ନୂଆଦିଲ୍ଲୀ: କରୋନା କାରଣରୁ ଦେଶର ଅବସ୍ଥା ବିଗିଡି ଯାଉଛି ଏବଂ ନୂଆ ମାମଲା ଦ୍ରୁତ ଗତିରେ ବଢୁଛି। ଏହି ସମୟରେ, କୋଭିଡ ମୃତ୍ୟୁ ମାମଲା ରେକର୍ଡ ଭାଙ୍ଗିଛି ଏବଂ ପ୍ରାୟ ତିନି ଲକ୍ଷ ନୂଆ କୋରୋନା ଆକ୍ରାନ୍ତ ହୋଇଛନ୍ତି। ମହାମାରୀ ଆରମ୍ଭରୁ ପ୍ରଥମ ଥର ପାଇଁ କୋଭିଡରେ ଗୋଟିଏ ଦିନରେ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ୱାର୍ଲ୍ଡମିଟର ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ଲକ୍ଷ ୯୪ ହଜାର ୧୧୫ ଜଣ କୋରୋନା (Coronavirus) ରେ ସଂକ୍ରମିତ ହୋଇଥିବାବେଳେ ୨୦୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପରେ ଦେଶରେ ସଂକ୍ରମିତଙ୍କ ମୋଟ ସଂଖ୍ୟା ୧ କୋଟି ୫୬ ଲକ୍ଷ ୯ ହଜାର ୪ ଏବଂ ମୃତ୍ୟୁ ସଂଖ୍ୟା (coronavirus death) ୧ ଲକ୍ଷ ୮୨ ହଜାର ୫୭୦ରେ ପହଞ୍ଚିଛି। ଦେଶରେ କୋଭିଡର ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧ ଲକ୍ଷ ୫୦ ହଜାର ୧୧୯  ଅଛି, ଯାହାକି ମୋଟ ସଂକ୍ରମିତ ଲୋକଙ୍କ ୧୩.୮ ପ୍ରତିଶତ ଅଟେ।


Also Read: ରାହୁଲ ଗାନ୍ଧୀ ହେଲେ କୋରୋନା ସଂକ୍ରମିତ, ଟ୍ୱିଟ୍ କରି ଦେଲେ ସୂଚନା


ପରିସଂଖ୍ୟାନ ଅନୁଯାୟୀ, କୋଭିଡରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୩୨ ଲକ୍ଷ ୬୯ ହଜାର ୮୬୩କୁ ବୃଦ୍ଧି ପାଇଛି। ଭାରତରେ କୋରୋନାର ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୁସ୍ଥ ହାର ହ୍ରାସ ପାଇଛି। କରୋନାର ଜାତୀୟ ମୃତ୍ୟୁ ହାର (National Death Rate) ୧.୨ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ମହାରାଷ୍ଟ୍ରରେ ଏହା ୧.୫ ଓ ପଶ୍ଚିମବଙ୍ଗରେ ୧.୬ ପ୍ରତିଶତ ଅଛି।


ଗୋଟିଏ ସପ୍ତାହରେ ଦୈନିକ ମୃତ୍ୟୁ ସଂଖ୍ୟା ଦ୍ୱିଗୁଣିତ ହୋଇଛି |


  • ୧୪ ଏପ୍ରିଲ୍ ୧୦୨୫

  • ୧୫ ଏପ୍ରିଲ୍ ୧୦୩୮

  • ୧୬ ଏପ୍ରିଲ ୧୧୮୪

  • ୧୭ ଏପ୍ରିଲ ୧୩୩୮

  • ୧୮ ଏପ୍ରିଲ ୧୪୯୮

  • ୧୯ ଏପ୍ରିଲ ୧୬୨୦

  • ୨୦ ଏପ୍ରିଲ ୧୭୬୧

  • ୨୧ ଏପ୍ରିଲ ୨୦୨୦


Also Read: Corona Return: ଗୋଟିଏ ପର୍ଯ୍ୟାୟରେ ମତଦାନ କରିବାକୁ ଦାବି ଉଠାଇଲେ Mamata Banerjee


ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀ (Delhi) ସମେତ ୧୦ଟି ରାଜ୍ୟରେ ୭୭ ପ୍ରତିଶତରୁ ଅଧିକ ମାମଲା ରିପୋର୍ଟ ହୋଇଛି। ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏହା ବର୍ତ୍ତମାନ ୧୫.୯୯  ପ୍ରତିଶତ ରହିଛି। ୧୦ଟି ରାଜ୍ୟ ଯେଉଁଠାରେ ୭୭.୬୭ ପ୍ରତିଶତ ନୂଆ ମାମଲା ରୁଜୁ ହୋଇଛି। ସେଥିରେ କର୍ଣ୍ଣାଟକ, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ତାମିଲନାଡୁ, ଗୁଜୁରାଟ ଏବଂ ରାଜସ୍ଥାନ ମଧ୍ୟ ଅଛନ୍ତି।