ଆଇଏମଡି ପୂର୍ବାନୁମାନ ଅନୁସାରେ ଚଳିତ ମାସ ୨୩-୨୬ ତାରିଖ ମଧ୍ୟରେ ସୁନ୍ଦରବନ ଠାରେ ସ୍ଥଳଭାଗ ଛୁଇଁବ ଏହି ସାମୁଦ୍ରିକ ଝଡ।
Trending Photos
ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଦେଶର ପଶ୍ଚିମ ଉପକୂଳରେ ଅବସ୍ଥିତ ଗୁଜୁରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଗୋଆ ଭଳି ରାଜ୍ୟରେ ତାଣ୍ଡବ ମଚାଇଥିଲା ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ "ତାଉକତେ"। ହେଲେ ଏବେ ବଙ୍ଗୋପ ସାଗରରେ ସୃଷ୍ଟ "ୟାସ" ଝଡକୁ ନେଇ ସତର୍କ ହୋଇ ଉଠିଲେଣୀ ଓଡି଼ଶା, ପଶ୍ଚିମବଙ୍ଗ ଭଳି ପୂର୍ବ ଭାରତୀୟ ଉପକୂଳ ରାଜ୍ୟ।
ବଙ୍ଗୋପ ସାଗର (Bay of Bengal) ଅଞ୍ଚଳରେ ସୃଷ୍ଟ "ୟାସ" ଝଡ (Cyclone Yaas) ପଶ୍ଚିମବଙ୍ଗ ଉପକୂଳରେ (West Bengal Coast) ସ୍ଥଳଭାଗ ଛୁଇଁବା ନେଇ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି (India Meteorological Department-IMD)। ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ପୂର୍ବାନୁମାନ ବାବଦରେ ଅବଗତ ହେବା ପରେ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ପଶ୍ଚିମବଙ୍ଗ ସରକାର।
Also Read: IMD Weather Alert: 'Tauktae' ପରେ ଆସୁଛି 'Yaas'
ଆଇଏମଡି ପୂର୍ବାନୁମାନ ଅନୁସାରେ ଚଳିତ ମାସ ୨୩-୨୬ ତାରିଖ ମଧ୍ୟରେ ସୁନ୍ଦରବନ (Sunderban) ଠାରେ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ମାଟିରୁ ବାଂଲାଦେଶ (Bangladesh) ଅଭିମୁଖେ ଅଗ୍ରସର ହେବ "ୟାସ" ଝଡ।
Also Read: ମହାମାରୀରେ ମହାବିପତ୍ତି; ଆସୁଛି 'Yaas'
ଏହି ଝଡକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯିବା ପରେ ଏହାର ମୁକାବିଲା କରିବା ପାଇଁ ସଜାଗ ହୋଇଉଠିଛନ୍ତି ପଶ୍ଚିମବଙ୍ଗ ସରକାର। ଏହି କ୍ରମରେ ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥାନୀୟ ପ୍ରଶାସନକୁ ଜରୁରୀକାଳୀନ ଭିତ୍ତିରେ ଔଷଧ, ପାନୀୟ ଜଳ, ଶୁଖିଲା ଖାଦ୍ୟ, ପଲିଥିନ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏପରିକି ସେଠାରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (State Disaster Response Force) ଏବଂ ପୋଲିସ ବଳ (Police Force) ମୁତୟନ କରାଯାଇଛି।
Also Read: Yaas Alert: ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ପ୍ରସ୍ତୁତି
ସାମ୍ଭାବ୍ୟ ବାତ୍ୟାର ପ୍ରକୋପକୁ ନଜରରେ ରଖି ରାଜ୍ୟର ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳକୁ ପ୍ରସ୍ତୁତ ରଖିବା ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ସରକାର। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାର ମତ୍ସ୍ୟଜୀବୀଙ୍କୁ (Fisherman) ସମୁଦ୍ରକୁ ନଯିବା ପାଇଁ ସେମାନଙ୍କ ଉଦ୍ଦେଶ୍ୟରେ ଚେତାବନୀ କରିଛି ପାଣିପାଗ ବିଭାଗ। ଅନ୍ୟପଟେ କୋଲକାତା ନଗର ନିଗମ (Kolkata Municipal Corporation) ପକ୍ଷରୁ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।