ନୂଆଦିଲ୍ଲୀ: ଯୁଦ୍ଧ ହେଉ ଅଥବା ଅନ୍ୟ କୌଣସି କାରଣରୁ ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ବିଭିନ୍ନ ସମୟରେ ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ କରିସାରିଛି ଭାରତ। ଯାହା ସାରା ବିଶ୍ୱରେ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି। ସଦ୍ୟ ୟୁକ୍ରେନ ଉପରେ ଋଷିଆ ପକ୍ଷରୁ କରାଯାଇଥିବା ଆକ୍ରମଣ ପରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ 'ଅପରେସନ୍ ଗଙ୍ଗା' ନାମରେ ଏକ ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ କରିଛନ୍ତି ଭାରତ ସରକାର। 


COMMERCIAL BREAK
SCROLL TO CONTINUE READING

ଅପରେସନ ଗଙ୍ଗା ପୂର୍ବରୁ ଭାରତ ପକ୍ଷରୁ ବିଦେଶ ମାଟିରେ କାର୍ଯ୍ୟକାରୀ କରାଯାଇଥିବା ଉଦ୍ଧାର ଅଭିଯାନ


  • ବନ୍ଦ ଭାରତ ମିଶନ:ଗତ ୨୦୧୯ ଡିସେମ୍ବରରେ କୋରୋନା ମାହମାରୀର ପ୍ରକୋପ ଆରମ୍ଭ ହୋଇଯିବା ପରେ ବିଶ୍ୱରେ ବିଭିନ୍ନ ଦେଶରେ ଲଗାଯାଇଥିଲା ଲକଡାଉନ୍ କାରଣରୁ ବିଦେଶରେ ଫସିଯାଇଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ବନ୍ଦ ଭାରତ ମିଶନ ନାମରେ କାର୍ଯ୍ୟକାରୀ କରାଯାଇଥିଲା ଏକ ଉଦ୍ଧାର ଅଭିଯାନ। 

  • ଅପରେସନ ଦେବଶକ୍ତି: ଗତ ବର୍ଷ ଅଗଷ୍ଟ ମାସରେ ତାଲିବାନ କବଳକୁ ଆଫଗାନିସ୍ତାନ ଚାଲିଯିବା ପରେ ସେଠାରେ ଫସିଯାଇଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି କାର୍ଯ୍ୟକାରୀ କରାଯାଇଥିଲା ଏକ ଉଦ୍ଧାର ଅଭିଯାନ। ଯାହାର ନାଁ ଥିଲା ଅପରେସନ ଦେବଶକ୍ତି। 

  • ଉହାନ ଏୟାରଲିଫ୍ଟ:କୋରୋନା ମହମାରୀ ସମୟରେ ଚୀନସ୍ଥିତ ଉହାନ ଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ଉହାନ ଏୟାରଲିଫ୍ଟ ନାମରେ ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ କରିଥିଲେ ଭାରତ ସରକାର।   

  • ଅପରେସନ ରାହତ:ଗତ ୨୦୧୪ ବର୍ଷରେ ଉପସାଗରୀୟ ଦେଶ ୟମେନ ଠାରେ ହୋଇଥିବା ଗୃହଯୁଦ୍ଧ କାରଣରୁ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ୨୦୧୫ ଜାନୁଆରୀରେ ଅପରେସନ ରାହତ ନାମରେ ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ କରିଥିଲେ ଭାରତ ସରକାର।   

  • ଅପେରସନ ଏମନେଷ୍ଟି ଏୟାରଲିଫ୍ଟ:ଗତ ୧୯୯୬ ମସିହାରେ ୟୁଏଇ ଠାରେ ଫସି ରହିଥିବା ଭାରତୀୟ ଯେଉଁମାନଙ୍କ ପାଖେ ବୈଧ ଅନୁମତି ନଥିଲା ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସେତେବେଳେ ରାଷ୍ଟ୍ରାୟତ୍ତ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆ ଅପେରସନ ଏମନେଷ୍ଟି ଏୟାରଲିଫ୍ଟ ନାମରେ ଏକ ନାମରେ ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ କରିଥିଲା। 

