ନୂଆଦିଲ୍ଲୀ: Indian Railways/IRCTC: କୋରୋନା ଭୂତାଣୁର ଦ୍ୱିତୀୟ ଲହର ମଧ୍ୟରେ ରେଲୱେ (Indian Railways) ଓଡ଼ିଶାକୁ ଆସୁଥିବା ଅନେକ ଟ୍ରେନକୁ ବାତିଲ କରିଦେଇଛି । ଏହା ବ୍ୟତୀତ କେତେକ ଲୋକାଲ ଟ୍ରେନ ମଧ୍ୟ ବାତିଲ କରାଯାଇଛି । କୋରୋନା ସଂକ୍ରମଣ (Coronavirus Cases) ବୃଦ୍ଧି ପରେ ବିଭିନ୍ନ ରାଜ୍ୟରେ ଲକଡାଉନ (Lockdown) ଲାଗିଛି । ଯାହା ପରେ ଟ୍ରେନରେ ଯାତ୍ରୀ ସଂଖ୍ୟା ପୂର୍ବାପେକ୍ଷା ଆହୁରି କମିବାରେ ଲାଗିଛି । ଯାହା ପରେ ଏହି ଟ୍ରେନଗୁଡ଼ିକ ବାତିଲ (Train Cancel List) କରିବାର ନିଷ୍ପତ୍ତି ନିଆଯାଇଛି । ଏନେଇ ପୂର୍ବତଟ ରେଳବାଇ (East Coast Railway) ତରଫରୁ ସୂଚନା ମିଳିଛି । ନିମ୍ନ ଲିଖିତ ଟ୍ରେନଗୁଡ଼ିକ ବାତିଲ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଜୁଲାଇ ସୁଦ୍ଧା ଶେଷ ହେବ କୋରୋନାର ଦ୍ୱିତୀୟ ଲହର, ଜାଣନ୍ତୁ କେବେ ଆସିବ ତୃତୀୟ ଲହର?


୧. ଟ୍ରେନ ନମ୍ୱର 02825/02826 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ସ୍ପେଶାଲ ଭାୟା ଆନ୍ଧ୍ର । ଭୁବନେଶ୍ୱର ଠାରୁ କେବଳ ରବିବାର ଦିନ ଏବଂ ନୂଆ ଦିଲ୍ଲୀରୁ କେବଳ ସୋମବାର ଦିନ ଚଳାଚଳ କରିବ ।  ଏହି ଟ୍ରେନ୍ ଭୁବନେଶ୍ୱରରୁ ମେ ୨୬ ଏବଂ ନୂଆଦିଲ୍ଲୀରୁ ମେ ୨୮ରେ ବାତିଲ ରହିବ  ।


୨. ଟ୍ରେନ ନମ୍ୱର 02855/02856 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ସ୍ପେଶାଲ ଭାୟା ସମ୍ବଲପୁର ସିଟି ଏବଂ ରାଉରକେଲା ମେ  ୨୨ ଓ ୨୯ ତାରିଖ ଭୁବନେଶ୍ୱରରୁ ଏବଂ ମେ ୨୩ ଓ ୩୦ ତାରିଖ ନୂଆଦିଲ୍ଲୀରୁ ବାତିଲ ରହିବ ।


ଅଧିକ ପଢ଼ନ୍ତୁ:-କେଉଁମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ସମ୍ଭାବନା ଅଧିକ, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ


ଏହା ବ୍ୟତୀତ ଏହି ଟ୍ରେନ ଗୁଡିକ ହେଲା ବାତିଲ


୧. ଟ୍ରେନ ନମ୍ୱର 02882/02881 ଭୁବନେଶ୍ୱର-ପୁଣେ-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ ମେ ୨୫ରେ ଏବଂ ପୁଣେରୁ ମେ ୨୭, ୨୦୨୧ରେ ବାତିଲ୍ ରହିବ ।


୨. ଟ୍ରେନ ନମ୍ୱର 02097/02098 ଭୁବନେଶ୍ୱର-ଜୁନାଗଡ଼ ରୋଡ୍-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ ମେ ୨୧ରୁ ୩୧ ମଧ୍ୟରେ ଏବଂ ଜୁନାଗଡ଼ ରୋଡ୍ ଠାରୁ ମେ ୨୨ରୁ ଜୁନ୍ ୧, ୨୦୨୧ ମଧ୍ୟରେ ବାତିଲ୍ ରହିବ ।


୩. ଟ୍ରେନ ନମ୍ୱର 08433/08434 ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ ମେ ୨୧ରୁ ମେ ୩୧, ୨୦୨୧ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ ।


ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀ LTC ବିଲ୍ ଦାଖଲ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ନଚେତ୍ ସରକାର କରିବେ କାର୍ଯ୍ୟାନୁଷ୍ଠାନ! 


୪. ଟ୍ରେନ ନମ୍ୱର 08301/08302 ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ପେଶାଲ୍ ମେ ୨୧ରୁ ମେ ୩୧, ୨୦୨୧ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ ।


୫. ଟ୍ରେନ ନମ୍ୱର 02892/02891 ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ମେ ୨୧ରୁ ୩୧ ପର୍ଯ୍ୟନ୍ତ  ଏବଂ ବାଙ୍ଗିରିପୋସିରୁ ମେ ୨୨ରୁ ଜୁନ୍ ୧, ୨୦୨୧ ପର୍ଯ୍ୟନ୍ତ ବାତିଲ ରହିବ ।


୫. ଟ୍ରେନ ନମ୍ୱର 08493/08494 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ୍ ଉଭୟ ପାର୍ଶ୍ୱରୁ ମେ ୨୧ରୁ ୩୧, ୨୦୨୧ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ ।