Defence Budget 2022: ବିଦେଶୀ ନୁହେଁ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ଶତ୍ରୁ ସହ ଲଢିବ ଭାରତୀୟ ସେନା
ସ୍ୱଦେଶୀ କମ୍ପାନୀ ଦ୍ୱାରା ଅସ୍ତ୍ରଶସ୍ତ୍ରର ପରୀକ୍ଷା ଏବଂ ପ୍ରମାଣପତ୍ର ପାଇଁ ଏକ ପୃଥକ ନୋଡାଲ୍ ଏଜେନ୍ସି ଗଠନ କରାଯିବ।
ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସଂସଦରେ କେନ୍ଦ୍ରୀୟ ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅବସରରେ ସେ କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ଆମଦାନୀ ହ୍ରାସ ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇଁ ସରକାର ପ୍ରତିବଦ୍ଧ। ଏହି କ୍ଷେତ୍ର ପାଇଁ ୬୮ ପ୍ରତିଶତ ପୁଞ୍ଜି ସ୍ଥାନୀୟ ଶିଳ୍ପ ପାଇଁ ଆବଣ୍ଟିତ ହେବ।
ଚଳିତ ପ୍ରତିରକ୍ଷା ବଜେରେ କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ (Self Reliant India) ଲକ୍ଷ୍ୟ ହାସଲ କରିବାକୁ ବଡ ପଦକ୍ଷେପ ନେଇଛନ୍ତି। ଭାରତୀୟ ସେନାବାହିନୀ ଲାଗି କ୍ରୟ କରାଯିବାକୁ ଥିବା ଅସ୍ତ୍ରଶସ୍ତ୍ର ତଥା ସାମରିକ ଉପକରଣ ମଧ୍ୟ ୬୮ ପ୍ରତିଶତ ସ୍ୱଦେଶୀ କମ୍ପାନୀ (Indigenous Company of India) ଠାରୁ କରାଯିବ। ନୂତନ ଅସ୍ତ୍ରଶସ୍ତ୍ରର ଅନୁସନ୍ଧାନ ଏବଂ ବିକାଶ ପାଇଁ ଏହି ବଜେଟରେ ୨୫ ପ୍ରତିଶତ ଷ୍ଟାର୍ଟ ଅପ୍ ପାଇଁ ଧାର୍ଯ୍ୟ କରାଯାଇଛି। ପରୀକ୍ଷା ଏବଂ ସାର୍ଟିଫିକେଟ୍ ପାଇଁ ଏକ ନୋଡାଲ୍ ଏଜେନ୍ସି ଗଠନ ହେବ ଯାହା ଦ୍ୱାରା ସ୍ୱଦେଶୀ କମ୍ପାନୀ ସେମାନଙ୍କ ଉତ୍ପାଦର ପ୍ରମାଣପତ୍ର (Certification) ପାଇବା ପାଇଁ ସେମାନଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ।
Also Read: Union Budget 2022: ଶେଷ ହେବ ଅପେକ୍ଷା, ଚଳିତ ବର୍ଷରୁ ଦେଶରେ ଆରମ୍ଭ ହେବ 5G ଇଣ୍ଟରନେଟ ସେବା
ଏଥର ପ୍ରତିରକ୍ଷା ବଜେଟରେ ୯.୮୨ ପ୍ରତିଶତ ବୃଦ୍ଧି ହୋଇଛି ଏବଂ ଯାହାର ମୋଟ ପରିମାଣ ହେଉଛି ୫ ଲକ୍ଷ ୨୫ ହଜାର ୧୬୬ କୋଟି ଟଙ୍କା। ଗତ ବର୍ଷ ଏହାର ପରିମାଣ ୪ ଲକ୍ଷ ୭୮ ହଜାର ୧୯୬ କୋଟି ଟଙ୍କା ରହିଥିଲା। ଚଳିତ ବର୍ଷ ପୁଞ୍ଜି ଖର୍ଚ୍ଚ ଅର୍ଥାତ୍ ନୂତନ ଅସ୍ତ୍ରଶସ୍ତ୍ର କ୍ରୟ ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି ଏବଂ ଯାହାର ପରିମାଣକୁ ୧ ଲକ୍ଷ ୩୫ ହଜାର କୋଟିରୁ ୧ ଲକ୍ଷ ୫୨ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।
କିନ୍ତୁ ସବୁଠାରୁ ବଡ ଖୁସି ଖବର ସ୍ୱଦେଶୀ ପ୍ରତିରକ୍ଷା ଶିଳ୍ପ ପାଇଁ ଆସିଛି। ଯାହା ସମୁଦାୟ ପୁଞ୍ଜି ବ୍ୟୟ ବଜେଟର ୬୮ ପ୍ରତିଶତ ପାଇବ। ଅର୍ଥାତ୍ ଭାରତୀୟ ସେନାବାହିନୀ ଲାଗି କ୍ରୟ କରାଯିବାକୁ ଥିବା ଅସ୍ତ୍ରଶସ୍ତ୍ରର ୬୮% କେବଳ ସ୍ୱଦେଶୀ କମ୍ପାନୀ ଠାରୁ କରାଯିବ। ଗତ ବର୍ଷ ଠାରୁ ସରକାର ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ କାର୍ଯ୍ୟ କରିଆସୁଛନ୍ତି କେନ୍ଦ୍ର ସରକାର।
