ନୂଆଦିଲ୍ଲୀ: ବୈଧ ଉପାୟରେ ଭାରତ ପକ୍ଷରୁ କରାଯିବାକୁ ଥିବା ଅଶୋଧିତ ତୈଳକୁ ନେଇ ରାଜନୀତିକରଣ କରିବା ଠିକ ନୁହେଁ। ଯେଉଁ ଦେଶ ତୈଳ ମାମଲାରେ ଆତ୍ମନିର୍ଭରଶୀଳ ଅଛନ୍ତି କିମ୍ବା ଋଷିଆ ପାଖରୁ ତୈଳ ଆମଦାନୀ କରୁଛନ୍ତି ସେମାନେ ଏହି କାରବାର ଉପରେ ପ୍ରତିବନ୍ଧକ ଲଗାଇବା ଭଳି ପଦକ୍ଷେପ ନେଇପାରିବେ ନାହିଁ। ଭାରତ ପ୍ରତିଯୋଗିତାମୂଳକ ଶକ୍ତି ଉତ୍ସ ଉପରେ ଧ୍ୟାନ ଦେଉଛି ଏବଂ ସମସ୍ତ ତୈଳ ଉତ୍ପାଦନକାରୀଙ୍କ ପ୍ରସ୍ତାକୁ ସ୍ୱାଗତ କରୁଛି। ବିଶ୍ୱ ରାଜନୀତିରେ ସୃଷ୍ଟି ହୋଇଥିବା ଘଟଣାକ୍ରମ ଦେଶର ଶକ୍ତି ସୁରକ୍ଷା ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। 


COMMERCIAL BREAK
SCROLL TO CONTINUE READING

ଋଷିଆ ପାଖରୁ ଶସ୍ତା ଦରରେ ଅଶୋଧିତ ତେଲ କିଣିବା ପାଇଁ ରାସ୍ତା ଖୋଲା ରଖିଛି ଭାରତ। ଏ ପ୍ରସଙ୍ଗରେ ଭାରତ ପକ୍ଷରୁ ରଖାଯାଇଥିବା ଆଭିମୁଖ୍ୟକୁ ସମାଲୋଚନା କରାଯାଇଛି। ଏହାର ଜବାବ ରଖି ଉପରୋକ୍ତ ପ୍ରତିକ୍ରିୟା ରଖିଛି ଭାରତ। ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷୀୟ ତୈଳ ଏବଂ ଗ୍ୟାସ ଆମଦାନୀ ଉପରେ କଟକଣା ଲାଗୁ କରିଥିଲା ଆମେରିକା। ଏହା ପରେ ଋଷିଆ ଭାରତ ସମେତ ଅନ୍ୟ ଦେଶକୁ ଶସ୍ତା ତେଲ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲା। 


ଭାରତ ପ୍ରତିଯୋଗିତାମୂଳକ ଶକ୍ତି ଉତ୍ସ ଉପରେ ଧ୍ୟାନ ଦେଉଛି ଏବଂ ସମସ୍ତ ତୈଳ ଉତ୍ପାଦନକାରୀଙ୍କ ପ୍ରସ୍ତାକୁ ସ୍ୱାଗତ କରୁଛି। ଏ କ୍ଷେତ୍ରରେ ସର୍ବୋତ୍ତମ ବିକଳ୍ପ ଖୋଜିବା ପାଇଁ ଭାରତୀୟ ବ୍ୟବସାୟୀ ବିଶ୍ୱ ଶକ୍ତି ବଜାରରେ କାର୍ଯ୍ୟ କରୁଛନ୍ତି। ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଅଶୋଧିତ ତୈଳ ଦର ବୃଦ୍ଧି ଭାରତ ଲାଗି ଆହ୍ୱାନକୁ ଆହୁରି ବଢାଇ ଦେଇଛି। ଏହି କାରଣରୁ ପ୍ରତିଯୋଗିତାମୂଳକ ମୂଲ୍ୟରେ ତେଲ କିଣିବା ପାଇଁ ଭାରତ ଉପରେ ଚାପ ବଢିବାରେ ଲାଗିଛି। 


ବୈଧ ଉପାୟରେ ଭାରତ ପକ୍ଷରୁ କରାଯିବାକୁ ଥିବା ଅଶୋଧିତ ତୈଳକୁ ନେଇ ରାଜନୀତିକରଣ କରିବା ଠିକ ନୁହେଁ। ଯେଉଁ ଦେଶ ତୈଳ ମାମଲାରେ ଆତ୍ମନିର୍ଭରଶୀଳ ଅଛନ୍ତି କିମ୍ବା ଋଷିଆ ପାଖରୁ ତୈଳ ଆମଦାନୀ କରୁଛନ୍ତି ସେମାନେ ଏହି କାରବାର ଉପରେ ପ୍ରତିବନ୍ଧକ ଲଗାଇବା ଭଳି ପଦକ୍ଷେପ ନେଇପାରିବେ ନାହିଁ। ଗତ ସପ୍ତାହରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ ଋଷିଆ ପାଖରୁ ରିହାତି ମୂଲ୍ୟରେ ୩୦ ଲକ୍ଷ ବ୍ୟରେଲ ଅଶୋଧିତ ତୈଳ କ୍ରୟ କରିଛି। 


