଇଁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି। ଭାରତୀୟ ସେନା ହାତରେ ଧରାପଡିଥିବା ଚୀନ ସୈନିକଙ୍କ ବାବଦରେ ଖବର ଦେବା ଲାଗି ପିଏଲଏକୁ ଜଣାଇ ଦିଆଯାଇଛି। ପ୍ରୋଟୋକଲ ଅନୁଯାୟୀ ସମସ୍ତ ନିୟନ ପାଳନ ହେବା ପରେ ତାଙ୍କୁ ଚୁସୁଲ-ମୋଲଡୋ ମିଟିଂ ପଏଣ୍ଟରେ ଚୀନ୍ କର୍ତ୍ତୃପକ୍ଷଙ୍କ ହସ୍ତାନ୍ତର କରାଯିବ। 

ଡେମଚୋକ ଧରାପଡିଥିବା ଚୀନ୍ ସୈନିକ ଯଦିଓ ଭୁଲରେ ଭାରତୀୟ ସୀମାକୁ ପଶି ଆସିଥିବାର  ସନ୍ଦେହ କରାଯାଉଛି। ହେଲେ ବାରମ୍ବାର ଚେତାବନୀ ଦେବା ସତ୍ତ୍ୱେ ପିଏଲଏ ଯବାନ ବେଆଇନ ଭାବେ ଭାରତୀୟ ସୀମାକୁ ଅ ଅନୁପ୍ରବେଶ କରିବା ସବୁବେଳେ ଜଗି ବସିଛନ୍ତି।