  • କୁଏତ୍ ଏୟାରଲିଫ୍ଟ: ଗତ ୧୯୯୦ ମସିହାରେ ଇରାକ ପକ୍ଷରୁ କରାଯାଇଥିବା ଆକ୍ରମଣ ପରେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି କୁଏତ୍ ଏୟାରଲିଫ୍ଟ ନାମରେ ଏକ ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ କରିଥିଲା ଏୟାର ଇଣ୍ଡିଆ। ଏହି ଅଭିଯାନ ମାଧ୍ୟମରେ ପ୍ରାୟ ୧ ଲକ୍ଷ ୭୦ ହଜାର ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଥିଲା। 

  • ଅପରେସନ ମୈତ୍ରୀ:ଗତ ୨୦୧୫ ବର୍ଷରେ ନେପାଳ ଠାରେ ହୋଇଥିବା ଭୂକମ୍ପ ପରେ ଭାରତ ସରକାର ଏହି ଅପରେସନ୍ କାର୍ଯ୍ୟକାରୀ କରିଥିଲେ। ଏନେଇ କାର୍ଯ୍ୟକାରୀ କରାଯାଇଥିବା ଅଭିଯାନ ମାଧ୍ୟମରେ ୫୧୮୮ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। 

  • ଅପରେସନ ସୁକୁନ:ଗତ ୨୦୦୬ ମସିହାରେ ଲେବାନନ୍ ଯୁଦ୍ଧ ସମୟରେ ଭାରତୀୟ ନୌସେନା ଦ୍ୱାରା ଅପରେସନ ସୁକୁନ ସୁକୋନ୍ କାର୍ଯ୍ୟକାରୀ କରାଯାଇଥିଲା। ଯାହା ଦ୍ୱାରା ଭାରତୀୟ, ଶ୍ରୀଲଙ୍କା ଏବଂ ନେପାଳୀ ନାଗରିକ ତଥା ଲେବାନନ୍ ନାଗରିକଙ୍କୁ ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଥିଲା।ଏହା ବ୍ୟତୀତ ୨୦୦୬ ମସିହାରେ ଭାରତ ସରକାର ସାଇପ୍ରସସ୍ଥିତ ଲାରନାକା ରାସ୍ତା ଦେଇ ଲେବାନନ ଠାରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣା ଯାଇଥିଲା। ଏହା ସହିତ ୨୦୧୧ ବର୍ଷରେ ଇଜିପ୍ଟ ଠାରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବା ପରେ ୧୧ ହଜାର ୩୪୫ ଜଣ ଭାରତୀୟଙ୍କୁ କାଏରୋ ଠାରୁ ସ୍ୱଦେଶ ଫେରାଇ ଆଣିବାକୁ ଏକ ସ୍ୱତନ୍ତ୍ର ବିମାନ ଚଳାଚଳ କରିଥିଲା। ଏହା ସହିତ ଲିବିୟା ଏବଂ ମାଲଟା ଠାରୁ ୧୨ ଶହରୁ ଅଧିକ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ୨୦୧୪ ବର୍ଷରେ ଟ୍ୟୁନିସିଆସ୍ଥିତ ଜେରବା ଅଭିମୁଖେ ଏକ ବିମାନ ଚଳାଚଳ କରିଥିଲା ଭାରତ।


Also Read: Operation Ganga ଅଭିଯାନରେ ସାମିଲ ହେବ Indian Air Force


Also Read: Russia-Ukraine Conflict: ଉଦ୍ଧାର ଅଭିଯାନରେ ଅନ୍ୟ ଦେଶ ଠାରୁ ଆଗରେ ଭାରତ


Also Read: Russia Ukraine Crisis: ଫସି ରହିଥିବା ଭାରତୀୟଙ୍କ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଉଦ୍ଧାର ଅଭିଯାନ