ହ୍ୱାଇଟହାଉସ ଗଣମାଧ୍ୟମ ସଚିବ ଜେନ ସାକି କହିଥିଲେ ଭାରତ ରିହାତି ମୂଲ୍ୟରେ ଋଷୀୟ ତୈଳ ଆମଦାନୀ କରିବା ଆମେରିକା ପକ୍ଷରୁ ଋଷିଆ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ଉଲ୍ଲଂଘନ କରୁନାହିଁ ହେଲେ ଏହି ଦେଶ ଏହା ମଧ୍ୟ ବୁଝିବା ଆବଶ୍ୟକ ଯେ ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ପରେ ସେମାନେ କେଉଁ ପକ୍ଷ ସହ ଛିଡ଼ା ହେବାକୁ ଚାହୁଁଛନ୍ତି। 


ଅନ୍ୟପଟେ ବିଟ୍ରିଶ ପ୍ରଧାନମନ୍ତ୍ରୀଙ୍କ ପ୍ରବକ୍ତା କହିଥିଲେ ବ୍ରିଟେନ ଚାହୁଁଛି ଯେ ସମସ୍ତ ଦେଶ ଋଷୀୟ ତୈଳ-ଗ୍ୟାସ ଠାରୁ ଅଲଗା ହୁଅନ୍ତୁ। କାରଣ ଏହା ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଯୁଦ୍ଧ ଲାଗି ଆର୍ଥିକ ସହାୟତା ଦେବ। ଋଷିଆ ଭାରତକୁ ଅଳ୍ପ ପରିମାଣରେ ଅଶୋଧିତ ତୈଳ ରପ୍ତାନୀ କରିଥାଏ ଯାହା ଦେଶର ଆବଶ୍ୟକତାର ଏକ ପ୍ରତିଶତରୁ ମଧ୍ୟ କମ୍। 


ଆମଦାନୀ ପାଇଁ ସରକାରଙ୍କ ମଧ୍ୟରେ କୌଣସି ଚୁକ୍ତିନାମା ନାହିଁ। ବିଶ୍ୱ ରାଜନୀତିରେ ସୃଷ୍ଟି ହୋଇଥିବା ଘଟଣାକ୍ରମ ଦେଶର ଶକ୍ତି ସୁରକ୍ଷା ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଋଷୀୟ ତୈଳ ଏବଂ ଗ୍ୟାସ ସମଗ୍ର ବିଶ୍ୱ ବିଶେଷ କରି ୟୁରୋପ ମହାଦେଶରେ ଆମଦାନୀ କରାଯାଇଥାଏ। ଋଷିଆ ଉତ୍ପାଦିତ ହେଉଥିବା ପ୍ରାକୃତିକ ଗ୍ୟାସ ରପ୍ତାନୀର ୭୫ ପ୍ରତିଶତ ଜର୍ମାନୀ, ଇଟାଲୀ ଏବଂ ଫ୍ରାନ୍ସ ଭଳି ଦେଶ ପାଖକୁ ଯାଉଛି।


ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚି। ଏନେଇ ସେ କହିଛନ୍ତି ଏକ ବଡ଼ ତୈଳ ଆମଦାନୀକାରୀ ରାଷ୍ଟ୍ର ହୋଇଥିବାରୁ ଭାରତ ସମସ୍ତ ସମ୍ଭାବନା ଉପରେ ବିଚାର କରୁଛି। ଭାରତ ଏହାର ଅଧିକାଂଶ ତୈଳ ଆମଦାନୀ କରିଥାଏ ଏବଂ ଏହାର ଆବଶ୍ୟକତା ଆମଦାନୀ ଦ୍ୱାରା ପୂରଣ ହୋଇଥାଏ। ଭାରତ ବିଶ୍ୱ ବଜାରରେ ସମସ୍ତ ସମ୍ଭାବନାକୁ ବ୍ୟବହାର କରିଚାଲିଛୁ। କାରଣ ଏଭଳି ପରିସ୍ଥିତିରେ ଦେଶର ତୈଳ ଆବଶ୍ୟକତା ପାଇଁ ଆମଦାନୀକୁ ସାମ୍ନା କରୁଛୁ।


ଋଷିଆ ଭାରତ ଲାଗି ଏକ ପ୍ରମୁଖ ତୈଳ ଯୋଗାଣକାରୀ ରାଷ୍ଟ୍ର ନୁହେଁ। ଋଷିଆ ସହ ହେବାକୁ ଥିବା ତୈଳ କାରବାର ଟଙ୍କା-ରୁବେଲ ଚୁକ୍ତି ଆଧାରରେ ହୋଇପାରିବ ନା ନାହିଁ ସେ ନେଇ ତାଙ୍କ ପାଖରେ କୌଣସି ଜବାବ ନଥିବା କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚି। 


Also Read: ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ଯୋଗାଇବାକୁ ଭାରତ ପାଇଁ ଆଗକୁ ଆସିଲା ଇରାନ