Operation Ganga ଅଭିଯାନରେ ସାମିଲ ହେବ Indian Air Force
Advertisement

Operation Ganga ଅଭିଯାନରେ ସାମିଲ ହେବ Indian Air Force

ଅପରେସନ୍ ଗଙ୍ଗା ଅଭିଯାନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। 

Operation Ganga ଅଭିଯାନରେ ସାମିଲ ହେବ Indian Air Force

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ଧାର ଅଭିଯାନ। ଯାହାର ନାଁ ହେଉଛି ଅପରେସନ୍ ଗଙ୍ଗା। ଏହି କାର୍ଯ୍ୟରେ ଭାରତୀୟ ଦୂତାବାସ ମଧ୍ୟ ନିୟୋଜିତ ହୋଇଛି।

ଏହି ଉଦ୍ଧାର ଅଭିଯାନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। ଅପରେସନ୍ ଗଙ୍ଗା ଅଭିଯାନରେ ସାମିଲ ହେବା ଲାଗି ଭାରତୀୟ ବାୟୁସେନାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ୟୁକ୍ରେନ ଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ସି-୧୭ ପରିବହନକାରୀ ବିମାନ (c17 Transport Aircraft) ନିୟୋଜିତ କରିବ ବାୟୁସେନା।

Also Read: Indian Air Force will be involved in Operation Ganga

ଗତ ୨୪ ତାରିଖରେ ଋଷିଆ ପକ୍ଷରୁ ହୋଇଥିବା ଆକ୍ରମଣ ପରେ ୟୁକ୍ରେନ ବାୟୁ ସୀମା ବନ୍ଦ ହୋଇଯିବା ପରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ରୋମାନିଆ, ସ୍ଲୋଭାକିଆ, ହଙ୍ଗେରୀ, ପୋଲାଣ୍ଡ ଭଳି ଦେଶର ସୀମା ପୋଷ୍ଟ ମାଧ୍ୟମରେ ନାଗରିକ ସ୍ୱଦେଶ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି ଭାରତ ସରକାର।

ୟୁକ୍ରେନ ଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ଦ୍ୱାରା 'ଅପରେସନ୍ ଗଙ୍ଗା' ପରିଚାଳିତ ହେଉଛି। ଏହି ଉଦ୍ଧାର ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଭାରତୀୟ ବାୟୁସେନାକୁ ଆହ୍ୱାନ ଦେଇଛନ୍ତି। ଏହି ସଂକଟ ମଧ୍ୟରେ ଲୋକଙ୍କୁ ଥଇଥାନ କରିବା ସହିତ ଭାରତୀୟ ବାୟୁସେନା ବିମାନ ମାନବିକ ସହାୟତା ସାମଗ୍ରୀ ବିତରଣ ପାଇଁ ମଧ୍ୟ କାର୍ଯ୍ୟ କରିବ।

Also Read: Russia Ukraine Crisis: ଫସି ରହିଥିବା ଭାରତୀୟଙ୍କ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଉଦ୍ଧାର ଅଭିଯାନ

ଅପରେସନ୍ ଗଙ୍ଗା ଅଭିଯାନର ଦାୟିତ୍ୱ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ନ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ରମନ୍ତ୍ରୀ ଭି.କେ ସିଂହ ପୋଲାଣ୍ଡ, କିରେନ ରିଜିଜୁ ସ୍ଲୋଭାକିଆ, ହରଦୀପ ସିଂହ ପୁରୀ ହଙ୍ଗେରୀ, ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ରୋମାନିଆ ଏବଂ ମୋଲଡୋଭା ଠାରେ ରହି ଉଦ୍ଧାର ଅଭିଯାନକୁ ପରିଚାଳିତ କରିବେ।