ନୂଆଦିଲ୍ଲୀ: 'ଜୀ ଟିଭି' (Zee TV) ହେଉଛି ଏକ ଭାରତୀୟ ହିନ୍ଦୀ ଚ୍ୟାନେଲ । ଯାହା ଖୁବ୍ କମ୍ ସମୟରେ ପ୍ରତ୍ୟେକ ଭାରତୀୟଙ୍କ ଅତି ପ୍ରିୟ ହୋଇପାରିଛି । ବର୍ତ୍ତମାନ ଜୀ ଟିଭି ଘରେ ଘରେ ମନୋରଞ୍ଜନର ସାଧନ ପାଲଟିଛି ।  ଏହା ଅକ୍ଟୋବର ୧ରେ ପ୍ରତିଷ୍ଠିତ ହୋଇଥିଲା ଓ ୨ ଅକ୍ଟୋବର ୧୯୯୨ରେ ପ୍ରସାରଣ ଆରମ୍ଭ ହୋଇଥିଲା ଏବଂ ଏହା ଭାରତର ପ୍ରଥମ ହିନ୍ଦୀ ସାଟେଲାଇଟ ଚ୍ୟାନେଲ ପାଲଟିଲା । ଜୀ ଟିଭିକୁ ଡକ୍ଟର ସୁଭାଷ ଚନ୍ଦ୍ରାଙ୍କ ଦ୍ୱାରା ୧ ଅକ୍ଟୋବର ୧୯୯୨ରେ ମହାରାଷ୍ଟ୍ରର ମୁମ୍ବାଇରେ ଏକ ହିନ୍ଦୀ ଚ୍ୟାନେଲ ଭାବରେ ପ୍ରତିଷ୍ଠିତ ହୋଇଥିଲା । ଏହା ପୂର୍ବରୁ ଷ୍ଟାର ଟିଭି ସହିତ ମିଳିତ ଭାବରେ ଏହି ଚ୍ୟାନେଲ ତିଆରି କରାଯାଇଥିଲା । କିନ୍ତୁ ଯେତେବେଳେ ଷ୍ଟାର ଟିଭି ଏକ ଆମେରିକୀୟ କମ୍ପାନୀ ଦ୍ୱାରା କିଣାଗଲା, ଏହା ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଇଥିଲା । ଏହାପରେ ଜୀ ମାର୍ଚ୍ଚ ୧୯୯୫ରେ ଇଂଲଣ୍ଡରେ ଓ ୧୫ ଜୁଲାଇ ୧୯୯୮ରେ ଆମେରିକାରେ ଏହାର ଚ୍ୟାନେଲ ପ୍ରତିଷ୍ଠା କରିଥିଲେ । ଏହା ପ୍ରଥମ ଭାରତୀୟ ଚ୍ୟାନେଲ ଯିଏ ୟୁରୋପରେ ମଧ୍ୟ ଦେଖାଯିବାକୁ ଲାଗିଲା । ଏହାର କିଛି କାର୍ଯ୍ୟକ୍ରମ ଓ ବିଜ୍ଞାପନ ଆମେରିକାରେ ଇଂରାଜୀରେ ପ୍ରଦର୍ଶିତ ହୋଇଥାଏ । ଏହାର HD ସଂସ୍କରଣ ପ୍ରଥମେ ଭାରତରେ ପ୍ରଦର୍ଶିତ ହୋଇଥିଲା । ୫ ସେପ୍ଟେମ୍ବର ୨୦୧୨ରେ ଆମେରିକାରେ  ଏହାର HD ସଂସ୍କରଣ ଡିଶ୍ ନେଟୱାର୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

ଦେଶର ପ୍ରଥମ ସାଟେଲାଇଟ ଟିଭି ଚ୍ୟାନେଲ 'Zee Tv' ଲଞ୍ଚ ହେବା ପୂର୍ବରୁ ଏସେଲ ଗ୍ରୁପ୍ ଅଧ୍ୟକ୍ଷ ଡ.ସୁଭାଷ ଚନ୍ଦ୍ରାଙ୍କ ନେତୃତ୍ୱରେ ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ ୧୯୯୧ ମସିହା ଡିସେମ୍ବର ୧୫ ତାରିଖରେ ସ୍ଥାପିତ ହୋଇଥିଲା । 