ସ୍ୱଦେଶୀ କମ୍ପାନୀ ଦ୍ୱାରା ଅସ୍ତ୍ରଶସ୍ତ୍ରର ପରୀକ୍ଷା ଏବଂ ପ୍ରମାଣପତ୍ର ପାଇଁ ଏକ ପୃଥକ ନୋଡାଲ୍ ଏଜେନ୍ସି ଗଠନ କରାଯିବ। ଯାହା ଦ୍ୱାରା ସ୍ୱଦେଶୀ କମ୍ପାନୀ ଏଥିରୁ ବହୁତ ଲାଭବାନ ହେବ। ସେମାନଙ୍କ ଦ୍ୱାରା ନିର୍ମିତ ଉତ୍ପାଦ ଅନୁମୋଦନ ହେବା ପାଇଁ ବହୁତ କମ୍ ସମୟ ଲାଗିବ। ଚଳିତ ଥରର ପ୍ରତିରକ୍ଷା ବଜେଟରେ ନୂତନ ଅସ୍ତ୍ରଶସ୍ତ୍ରର ଅନୁସନ୍ଧାନ ପାଇଁ ଆବଣ୍ଟିତ ହୋଇଥିବା ରାଶିର ୨୫% ଷ୍ଟାର୍ଟ ଅପ୍ ଏବଂ ଏକାଡେମୀକୁ ଦିଆଯିବ। ଏହା କେବଳ ଷ୍ଟାର୍ଟ ଅପ୍ ଆରମ୍ଭ କରୁଥିବା କମ୍ପାନୀ ପାଇଁ ଲାଭଦାୟକ ହେବ ନାହିଁ ବରଂ ସେହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବ ଯେଉଁମାନେ ନିଜ ବିଶ୍ୱବିଦ୍ୟାଳୟରେ ଅନୁସନ୍ଧାନ ମାଧ୍ୟମରେ ନୂତନ ଉତ୍ପାଦ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି।
Also Read: ଆପଣଙ୍କ ସହର ପର୍ଯ୍ୟନ୍ତ ପହଞ୍ଚିବ Vande Bharat Express, ଘୋଷଣା ହେଲା ନୂଆ ୪୦୦ ଟ୍ରେନ
ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରତିରକ୍ଷା ବଜେଟ ୧୦% ପ୍ରତିଶତ ବୃଦ୍ଧି ହୋଇଛି। ଏଥର ସେନାର ଆଧୁନିକୀକରଣ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୧.୫୧ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଏହି ରାଶି ମଧ୍ୟରୁ ୬୮ ପ୍ରତିଶତ କେବଳ ସ୍ୱଦେଶୀ କମ୍ପାନୀ ଠାରୁ କ୍ରୟ କରାଯିବ। ଗତ ବର୍ଷ ତୁଳନାରେ ଏଥର ଏହି ଆବଣ୍ଟନ ପ୍ରାୟ ୧୩% ଅଧିକ। ଏହା ସହିତ ମନ୍ତ୍ରଣାଳୟକୁ ୨.୩୯ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହା ବ୍ୟତୀତ ପ୍ରତିରକ୍ଷା ପେନସନ୍ ବଜେଟ୍ ପାଇଁ ୧.୧୯ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।
ଚଳିତ ପ୍ରତିରକ୍ଷା ବଜେଟ ଉପରେ ପ୍ରତିକ୍ରିୟା ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି କହିଛନ୍ତି ଅନୁସନ୍ଧାନ ଏବଂ ବିକାଶ ପାଇଁ ପର୍ଯ୍ୟାପ୍ତ ରାଶି ଆବଣ୍ଟିନ କରାଯାଇଛି। ଷ୍ଟାର୍ଟ ଅପ୍ ଏବଂ ବେସରକାରୀ କ୍ଷେତ୍ର ପାଇଁ ଅନୁସନ୍ଧାନ ଏବଂ ବିକାଶ ବଜେଟର ୨୫% ପ୍ରତିଶତ ସଂରକ୍ଷଣ କରିବା ନିଷ୍ପତ୍ତି ଅତ୍ୟନ୍ତ ପ୍ରଶଂସନୀୟ। ପ୍ରତିରକ୍ଷା କ୍ରୟର ୬୮ ପ୍ରତିଶତ ସ୍ଥାନୀୟ ଉତ୍ସରୁ ହେବ। ଏହା 'ଭୋକାଲ୍ ଫର୍ ଲୋକାଲ୍' ଅଭିଯାନକୁ ଅଧିକ ଗୁରୁତ୍ୱ ଦେବ। ଏହି ପଦକ୍ଷେପ ସ୍ଥାନୀୟ ପ୍ରତିରକ୍ଷା ଶିଳ୍ପକୁ ବୃଦ୍ଧି କରିବ।
Also Read: Union Budget 2022: ଡିଜିଟାଲ୍ ଶିକ୍ଷା ଦେବା ପାଇଁ ଦେଶରେ ଆରମ୍ଭ ହେବ ୨୦୦ ଇ-ବିଦ୍ୟା ଚ୍ୟାନେଲ୍
ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପ୍ରତିରକ୍ଷା ବାହିନୀ (Indian Armed Force) ପାଇଁ ସାମରିକ ଉପକରଣ କ୍ରୟ ମାମଲାରେ ଆମଦାନୀ ହ୍ରାସ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରାଯିବ। ବେସରକାରୀ ଶିଳ୍ପକୁ ସାମରିକ ଉପକରଣ ଏବଂ ପ୍ଲାଟଫର୍ମ ଡିଜାଇନ୍ କରିବାକୁ ଉତ୍ସାହିତ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। DRDO ଏବଂ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ପ୍ରତିଷ୍ଠିତ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ ମଡେଲ (Special Purpose Vehicle Model) ଆଧାରରେ ଏହି କାର୍ଯ୍ୟ କରାଯିବ।