Russia-Ukraine Conflict: ଉଦ୍ଧାର ଅଭିଯାନରେ ଅନ୍ୟ ଦେଶ ଠାରୁ ଆଗରେ ଭାରତ
Advertisement
Article Detail0/zeeodisha/odisha1112102

Russia-Ukraine Conflict: ଉଦ୍ଧାର ଅଭିଯାନରେ ଅନ୍ୟ ଦେଶ ଠାରୁ ଆଗରେ ଭାରତ

ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତରୁ ପଡୋଶୀ ଦେଶକୁ ବିମାନ ଚଳାଚଳ ଜାରି ରହିଛି।

Russia-Ukraine Conflict: ଉଦ୍ଧାର ଅଭିଯାନରେ ଅନ୍ୟ ଦେଶ ଠାରୁ ଆଗରେ ଭାରତ

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ଧାର ଅଭିଯାନ। ଯାହାର ନାଁ ହେଉଛି ଅପରେସନ୍ ଗଙ୍ଗା। ଏହି କାର୍ଯ୍ୟରେ ଭାରତୀୟ ଦୂତାବାସ ମଧ୍ୟ ନିୟୋଜିତ ହୋଇଛି।   

ଭାରତ ସମେତ ଆମେରିକା, ବ୍ରିଟେନ ଏବଂ ଚୀନ୍ ଭଳି ଦେଶ ମଧ୍ୟ ସମେତ ୟୁକ୍ରେନ ଠାର ମଧ୍ୟ ଉଦ୍ଧାର ଅଭିଯାନ ଚଳାଇଛନ୍ତି। ଏହା ସହିତ ଅନ୍ୟ ଦେଶ ମଧ୍ୟ ଏତେ ବଡ଼ ଆକାରରେ ଉଦ୍ଧାର ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ସକ୍ଷମ ନୁହଁନ୍ତି। ଏପରିକି ଅନେକ ଦେଶ ଅଛନ୍ତି ଯେଉଁମାନେ ନିଜ ନାଗରିକଙ୍କୁ ଉଦ୍ଧାର କରିବାରେ ଅକ୍ଷମତା ପ୍ରକାଶ କରିଛନ୍ତି।  

ଚୀନ ଉଦ୍ଧାର ଅଭିଯାନକୁ ବନ୍ଦ କରି ଦେଇଥିବା ବେଳେ ଭାରତ ଅପରେସନ୍ ଗଙ୍ଗା ଅଭିଯାନକୁ ଆଗକୁ ବଢାଇଛି। ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତରୁ ପଡୋଶୀ ଦେଶକୁ ବିମାନ ଚଳାଚଳ ଜାରି ରହିଛି। ଚୀନ୍ କୌଣସି  ଯାତ୍ରା ଜନିତ ସତର୍କତା କିମ୍ବା ସହାୟତା କୌଶଳ ଜାରି କରି ନଥିବାବେଳେ ଭାରତ ଯୋଗାଯୋଗ ନମ୍ବର, ପରାମର୍ଶ ଏବଂ ସହାୟତା ପାଇଁ ସମଗ୍ରିକ ବ୍ୟବସ୍ଥା କରିଛି। ୟୁକ୍ରେନ ଠାରେ ଚୀନ୍ ନାଗରିକଙ୍କ ଉପରେ  ଆକ୍ରମଣ ହେଉଥିବାବେଳେ ଭାରତୀୟ ପତାକା ଥିବା ଗାଡ଼ିକୁ ସୁରକ୍ଷିତ ପାସ୍ ଦିଆଯାଉଛି।

Also Read: Russia Ukraine Crisis: ଫସି ରହିଥିବା ଭାରତୀୟଙ୍କ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଉଦ୍ଧାର ଅଭିଯାନ

କେବଳ ଚୀନ ଆମେରିକା ଭଳି ଦେଶ ମଧ୍ୟ ଉଦ୍ଧାର ଅଭିଯାନକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି। ଅନ୍ୟ ପଡୋଶୀ ଦେଶ ଦେଇ ସ୍ୱଦେଶ ଫେରିବା ପାଇଁ ଅପେକ୍ଷା କରିଥିବା ଅନେକ ଆମେରିକୀୟ ନାଗରିକ  ୟୁକ୍ରେନ ସୀମାରେ ଫସି ରହିଛନ୍ତି। ଆମେରିକା ନିଜ ଦାବିକୁ ସମର୍ଥନ କରିବାକୁ ଯାଇ ଚୀନ୍ ମିଡିଆ ରିପୋର୍ଟ ବ୍ୟତୀତ ଆମେରିକା ଏବଂ ଚୀନ୍ ସରକାରଙ୍କ ସରକାରୀ ବିବୃତ୍ତି ବାବଦରେ ଉଲ୍ଲେଖ କରିଛି। 

ଅନ୍ୟପଟେ ୟୁକ୍ରେନ ଠାରେ ଫସି ରହିଥିବା ନିଜ ନାଗରିକଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଅଧିକ ସହଯୋଗ କରାଯାଇ ପାରିବ ନାହିଁ ବୋଲି ବିଟ୍ରେନ ପକ୍ଷରୁ କୁହାଯାଇଛି। ହେଲ ଭାରତ ଉଦ୍ଧାର ଅଭିଯାନକୁ ଯୁଦ୍ଧକାଳୀନଭିତ୍ତିରେ ଜାରି ରଖିଛି। ୟୁକ୍ରେନ ରାଜଧାନୀ କୀୱସ୍ଥିତ ବ୍ରିଟେନ ଦୂତାବାସ ଋଷିଆ ଆକ୍ରମଣ ପରେ ସ୍ଥାନାନ୍ତରିତ ହୋଇଥିବା ବେଳେ ଭାରତୀୟ ସ୍ୱାଭାବିକ ପ୍ରକ୍ରିୟାରେ କାର୍ଯ୍ୟ କରୁଛି।