ଡ. ସୁଭାଷ ଚନ୍ଦ୍ରା ହରିୟାଣାର ଆଦମପୁରରେ ଏକ ଅଗ୍ରୱାଲ ବଣିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରାରମ୍ଭିକ ଦିନ ବେଶ କଷ୍ଟସାଧ୍ୟ ଥିଲା । ସେହି ସମୟରେ ତାଙ୍କ ପରିବାରର ୩.୫ ଲକ୍ଷ ଟଙ୍କାର ଋଣ ହେତୁ ତାଙ୍କର ଶିକ୍ଷା ଗ୍ରହଣ କରିବାର ରାସ୍ତା ଅସୁବିଧାରେ ପରିପୂର୍ଣ୍ଣ ଥିଲା । ବିଦ୍ୟାଳୟ ଛାଡିବା ପରେ ସେ ତାଙ୍କ ପରିବାର ବ୍ୟବସାୟରେ ଯୋଗ ଦେଇ ଭାରତୀୟ ଖାଦ୍ୟ ନିଗମ ଏଫସିଆଇ ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରିଥିଲେ । ଡକ୍ଟର ଚନ୍ଦ୍ରା ତାଙ୍କ ପ୍ରତିଭା ଓ ଚିନ୍ତାଧାରା ସହିତ ଏଫସିଆଇ ସଂସ୍ଥାକୁ ପ୍ରଭାବିତ କରିଥିଲେ । ଖାଦ୍ୟ ଶସ୍ୟକୁ ସୁରକ୍ଷିତ କରିବା ଦିଗରେ କାର୍ଯ୍ୟ କରିଥିଲେ । 


'ଏସେଲ ୱାର୍ଲ୍ଡ' ଗଠନ


ଏହା ପରେ ଡକ୍ଟର ଚନ୍ଦ୍ରା ଆମେରିକାର ଡିଜ୍ନିଲ୍ୟାଣ୍ଡରୁ ପ୍ରେରଣା ପାଇ ଦେଶରେ ଏକ ଦୁଃସାହସିକ ଶିଳ୍ପ ପାର୍କ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ଏପରି ଭାବେ ସେ ୧୯୮୯ ମସିହାରେ ଦେଶର ପ୍ରଥମ ମନୋରଞ୍ଜନ ପାର୍କ ଏସେଲ ୱାର୍ଲ୍ଡ ନିର୍ମାଣ ପାଇଁ ମୁମ୍ବାଇ ଠାରେ ଜମି କ୍ରୟ କରିଥିଲେ ।


"ଏସେଲ ୱାର୍ଲ୍ଡ" ଏବଂ 'Zee Tv' ଡକ୍ଟର ଚନ୍ଦ୍ରା ଦେଶର ପ୍ରଥମ ସାଟେଲାଇଟ୍ ଟେଲିଭିଜନ ପ୍ରଦାନକାରୀ କମ୍ପାନୀ 'Dish TV' ଲଞ୍ଚ କରିଥିଲେ । ଏହା ସହିତ ଦେଶର ଯୁବପିଢିଙ୍କୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ 'ଡ ସୁଭାଷ ଚନ୍ଦ୍ରା ଶୋ'  (Dr.Subhash Chandra ShoW) ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।


ତାଙ୍କର ବିଶାଳ ତଥା ସଫଳ କ୍ୟାରିଅର ପାଇଁ ଡକ୍ଟର ଚନ୍ଦ୍ରାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଙ୍କୁ 'ଗ୍ଲୋବାଲ ଇଣ୍ଡିଆନ୍ ଏଣ୍ଟରଟେନମେଣ୍ଟ ପର୍ସନାଲିଟି ଅଫ୍ ଦି ଇୟର' ପୁରସ୍କାରରେ ସମ୍ମାନିତ କରାଯାଇଛି । ଡ. ଚନ୍ଦ୍ରାଙ୍କୁ ମିଳିଥିବା ଅନ୍ୟାନ୍ୟ ସମ୍ମାନଜନକ ପୁରସ୍କାର ମଧ୍ୟରେ 'ଏଣ୍ଟରପ୍ରାଇଜର୍ ଅଫ୍ ଦି ଇୟର ଆୱାର୍ଡ', 'ବିଜନେସ୍ ଷ୍ଟାଣ୍ଡାର୍ଡର ବିଜନେସ୍ ଅଫ୍ ଦି ଇୟର' ଏବଂ 'ଇଣ୍ଡିଆନ୍ ନ୍ୟୁଜ୍ ବ୍ରୋଡକାଷ୍ଟିଂ' ଆଦି ପୁରସ୍କାର ଅନ୍ତର୍ଭୂକ୍ତ ।



ଆସନ୍ତୁ ଜାଣିବା ଜୀ ଟିଭିର କିଛି ବିଶେଷ ଧାରାବାହିକ ବିଷୟରେ...



ତାରା 


ତାରା (Tara) ହେଉଛି ଏକ ଭାରତୀୟ ଟିଭି ସିରିଏଲ ଯାହା ଜି ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ଯାହା ମୁଖ୍ୟ ଚରିତ୍ର ତାରାର ଜୀବନର ସୁଖ ଦୁଃଖ ଉପରେ ଆଧାରିତ ଥିଲା । ଏହି ଶୋ' ସମସାମୟିକ ସହରୀ ମହିଳାମାନଙ୍କ ଉପରେ ପ୍ରଥମ ଭାରତୀୟ ସିରିଏଲ ଭାବରେ ଜଣାଶୁଣା ଥିଲା ଏବଂ ପ୍ରାୟ ପାଞ୍ଚ ବର୍ଷ ଧରି ଚାଲିଥିବା ପ୍ରଥମ ହିନ୍ଦୀ ଭାଷୀ ଧାରାବାହିକ ଥିଲା । ଏହି ଧାରାବାହିକରେ ତାରାର ଜୀବନ ଉପରେ ଧ୍ୟାନ ଦେବା ବ୍ୟତୀତ ତାଙ୍କର ଅନ୍ୟ ତିନି ବନ୍ଧୁ କାଞ୍ଚନ, ଦେବରାଣୀ ଅର୍ଜୁ ଏବଂ ଶିନାଙ୍କ ଜୀବନୀ ମଧ୍ୟ ଦେଖାଯାଇଥିଲା ।



