Union Budget 2022: ଡିଜିଟାଲ୍ ଶିକ୍ଷା ଦେବା ପାଇଁ ଦେଶରେ ଆରମ୍ଭ ହେବ ୨୦୦ ଇ-ବିଦ୍ୟା ଚ୍ୟାନେଲ୍
Advertisement
Article Detail0/zeeodisha/odisha1086165

Union Budget 2022: ଡିଜିଟାଲ୍ ଶିକ୍ଷା ଦେବା ପାଇଁ ଦେଶରେ ଆରମ୍ଭ ହେବ ୨୦୦ ଇ-ବିଦ୍ୟା ଚ୍ୟାନେଲ୍

ସାରା ବିଶ୍ୱରେ ବଢୁଥିବା କୋରୋନା ମହମାରୀ ପ୍ରକୋପ କାରଣରୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ଅନଲାଇନ୍ ଶିକ୍ଷା ଆଡ଼କୁ ଅଗ୍ରସର ହୋଇଛି।

Union Budget 2022: ଡିଜିଟାଲ୍ ଶିକ୍ଷା ଦେବା ପାଇଁ ଦେଶରେ ଆରମ୍ଭ ହେବ ୨୦୦ ଇ-ବିଦ୍ୟା ଚ୍ୟାନେଲ୍

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଦେଶର ଛାତ୍ରଛାତ୍ରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଦେଶରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ସହଜ କରିବା ପାଇଁ "PM e Vidya" ଅଧିନରେ "One Class, One TV Channel" କାର୍ଯ୍ୟକ୍ରମ ଅଧିନରେ ପ୍ରାୟ ୨୦୦ ନୂତନ ଚ୍ୟାନେଲ ଖୋଲାଯିବ। 

ସାରା ବିଶ୍ୱରେ ବଢୁଥିବା କୋରୋନା ମହମାରୀ ପ୍ରକୋପ କାରଣରୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ଅନଲାଇନ୍ ଶିକ୍ଷା ଆଡ଼କୁ ଅଗ୍ରସର ହୋଇଛି। ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀ ବିଦ୍ୟାଳୟ ପରିବର୍ତ୍ତେ ଘରେ ରହି ପାଠ ପଢୁଛନ୍ତି। ପିଲାଙ୍କ ଅନଲାଇନ୍ ଶିକ୍ଷାକୁ ମଜବୁତ କରିବା ପାଇଁ ୨୦୦ ନୂତନ ଇ-ଚ୍ୟାନେଲ ଆରମ୍ଭ ହେବ। ଏହି ଚ୍ୟାନେଲ ମାଧ୍ୟମରେ ଆଞ୍ଚଳିକ ଭାଷାରେ ଅଧ୍ୟୟନକୁ ମଜବୁତ କରିବାକୁ ମଧ୍ୟ ପ୍ରୟାସ କରାଯିବ।

Also Read: Budget ରେ କ୍ରିପ୍ଟୋକୁ ନେଇ ବଡ଼ ଘୋଷଣା, ଜାଣନ୍ତୁ କେତେ ଦେବାକୁ ପଡ଼ିବ Tax

ଦେଶରେ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି "One Class, One TV Channel" କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ନୂତନ ବଜେଟରେ ଦିଆଯାଇଥିବା ଘୋଷଣା ଅନୁଯାୟୀ ବର୍ତ୍ତମାନ ଏହା ଅଧିନରେ ପ୍ରାୟ ୨୦୦ ନୂତନ ଚ୍ୟାନେଲ ଖୋଲାଯିବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରିବାର କାର୍ଯ୍ୟ ଏହି ଚ୍ୟାନେଲ ମାଧ୍ୟମରେ କରାଯିବ।   

