IMD Weather Alert: 'Tauktae' ପରେ ଆସୁଛି 'Yaas'
Advertisement

IMD Weather Alert: 'Tauktae' ପରେ ଆସୁଛି 'Yaas'

ଆସନ୍ତା ମେ ୨୨ ତାରିଖ ଶନିବାର ଲଘୁଚାପ, ୨୩ ତାରିଖ ରବିବାର ଅବପାତ ରୂପ ନେବ ଝଡ଼।

IMD Weather Alert: 'Tauktae' ପରେ ଆସୁଛି 'Yaas'

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ "ତଉକତେ" ପରେ ଏବେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଅନ୍ୟ ସାମୁଦ୍ରିକ ଝଡ଼। ଯାହାର ନାଁ ହେଉଛି "ୟାସ"। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି ହୋଇଛି। ଯଦିଓ "ତଉକତେ" ଝଡ ପ୍ରଭାବରେ ଉତ୍ତର-ପଶ୍ଚିମ ଭାରତର ବିଭିନ୍ନ ସ୍ଥାନରେ ବର୍ଷା ପବନ ହୋଇଯାଇଛି। 

ବୁଧବାର ଭାରତୀୟ ପାଣିପାଗ ବିଭାଗ-ଆଇଏମଡି (Indian Metrological Deaprtment-IMD) ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁସାରେ ଉତ୍ତର ଆଣ୍ଡାମାନ ସାଗର (Northern Andaman Sea) ସମେତ ପୂର୍ବ-ମଧ୍ୟ ବଙ୍ଗୋପ ସାଗର (East Central Bay of Bengal) ଅଞ୍ଚଳରେ "ୟାସ" ନାମକ ସାମୁଦ୍ରିକ ଝଡ଼ ଦାନା ବାନ୍ଧୁଛି। 

ଆସନ୍ତା ମେ ୨୨ ତାରିଖ ଶନିବାର ଲଘୁଚାପ (Low Presssure), ୨୩ ତାରିଖ ରବିବାର ଅବପାତ (Depression), ମେ ୨୪-୨୫ ତାରିଖ ସୋମବାର-ମଙ୍ଗଳବାର ଝଡ଼ର (Cyclonic Storm) ରୂପ ନେବ "ୟାସ" (Yaas)। ମେ ୨୬ ତାରିଖ ବୁଧବାର ସନ୍ଧ୍ୟାରୁ ଏହାର ପ୍ରଭାବରେ ଦେଶର ଓଡି଼ଶା (Odisha), ପଶ୍ଚିମବଙ୍ଗ (West Bengal) ଭଳି ଦେଶର ପୂର୍ବ ଉପକୂଳସ୍ଥ ରାଜ୍ୟରେ (East Indian Coastal State) ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।  

Also Read: Cyclone Tauktae Updates: Goa ପରେ Gujrat ପାଇଁ High Alert ଜାରି

ଆରବ ସାଗରରେ (Arabian Sea) ସୃଷ୍ଟ "ତଉକତେ" (Cyclone Tauktae) ଗୁଜୁରାଟ (Gujarat), ଗୋଆ (Goa), ମହାରାଷ୍ଟ୍ର (Maharashtra) ଭଳି ଦେଶର ପଶ୍ଚିମ ଉପକୂଳସ୍ଥ ରାଜ୍ୟ (West Indian Coastal State) ସମେତ ଡାମନ ଡିଉ କେନ୍ଦ୍ର ଶାସିତ ଅଞ୍ଚଳରେ (Daman Diu Union Territory) ତାଣ୍ଡବ ମଚାଇଛି। ଯାହାର ପ୍ରଭାବ ଉପକୂଳବର୍ତ୍ତୀ ବ୍ୟତୀତ ଦିଲ୍ଲୀ (Delhi), ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର-ଏନସିଆର (National Capital Region-NCR) ଉତ୍ତର ଭାରତର ବିଭିନ୍ନ ରାଜ୍ୟର (Northern Indian State) ଦେଖିବାକୁ ମିଳିଛି। 

Also Read: Goa ଉପକୂଳରୁ Gujarat ଆଡକୁ ମୁହାଁଇଲା Cyclone Tauktae

 ଆଇଏମଡି ପୂର୍ବାନୁମାନ ଅନୁସାରେ "ତଉକତେ" କାରଣରୁ ଦିଲ୍ଲୀ ଏନସିଆର ଅଞ୍ଚଳରେ ୨ ଦିନ ଧରି ବର୍ଷା ହେବ। ଏହି ଅଞ୍ଚଳ ସମେତ ଉତ୍ତର ପ୍ରଦେଶ (Uttar Pradesh), ହରିୟାଣା (Haryana), ରାଜସ୍ଥାନ (Rajasthan) ଆଦି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ ସୋମବାର-ମଙ୍ଗଳବାର ରାତିରୁ ବର୍ଷା ହେଉଛି।  

ଆରବ ସାଗରରେ ସୃଷ୍ଟ "ତଉକତେ" ଝଡ଼ ସମ୍ପର୍କରେ ପ୍ରତିକ୍ରିୟା ରଖି ଅହମ୍ମଦବାଦସ୍ଥିତ ପାଣିପାଗ କାର୍ଯ୍ୟାଳୟ (Ahmedabad Meteorological Office) ପକ୍ଷରୁ କୁହାଯାଇଛି ଏହି ଝଡ଼ ରାଜସ୍ଥାନ ହୋଇ ଉତ୍ତର ପ୍ରଦେଶ ଆଡକୁ ଅଗ୍ରସର ହେବ। ଦୁଇ ଦିନ ଧରି ରାଜ୍ୟରେ ସ୍ଥିତି ସ୍ୱାଭାବିକ ରହିଛି। କେତେତ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ଅହମ୍ମଦବାଦ ସହରରେ ବାଦଲ ରହିବା ସହ କେଉଁଠାରେ ବର୍ଷା ହୋଇପାରେ। 

Also Read: Cyclone Tauktae: Goa ଉପକୂଳରେ Heavy Rain ସହିତ ବଢିଲା Wind Speed

ଆଇଏମଡି ରିପୋର୍ଟ ଅନୁସାରେ "ତଉକତେ" ଝଡ଼ର ସ୍ଥିତି ଏବେ ରାଜସ୍ଥାନର ଉଦୟପୁର ନିକଟରେ ରହିଛି। ଯାହାର ପୂର୍ବରୁ ଦୁର୍ବଳ ହୋଇସାରିଛି। ରାଜସ୍ଥାନ ସମେତ ହରିୟାମ, ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ହେଲେ ପବନର ବେଗ ହ୍ରାସ ପାଇବ। ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣର ବିଭିନ୍ନ ଜିଲ୍ଲାରେ ପ୍ରବଳ ଏବଂ ଦିଲ୍ଲୀରେ ହାଲୁକା ବର୍ଷା ହେବ।