Cyclone ‘Yaas`: ଶନିବାର ନେବ ଝଡ଼ର ରୂପ, ମୁକାବିଲ ପାଇଁ Indian Navy-Coast Guard
ମେ ୨୨ ତାରିଖ ଶନିବାର ପୂର୍ବ-ମଧ୍ୟ ବଙ୍ଗୋପ ସାଗର ଠାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।
ନୂଆଦିଲ୍ଲୀ: ବଙ୍ଗୋପ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ "ୟାସ" ଚଳିତ ବର୍ଷ ମେ ୨୬ ତାରିଖ ବୁଧବାର ଓଡି଼ଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ସପ୍ତାହରେ ଏହି ଝଡ଼଼ ପଶ୍ଚିମବଙ୍ଗ-ବାଂଲାଦେଶ ସୀମାନ୍ତରେ ଅବସ୍ଥିତ ସୁନ୍ଦରବନ ଠାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ।
ବଙ୍ଗୋପ ସାଗର (Bay of Bengal) ଅଞ୍ଚଳରେ ସୃଷ୍ଟି ସାମୁଦ୍ରିକ ଝଡ଼ "ୟାସ" (Cyclone Yaas) ପ୍ରଭାବକୁ ନଜରରେ ରଖି ଏହାର ମୁକାବିଲା କରିବା ପାଇଁ ଆଗୁଆ ସତର୍କ ହୋଇଉଠିଛନ୍ତି ଓଡିଶା ସରକାର (Odisha Govt)। ଏହି କ୍ରମରେ ରାଜ୍ୟର ୧୪ ଜିଲ୍ଲା ଉଦ୍ଦେଶ୍ୟରେ ଜାରି ହୋଇଛି ସତର୍କତା। ଯଦିଓ ବାତ୍ୟାର ଗତିପଥ ଏବଂ କେଉଁଠାରେ ଏହା ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ଅତିକ୍ରମ କରିବ ସେ ନେଇ ପାଣିପାଗ ପକ୍ଷରୁ ବିସ୍ତୃତ ଭାବେ ପ୍ରଶାସନକୁ ଅବଗତ କରାଯାଇନଥିଲେ ମଧ୍ୟ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ଜଣାଇଛନ୍ତି ଓଡି଼ଶା ସରକାରଙ୍କ ମୁଖ୍ୟ ଶାସନ ସଚିବ।
Also Read: Odisha ଉପରୁ ଟଳିଲା ବିପଦ, West Bengal ଠାରେ ସ୍ଥଳଭାଗ ଛୁଇଁ ପାରେ "Cyclone Yaas"!
ସାମୁଦ୍ରିକ ଝଡ଼ "ୟାସ" ବାବଦରେ ଭାରତୀୟ ପାଣିପାଗ ବିଭାଗ-ଆଇଏମଡି (India Meteorological Department-IMD) ବିଭାଗ ସତର୍କତା ଜାରି କରାଯିବା ପରେ ଏହାର ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି ଭାରତୀୟ ନୌସେନା (Indian Navy) ଏବଂ ଭାରତୀୟ ତଟରକ୍ଷା ବାହିନୀ (Indian Coast Guard)। ଏହା ସହିତ ଓଡି଼ଶା, ପଶ୍ଚିମବଙ୍ଗ ସମତେ ଆନ୍ଧ୍ର ପ୍ରଦେଶ (Andhra Pradesh), ତାମିଲନାଡୁ (Tamilnadu) ସରକାରଙ୍କ ସମେତ ଆଣ୍ଡାମାନ ନିକୋବର ଦ୍ୱୀପ ପ୍ରଶାସନକୁ (Andaman & Nicobar Administration) ବାତ୍ୟାର ମୁକାବିଲା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।
ଗତ ୨୦ ତାରିଖ ଗୁରୁବାର ଆଇଏମଡି ପକ୍ଷରୁ କୁହାଯାଇଥିଲା ମେ ୨୨ ତାରିଖ ଶନିବାର ପୂର୍ବ-ମଧ୍ୟ ବଙ୍ଗୋପ ସାଗର ଠାରେ ଏକ ଲଘୁଚାପ କ୍ଷେତ୍ର (Low Pressure Area) ସୃଷ୍ଟି ହେବ। ଯାହା ସାମୁଦ୍ରିକ ଝଡ଼ର ରୂପାନ୍ତରିତ ହେବ। ଆସନ୍ତା ବୁଧବାର ଏହା ଓଡି଼ଶା-ପଶ୍ଚିମବଙ୍ଗ ଉପକୂଳ (Odisha-West Bengal Coast) ଆଡକୁ ଅଗ୍ରସର ହେବ। ଏହାକୁ ପ୍ରକୋପକୁ ନଜରରେ ସମୁଦ୍ରରେ ରହିଥିବା ତୁରନ୍ତ ଉପକୂଳକୁ ଫେରି ଆସିବା ଲାଗି ମସ୍ୟଜୀବୀଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।
Also Read: IMD Weather Alert: 'Tauktae' ପରେ ଆସୁଛି 'Yaas'
ଆଇଏମଡି ବାତ୍ୟା ସତର୍କତା ବିଭାଗ (IMD Cyclone Alert Branch) ପକ୍ଷରୁ ଆଗାମୀ ୭୨ ଘଣ୍ଟା ମଧ୍ୟରେ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସାମୁଦ୍ରିକ ଝଡ଼ର ରୂପ ନେବ। ପରେ ଏହା ବଙ୍ଗୋପ ସାଗରର ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡି଼ଶା-ପଶ୍ଚିମବଙ୍ଗ ଉପକୂଳ ଆଡକୁ ଅଗ୍ରସର ହେବ। ଏହାର ପ୍ରଭାବରେ ଓଡି଼ଶା, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।