ଚଳିତ ୨୦୨୨ କେନ୍ଦ୍ରୀୟ ବଜେଟରେ କରାଯାଇଥିବା ଘୋଷଣା ଅନୁଯାୟୀ "One Class, One TV Channel" କାର୍ଯ୍ୟକ୍ରମ ସହିତ ଯେଉଁ ୨୦୦ ନୂଆ ଚ୍ୟାନେଲ୍ ସଂଯୋଗ ହେବ ଏହା ମଧ୍ୟରୁ ଅନେକରେ ଆଞ୍ଚଳିକ ଭାଷାରେ ଶିକ୍ଷା ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ସହିତ ଦେଶର ଅନେକ ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆଞ୍ଚଳିକ ଭାଷାରେ ସପ୍ଲିମେଣ୍ଟାରୀ ଶିକ୍ଷା ପାଇପାରିବେ।

Also Read: Union Budget 2022 : ଗୃହ ଓ ସହରୀ ଯୋଜନା ପାଇଁ ବଡ଼ ଘୋଷଣା, ପରିବାର ପିଛା ଖର୍ଚ୍ଚ ହେବ ଏତିକି ଟଙ୍କା

କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବା ଅବସରରେ ଅର୍ଥମନ୍ତ୍ରୀ ଦେଶରେ ପ୍ରଥମ ଡିଜିଟାଲ ବିଶ୍ୱବିଦ୍ୟାଳୟ (Digital University) ବାବଦରେ ଘୋଷଣା କରିଛନ୍ତି ଏବଂ ଶିକ୍ଷା ସହ ଜଡିତ ପୁରୁଣା ଯୋଜନାରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଶିକ୍ଷା ପ୍ରଦାନ ଲାଗି ଏକ ଡିଜିଟାଲ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ପ୍ରସ୍ତାବ ରଖିଛନ୍ତି ଅର୍ଥମନ୍ତ୍ରୀ। ଯାହା ଦ୍ୱାରା ଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ। ଏହା ସହିତ ଅର୍ଥମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି ଯେ ଏହି ଡିଜିଟାଲ୍ ବିଶ୍ୱବିଦ୍ୟାଳୟ "Hub & Spoke Model" ଆଧାରରେ ନିର୍ମାଣ କରାଯିବ।

"PM e Vidya" ଅଧିନରେ "One Class, One TV Channel" କାର୍ଯ୍ୟକ୍ରମ ଅଧିନରେ ପୂର୍ବରୁ ରହିଥିବା ୧୨ ଚ୍ୟାନେଲକୁ ୨୦୦ କୁ ବଢାଯିବ। ଏନେଇ କେନ୍ଦ୍ର ସରକାରଙ୍କ କହିବା କଥା କୋରୋନା ମହାମାରୀ କାରଣରୁ  କ୍ଷତିର ସମ୍ମୁଖୀନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ସହଜ ହେବ।

Also Read: Union Budget 2022 : ବଦଳିଲା ନାହିଁ TAX ସ୍ଲାବ; ଜାଣନ୍ତୁ କ'ଣ ମହଙ୍ଗା ଓ କ'ଣ ଶସ୍ତା

ଚଳିତ ବଜେଟ୍ ଅଧିବେଶନରେ ଏହା ମଧ୍ୟ କୁହାଯାଇଛି ଯେ ଶିଳ୍ପର ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ ଜାତୀୟ ଦକ୍ଷତା ଯୋଗ୍ୟତା ଢାଞ୍ଚା (National Skill Qualification Framework) ଉନ୍ନତ ହେବ। ଏହା ସହିତ, ସ୍କିଲିଂ ଏବଂ ଲାଇଭଲିହୁଡ୍ (Skilling & Livelihood) ପାଇଁ ଡିଜିଟାଲ୍ ଇକୋସିଷ୍ଟମ୍ (Digital Ecosystem) ନାମକ ଏକ ଇ-ପୋର୍ଟାଲ୍ (e-portal) ମଧ୍ୟ ଉନ୍ମୋଚିତ ହୋଇଛି ଯାହା ଦ୍ୱାରା ଲୋକେ ଉତ୍ତମ ଚାକିରୀର ସୁଯୋଗ ପାଇପାରିବେ।