ଅନ୍ତାକ୍ଷରୀ


ଟାଇଟନ ଅନ୍ତାକ୍ଷରୀ (Titan Antakshari) ମଧ୍ୟ ଅନ୍ତାକ୍ଷରୀ, କ୍ଲୋଜ ଅପ୍ ଅନ୍ତାକ୍ଷରୀ, ସାନସୁଇ ଅନ୍ତାକ୍ଷରୀ, ଫେୟାର-ଡିଲ ଅନ୍ତାକ୍ଷରୀ ଏବଂ ଟାଇଟନ ଅନ୍ତାକ୍ଷରୀ ଭାବେ ଜଣାଶୁଣା । ଏହା ଏକ ଭାରତୀୟ ମ୍ୟୁଜିକାଲ ଗେମ୍ ଶୋ' (Indian musical game show) ଯାହା ପ୍ରତି ଶୁକ୍ରବାର ଜୀ ଟିଭିରେ ପ୍ରସାରିତ ହେଉଥିଲା । ଏହି ଶୋ'କୁ ପୂର୍ବରୁ ସାନସୁଇ ଅନ୍ତାକ୍ଷରୀ କୁହାଯାଉଥିଲା । ୧୯୯୪ରୁ ୨୦୦୫ ପର୍ଯ୍ୟନ୍ତ ପଲ୍ଲବୀ ଯୋଶୀ (Pallavi Joshi) ଓ ଅନ୍ନୁ କପୁର (Annu Kapoor) ଏହି କାର୍ଯ୍ୟକ୍ରମରେ ହୋଷ୍ଟ କରିଥିଲେ ।


ହମ୍ ପାଞ୍ଚ୍


'ହମ୍ ପାଞ୍ଚ୍' (Hum Paanch) ZEE ଟିଭିର ଏକ ଲୋକପ୍ରିୟ ପୁରୁଣା ଧାରାବାହିକ । ଏହା ଏପରି ଏକ ସିରିଏଲ୍, ଯାହାକୁ ୯୦ ଦଶକରେ ସମସ୍ତେ ନିଶ୍ଚୟ ଦେଖିଥିବେ । ଏହି କମେଡି ସିରିଏଲର ଲୋକପ୍ରିୟତା 'ଦେଖ୍ ଭାଇ ଦେଖ୍' (Dekh Bhai Dekh) ସିରିଏଲ ଭଳି ଥିଲା । ଏହା ଅଲ୍ ଟାଇମ୍ ଫେବରେଟ ଧାରାବାହିକର ଆଖ୍ୟା ପାଇଛି । ୧୯୯୫ରେ ପ୍ରଥମେ ଦର୍ଶକଙ୍କ ସାମ୍ନାରେ ଆସିଥିବା ଏହି ସିରିଏଲ ୧୯୯୯ ପର୍ଯ୍ୟନ୍ତ ଦର୍ଶକଙ୍କୁ ମନୋରଞ୍ଜଜନ ଜାରି ରଖିଥିଲା, ଯାହାକି ସେହି ସମୟର ସବୁଠାରୁ ଲମ୍ବା ଚାଲୁଥିବା ସିରିଏଲ ଥିଲା । ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ୨୦୦୫ରେ ପୁଣି ଥରେ ଏହାର ସିଜନ୍ ୨ ରିଲିଜ କରାଯାଇଥିଲା । ଯାହା ୨୦୦୬ର ମଧ୍ୟଭାଗ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା ।


ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ବଡ଼ ଝଟକା; ପୁଣି ବଢ଼ିଲା LPG ସିଲିଣ୍ଡର ଦର, ଜାଣନ୍ତୁ କ'ଣ ରହିଛି ରେଟ୍


ଅଧିକ ପଢ଼ନ୍ତୁ:-ମହାମେଣ୍ଟରେ ଫାଟ! ଉପନିର୍ବାଚନରେ RJD ବିରୋଧରେ ପ୍ରାର୍ଥୀ ଓହ୍ଲାଇବ ​​କଂଗ୍ରେସ


ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ତୈଳ ଦର, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ପେଟ୍ରୋଲ-ଡିଜେଲର ନୂଆ ରେଟ୍


ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ପୌର ନିର୍ବାଚନରେ ବିଜେପିକୁ ମିଳିଲା ବଡ଼ ସଫଳତା, ଜାଣନ୍ତୁ କ'ଣ ରହିଛି କଂଗ୍ରେସର ସ୍ଥିତି